ଖସିଯିବେ ଚିଟ୍‌ଫଣ୍ଡ ଅଭିଯୁକ୍ତ!, ଚିନ୍ତାରେ କ୍ଷତିଗ୍ରସ୍ତ ଜମାକାରୀ

ଭୁବନେଶ୍ୱର: ଖସିଯିବେ କି ଚିଟ୍‌ଫଣ୍ଡ ଅଭିଯୁକ୍ତ? ଏବେ ଏମିତି ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ଚିଟ୍‌ଫଣ୍ଡ ଅଭିଯୁକ୍ତମାନେ ଏବେ ନୂଆ ବାଟ ପାଇଛନ୍ତି। ଶୁଣାଣି ପୂର୍ବରୁ ଏମାନେ ନିଜ ଦୋଷ ସ୍ୱୀକାର କରି ଦଣ୍ଡିତ ହେବାକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ସିବିଆଇ ଏହା ବିରୋଧରେ ଉପର କୋର୍ଟରେ ଆବେଦନ ନ କଲେ ଅଭିଯୁକ୍ତମାନେ ସର୍ବାଧିକ ୭ ବର୍ଷ ଦଣ୍ଡ ପାଇ ବାହାରକୁ ଆସିଯାଇ ପାରନ୍ତି। ଚିଟ୍‌ଫଣ୍ଡ କେଳେଙ୍କାରୀରେ ଅଭିଯୁକ୍ତ ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକ, ସନ୍ତୋଷ, […]

ChitFund-Protests_PTI1

ChitFund-Protests_PTI1

Rakesh Mallick
  • Published: Friday, 21 April 2017
  • Updated: 21 April 2017, 08:39 PM IST

Sports

Latest News

ଭୁବନେଶ୍ୱର: ଖସିଯିବେ କି ଚିଟ୍‌ଫଣ୍ଡ ଅଭିଯୁକ୍ତ? ଏବେ ଏମିତି ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ଚିଟ୍‌ଫଣ୍ଡ ଅଭିଯୁକ୍ତମାନେ ଏବେ ନୂଆ ବାଟ ପାଇଛନ୍ତି। ଶୁଣାଣି ପୂର୍ବରୁ ଏମାନେ ନିଜ ଦୋଷ ସ୍ୱୀକାର କରି ଦଣ୍ଡିତ ହେବାକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ସିବିଆଇ ଏହା ବିରୋଧରେ ଉପର କୋର୍ଟରେ ଆବେଦନ ନ କଲେ ଅଭିଯୁକ୍ତମାନେ ସର୍ବାଧିକ ୭ ବର୍ଷ ଦଣ୍ଡ ପାଇ ବାହାରକୁ ଆସିଯାଇ ପାରନ୍ତି।

ଚିଟ୍‌ଫଣ୍ଡ କେଳେଙ୍କାରୀରେ ଅଭିଯୁକ୍ତ ପ୍ରଦୀପ ସେଠୀ, ମନୋଜ ପଟ୍ଟନାୟକ, ସନ୍ତୋଷ, ଚନ୍ଦ୍ରସିନ୍‌ ସିବାଜି ଚୌହାନ, ସହମ୍ମଦ ହନିଫ, ବିଜୟ ରାଉତ ଫସିଥିଲେ। ଅର୍ଥତତ୍ତ୍ୱ(ଏଟି), ଆସ୍ଥା ଓ ଆଦର୍ଶ ଚିଟ୍‌ଫଣ୍ଡ ସଂସ୍ଥାର ଏହି ୬ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ୫ ଜଣଙ୍କୁ କୋର୍ଟ ଦଣ୍ଡିତ କରିସାରିଛନ୍ତି। ୫ଶହ କୋଟି ଟଙ୍କା ଠକେଇ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୪ ବର୍ଷ ଜେଲରେ ରହିସାରିଥିବାରୁ ୩ବର୍ଷ ପରେ ସେ ଜେଲରୁ ବାହାରିବେ। ଏଟି ଗ୍ରୁପ୍‌ର ମହମ୍ମଦ ହନିଫ ମାତ୍ର ଆଉ ୪୫ ଦିନ ପରେ ଜେଲରୁ ମିକୁଳିବେ। ମୁମ୍ୱାଇ ମଡେଲ ପ୍ରୀତି ଭାଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ ମଧ୍ୟ ଏବେ ଏଇ ପଥରେ। ଜାମିନ୍‌ ବାବଦକୁ ୮୩ ଲକ୍ଷ ଟଙ୍କା ଡିପୋଜିଟ୍‌ରୁ ବର୍ତ୍ତିବା ପାଇଁ ନିଜ ଦୋଷ ସ୍ୱୀକାର କରିଛନ୍ତି ଇନ୍ଦୁ। ତେବେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ଏପରି ଦୋଷ ସ୍ୱୀକାର ପଛରେ ରହସ୍ୟ କଣ? ବର୍ଷବର୍ଷ ଧରି ଜେଲରେ ଥିବା ବେଳେ ପ୍ରଥମରୁ ଏପରି ନ କରି ଠିକ୍‌ ଟ୍ରାଏଲ ଆରମ୍ଭ ପୂର୍ବରୁ ଦୋଷ ସ୍ୱୀକାର କରୁଛନ୍ତି କାହିକି? ଦୋଷ ସ୍ୱୀକାର କରିବା ପରେ ତାଙ୍କ ବିରୋଧରେ ତଦନ୍ତ ବନ୍ଦ ହେଉଥିବାରୁ ଏଭଳି କରାଯାଉଛି କି? ସ୍ପେଶାଲ ସିଜେଏମ୍‌ କୋର୍ଟଙ୍କ ୭ ବର୍ଷ ଜେଲ ଦଣ୍ଡ ଦେବାର କ୍ଷମତା ରହିଛି। ତେବେ ସିବିଆଇ ଅଭିଯୁକ୍ତଙ୍କୁ ଅଧିକ ଦଣ୍ଡ ବିଧାନ ପାଇଁ ଉପର କୋର୍ଟରେ ଆବେଦନ କରିବ ତ।

ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଏଇ ନୂଆ ଟ୍ରେଣ୍ଡ ଜମାକାରୀ ମିଳିତ ମଞ୍ଚକୁ ନିରାଶ କରିଛି। ଏନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବ ମଞ୍ଚ। ଖୁବ୍‌ଶୀଘ୍ର ଏନେଇ ଜନସ୍ୱାର୍ଥ ମାମଲା କିମ୍ୱା ରିଟ୍‌ ପିଟିସନ୍‌ ଦାଖଲ କରିବ ମଞ୍ଚ। ଜମାକାରୀ ଟଙ୍କା ଫେରିବା ନେଇ କୋର୍ଟଙ୍କ ରାୟରେ କିଛି ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ମଧ୍ୟ ଡେଡ୍‌ଲାଇନ୍‌ ନ ଥିବା ମଞ୍ଚ ଅଭିଯୋଗ କରିଛି। ତେଣୁ ଟଙ୍କା ପାଇବା ନେଇ ଆଶଙ୍କାରେ ଜମାକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story