କଂଗ୍ରେସ କଳି ତୁଟେଇବାକୁ ଆସିଲା ଦିଲ୍ଲୀ ଟିମ୍: ରଣନୀତି ସହ ତୟାର ଦୁଇ ଶିବିର, କମ୍ପିବ କଂଗ୍ରେସ ଭବନ !

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଜଣେ ଅନ୍ୟ ଜଣଙ୍କ ବିରୋଧରେ କହିବାକୁ ପଛାଉ ନାହାନ୍ତି। ଏହାର ନଜିର ପ୍ରତିଦିନ ଦେଖିବାକୁ ମିଳୁଛି। କିଛି ଦିନ ତଳେ ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବରିଷ୍ଠ ନେତା ସୁର ରାଉତରାୟଙ୍କ ମଧ୍ୟ ବକ୍‌ ଯୁଦ୍ଧ ହୋଇଥିଲା। କେବଳ ଏହି ଦୁଇ ଜଣ ନୁହଁନ୍ତି ଅନେକ ନେତା ଏବେ ପିସିସି ମୁଖିଆଙ୍କ ବିରୋଧରେ ମୁହାଁ ଖୋଲୁଛନ୍ତି। ଏପରିକି ପିସିସି ମୁଖିଆଙ୍କ […]

bk hariprasad

bk hariprasad

Rakesh Mallick
  • Published: Friday, 11 August 2017
  • Updated: 12 August 2017, 07:51 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଜଣେ ଅନ୍ୟ ଜଣଙ୍କ ବିରୋଧରେ କହିବାକୁ ପଛାଉ ନାହାନ୍ତି। ଏହାର ନଜିର ପ୍ରତିଦିନ ଦେଖିବାକୁ ମିଳୁଛି। କିଛି ଦିନ ତଳେ ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବରିଷ୍ଠ ନେତା ସୁର ରାଉତରାୟଙ୍କ ମଧ୍ୟ ବକ୍‌ ଯୁଦ୍ଧ ହୋଇଥିଲା। କେବଳ ଏହି ଦୁଇ ଜଣ ନୁହଁନ୍ତି ଅନେକ ନେତା ଏବେ ପିସିସି ମୁଖିଆଙ୍କ ବିରୋଧରେ ମୁହାଁ ଖୋଲୁଛନ୍ତି। ଏପରିକି ପିସିସି ମୁଖିଆଙ୍କ ସମେତ କଂଗ୍ରେସର ଆମୂଳଚୁଳ ପରିବର୍ତ୍ତନ ପାଇଁ ଯୁକ୍ତି ବାଢ଼ୁଛନ୍ତି।

କଳି ତୁଟେଇବାକୁ ଆସିଛି ଟିମ୍

ରାଜ୍ୟ କଂଗ୍ରେସର କଳି ତୁଟାଇବା ପାଇଁ ଆଜି ତିନି ଜଣିଆ ଏଆଇସିସି ପର୍ଯ୍ୟବେକ୍ଷକ ଟିମ୍‌ ଆସି ଭୁବନେଶ୍ୱରରେ ପହଞ୍ଚିଛି। ସେମାନେ ହେଲେ ଗୌରବ ଗୋଗେଇ, ଜିତେନ୍ଦ୍ର ସିଂ ଓ ତାମ୍ରଧ୍ୱଜ ସାହୁ। ଏମାନଙ୍କ ସହିତ କଂଗ୍ରେସର ରାଜ୍ୟ ପ୍ରଭାରୀ ବି.କେ.ହରିପ୍ରସାଦ ମଧ୍ୟ ଆସିଛନ୍ତି। ଏହି ଟିମ୍‌ ଆସନ୍ତାକାଲି ଜିଲ୍ଲା ସଭାପତି, ପିସିସି ରାଜ୍ୟ ପଦାଧୀକାରୀ ଓ ଛାମୁଆ ସଙ୍ଗଠନର ମୁଖିଆମାନଙ୍କୁ ପାଳି କରି ଭେଟିବେ। ୧୩ ତାରିଖରେ ବରିଷ୍ଠ ନେତା, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀ ଓ ୧୬ ଜଣ ବିଧାୟକଙ୍କୁ ଭେଟି ମତାମତ ନେବେ। ତେବେ ଏହି କସରତ ପରେ କଂଗ୍ରେସ କଳି ତୁଟିବ ନା ବିବାଦ ଅଧିକ ଜଟିଳ ହେଉଛି ତା’ଉପରେ ସମସ୍ତଙ୍କ ନଜର ରହିଛି।

କଂଗ୍ରେସ ଦୁଇ ଗୋଷ୍ଠୀର କଳି

ଏଆଇସିସି ଟିମ୍ ଆଗରେ ନିଜ ନିଜ ପକ୍ଷ ରଖିବା ଲାଗି ତୟାର କଂଗ୍ରେସର ସବୁ ଗୋଷ୍ଠୀ। ଖାସ୍ ସେଥିଲାଗି ଆଜି ବିରୋଧୀ ଦଳ ନେତା ନରସିଂହଙ୍କ ଘରେ ହୋଇଥିଲା ବିଧାୟକଙ୍କ ମେଳି।

ନରସିଂହ ଶିବିର

ଏଆଇସିସି ପର୍ଯ୍ୟବେକ୍ଷକଙ୍କ ଆଗରେ ବିଧାୟକମାନେ କଣ ଯୁକ୍ତି ଉପସ୍ଥାପନ କରିବେ? କାହା ସପକ୍ଷରେ ମତ ରଖିବେ? ସେନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥିପାଇଁ ଆଜି ବିରୋଧୀ ଦଳନେତା ନରସିଂହ ମିଶ୍ରଙ୍କ ଘରେ ଏକ ବୈଠକ ବସିଥିଲା। ଏଥିରେ କଂଗ୍ରେସର ସମସ୍ତ ବିଧାୟକ ଯୋଗଦେଇଥିଲେ। ବିଶେଷକରି କଂଗ୍ରେସର ଆମୂଳଚୁଳ ପରିବର୍ତ୍ତନ ଓ ଦଳକୁ ବଞ୍ଚାଇବାକୁ ହେଲେ ନିରଂଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବାକୁ ବିଧାୟକମାନେ ଯୁକ୍ତି ବାଢ଼ିଥିଲେ। ଏହି ପ୍ରସଙ୍ଗରେ ବିଧାୟକମାନେ ଏକମତ ବୋଲି ପର୍ଯ୍ୟବେକ୍ଷକଙ୍କୁ ବାର୍ତ୍ତା ଦେବେ।

ପ୍ରସାଦ ଶିବିର

ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚା ପୂର୍ବରୁ ଟିମ୍ ପ୍ରସାଦ ହରିଚନ୍ଦନ ମଧ୍ୟ ଚୌକି ବଞ୍ଚାଇବା ପାଇଁ ଯୋରଦାର କସରତ ଆରମ୍ଭ କରିଛି। ଜିଲ୍ଲା ସଭାପତି ଓ କିଛି ବରିଷ୍ଠ ନେତାଙ୍କୁ ନେଇ ଟିମ୍ ପ୍ରସାଦ ଋଣନୀତି ପ୍ରସ୍ତୁତ କରିଛି। ପ୍ରସାଦଙ୍କ ସପକ୍ଷରେ କେମିତି ଅଧିକ ନେତାଙ୍କ ସମର୍ଥନ ରହିବ ତାକୁ ନେଇ ଅଙ୍କକଷା ହୋଇଛି। ତେବେ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ପରେ କଂଗ୍ରେସ ଥିବା ଦ୍ୱନ୍ଦ୍ୱ ଓ ଅବିଶ୍ୱାସର ବାତବରଣ ହଟିବ ବୋଲି ଦଳୀୟ ନେତା ଆଶା ପ୍ରକାଶ କରିଛନ୍ତି।

କିଏ କଣ କହିଲେ

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହୀନପତି କହିଛନ୍ତି- “ବିଧାୟକମାନଙ୍କୁ ଭାଗ ଭାଗ କରିବା ପାଇଁ ବହୁ ଦିନରୁ ଉଦ୍ୟମ କରାଯାଇଛି। ଏବେ ସମୟ ଆସିଛି ଆମେ ସମସ୍ତେ ଏକତ୍ର ହୋଇଛୁ।”

ବିଧାୟକ ପ୍ରକାଶ ବେହେରା କହିଛନ୍ତି- “ରାଜ୍ୟରେ କଂଗ୍ରେସକୁ ତୃଣମୂଳ ସ୍ତରରେ କିପରି ମଜବୁତ କରାଯିବ ସେନେଇ ଆଲୋଚନା କରାଯିବ।”

କଂଗ୍ରେସ କୋଷାଧ୍ୟକ୍ଷ ମହମ୍ମଦ ମୋକିମ୍ କହିଛନ୍ତି- “ଯିଏ ବି ପିସିସି ସଭାପତି ହୁଅନ୍ତୁ, କିନ୍ତୁ କଂଗ୍ରେସ ଭିତରେ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହେବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story