କଂଗ୍ରେସ କନ୍ଦଳକୁ ଆଗକୁ ବଢ଼ାଇଲେ ତାରା

ଭୁବନେଶ୍ୱର: କଂଗ୍ରେସ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ଗତକାଲି ଯୋଗେଶ ସିଂ ଓ ପ୍ରଫୁଲ୍ଲ ମାଝି ପିସିସି ପ୍ରଭାରୀ ବି.କେ ହରିପ୍ରସାଦ ଏବଂ ରାଜ୍ୟର କେତେକ ନେତାଙ୍କ ଉପରେ ବର୍ଷି ଥିବା ବେଳେ ତାରା ପ୍ରସାଦ ବାହିନୀପତି ସେଥିରେ ଘିଅ ଢ଼ାଳି ଥିଲେ। ଆଜି ତାରା ପୁଣି ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକାଙ୍କ ଉପରେ ମନ୍ତବ୍ୟ ଦେଇ କଂଗ୍ରେସରେ ଥିବା କନ୍ଦଳକୁ ଆଗକୁ ବଢ଼ାଇଛନ୍ତି। ତାରା କହିଛନ୍ତି,“ବିଧାୟକ କୃଷ୍ଣ ସଗରିଆ ଓ ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକାଙ୍କ […]

congress-leader-tara-prasad-bahinipati

congress-leader-tara-prasad-bahinipati

Rakesh Mallick
  • Published: Tuesday, 29 November 2016
  • Updated: 29 November 2016, 08:01 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ଗତକାଲି ଯୋଗେଶ ସିଂ ଓ ପ୍ରଫୁଲ୍ଲ ମାଝି ପିସିସି ପ୍ରଭାରୀ ବି.କେ ହରିପ୍ରସାଦ ଏବଂ ରାଜ୍ୟର କେତେକ ନେତାଙ୍କ ଉପରେ ବର୍ଷି ଥିବା ବେଳେ ତାରା ପ୍ରସାଦ ବାହିନୀପତି ସେଥିରେ ଘିଅ ଢ଼ାଳି ଥିଲେ। ଆଜି ତାରା ପୁଣି ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକାଙ୍କ ଉପରେ ମନ୍ତବ୍ୟ ଦେଇ କଂଗ୍ରେସରେ ଥିବା କନ୍ଦଳକୁ ଆଗକୁ ବଢ଼ାଇଛନ୍ତି।

ତାରା କହିଛନ୍ତି,“ବିଧାୟକ କୃଷ୍ଣ ସଗରିଆ ଓ ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକାଙ୍କ ସହ ମୋର ମତଭେଦ ରହିଛି। ନିର୍ବାଚନ ପୂର୍ବରୁ ମତଭେଦ ଥାଏ, ନିର୍ବାଚନ ବେଳେ ସମସ୍ତେ ମିଶି କାମ କରୁ। ଯଦି ମୁଁ ସେମାନଙ୍କୁ ବିରୋଧ କରିଥାନ୍ତି ତାହାହେଲେ ସେମାନେ କ’ଣ ଜିତି ପାରିଥାନ୍ତେ? ସେ ଦୁହିଁଙ୍କ ବିଜୟ ପଛରେ ମୋର ସହଯୋଗ ରହିଛି। ଆଦିବାସୀ କାର୍ଡ଼ ଖେଳିବା ଠିକ୍‌ ନୁହେଁ, ଆମ ସମସ୍ତଙ୍କୁ ନେଇ ଚାଲିବା ଦରକାର। ବିବାଦ ସମାଧାନ କରିବା ଏଆଇସିସିର ଦାୟିତ୍ୱ।”

ସେ ଆହୁରି କହିଛନ୍ତି,“ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୋର ଅତି ଘନିଷ୍ଠ ମିତ୍ର। ମାତ୍ର ତାଙ୍କର କାର୍ଯ୍ୟଧାରା ମୋତେ ଭଲ ଲାଗୁ ନ ଥିବାରୁ ମୁଁ ତାଙ୍କୁ ବିରୋଧ କରୁଛି। ରାଜନୈତିକ ଜୀବନରେ ପ୍ରଥମ ଥର ପାଇଁ କୌଣସି ପିସିସି ସଭାପତିଙ୍କୁ ମୁଁ ବିରୋଧ କରୁଛି।”

ତାରାଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା। ସେ କହିଛନ୍ତି,“ତାରା ମୋତେ ସମର୍ଥନ କରିନାହାନ୍ତି କି ବିରୋଧ କରିନାହାନ୍ତି। ମୋତେ ମୋ ଲୋକ ଓ କଂଗ୍ରେସ ହାତ ଚିହ୍ନ ଜିତାଇଛି। ତାରାଙ୍କ ପତ୍ନୀ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଅଛନ୍ତି। ସେ ଥରେ ହେଲେ ମୋ ନିର୍ବାଚନମଣ୍ଡଳୀକୁ ଆସିନାହାନ୍ତି। ଗୋଟିଏ ଲୋକକୁ ହରାଇବା ସହଜ କିନ୍ତୁ ଜିତାଇବା କଷ୍ଟକର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story