ମାଲକାନଗିରିରେ ୩୫% ପିଲା ଅପପୁଷ୍ଟିର ଶିକାର

ଭୁବନେଶ୍ୱର: ଅପପୁଷ୍ଟିକୁ ନେଇ ପୁଣି ଚର୍ଚ୍ଚାରେ ଓଡ଼ିଶା। ରାଜ୍ୟରେ ୪୫% ପିଲା ପୁଷ୍ଟିହୀନତାରେ ଶିକାର ହୋଇଛନ୍ତି ବୋଲି ୟୁନିସେଫ୍‌ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ଗୃହ ମନ୍ତ୍ରଣାଳୟର ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ମଧ୍ୟ ଅନୁରୂପ ତଥ୍ୟ ଦେଇଛି। ଏହି ରିପୋର୍ଟ ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ୩୫% ପିଲା ଅପପୁଷ୍ଟିର ଶିକାର ହୋଇଛନ୍ତି। ଓଡ଼ିଶାରେ ବର୍ଷରୁ କମ୍‌ ୪୫% ପିଲା ପୁଷ୍ଟିହୀନତାରେ ଶିକାର ହୋଇଛନ୍ତି। ଆଦିବାସୀ ପିଲାଙ୍କ କ୍ଷେତ୍ରରେ ଏହି ହାର ୫୭% ରହିଛି ବୋଲି ୟୁନିସେଫ୍‌ ରିପୋର୍ଟରୁ […]

malnourished-children-nagada

malnourished-children-nagada

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 09:10 PM IST

Sports

Latest News

ଭୁବନେଶ୍ୱର: ଅପପୁଷ୍ଟିକୁ ନେଇ ପୁଣି ଚର୍ଚ୍ଚାରେ ଓଡ଼ିଶା। ରାଜ୍ୟରେ ୪୫% ପିଲା ପୁଷ୍ଟିହୀନତାରେ ଶିକାର ହୋଇଛନ୍ତି ବୋଲି ୟୁନିସେଫ୍‌ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ଗୃହ ମନ୍ତ୍ରଣାଳୟର ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ମଧ୍ୟ ଅନୁରୂପ ତଥ୍ୟ ଦେଇଛି। ଏହି ରିପୋର୍ଟ ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ୩୫% ପିଲା ଅପପୁଷ୍ଟିର ଶିକାର ହୋଇଛନ୍ତି। ଓଡ଼ିଶାରେ ବର୍ଷରୁ କମ୍‌ ୪୫% ପିଲା ପୁଷ୍ଟିହୀନତାରେ ଶିକାର ହୋଇଛନ୍ତି। ଆଦିବାସୀ ପିଲାଙ୍କ କ୍ଷେତ୍ରରେ ଏହି ହାର ୫୭% ରହିଛି ବୋଲି ୟୁନିସେଫ୍‌ ରିପୋର୍ଟରୁ ଜଣାପଡ଼ିଛି।

ସମାନ ତଥ୍ୟ ଦେଇଛି ଗୃହ ମନ୍ତ୍ରଣାଳୟର ବାର୍ଷିକ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ। ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶାର ୩୬% ପୁରୁଷ ଅପପୁଷ୍ଟିର ଶିକାର ହୋଇଛନ୍ତି। ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହା କମ୍‌ ନୁହେଁ।

ଶିଶୁ ଅପପୁଷ୍ଟିକୁ ନେଇ ପ୍ରସ୍ତୁତ ଦେଶର ୧୦୦ଟି ଜିଲ୍ଲାର ତାଲିକାରେ ମାଲକାନଗିରି ନବମ ସ୍ଥାନରେ ରହିଛି। କମ୍‌ ଓଜନ ପିଲା ଥିବା ତାଲିକାରେ ମଧ୍ୟ ମାଲକାନଗିରି ଜିଲ୍ଲା ତୃତୀୟ ସ୍ଥାନରେ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୪୭.୭% ଲୋକ ପୁଷ୍ଟିହୀନତାରେ ଶିକାର ହୋଇଥିବା ବେଳେ ଗ୍ରାମାଞ୍ଚଳରେ ରହିଛି ୫୦.୧%। ସବୁଠାରୁ ଅଧିକ ଅପପୁଷ୍ଟି ଲୋକ ଥିବା ଜିଲ୍ଲା ତାଲିକାରେ କଳାହାଣ୍ଡି ଜିଲ୍ଲା ସପ୍ତମ ସ୍ଥାନରେ ରହିଛି। ୧୮ରୁ ୫୯ ବର୍ଷ ମଧ୍ୟରେ କମ୍‌ ଓଜନ ଥିବା ବ୍ୟକ୍ତିଙ୍କ ଜିଲ୍ଲା ତାଲିକାରେ ଓଡ଼ିଶାର ମାଲକାନଗିରି ଜିଲ୍ଲା ତୃତୀୟ, ନବରଙ୍ଗପୁର ଜିଲ୍ଲା ଚତୁର୍ଥ ଓ କଳାହାଣ୍ଡି ଜିଲ୍ଲା ପଞ୍ଚମ ସ୍ଥାନରେ ରହିଛି।

ସରକାରଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ, ପରିମଳ ଭଳି ଯୋଜନାର ଗ୍ରାମାଞ୍ଚଳରେ ପହଞ୍ଚୁ ନାହିଁ। ଫଳରେ ଲୋକେ ଅପପୁଷ୍ଟିର ଶିକାର ହେଉଛନ୍ତି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ ଖାଦ୍ୟ ସୁରକ୍ଷା କମିଶନ୍‌ ସଦସ୍ୟ ରାଜ କିଶୋର ମିଶ୍ର କହିଛନ୍ତି, “ସରକାରଙ୍କ ସୁବିଧା ସୁଯୋଗ ଗ୍ରାମାଞ୍ଚଳରେ ନ ପହଞ୍ଚିବାର ଏହା ହେଉଛି ଗୋଟିଏ ଚିତ୍ର।”

ଯାଜପୁର ଜିଲ୍ଲାର ଦୁର୍ଗମ ନଗଡ଼ାରେ ୧୯ ଜଣ ପିଲା ଅପପୁଷ୍ଟିର ଶିକାର ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ଖାଦ୍ୟ ଅଭାବରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଶିଶୁ ଅପପୁଷ୍ଟରେ ଶିକାର ହୋଇଥିବା ଜଣାପଡ଼ିଥିଲା।

ଅନ୍ୟପକ୍ଷରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ କହୁଛି ଅପପୁଷ୍ଟି ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ହେଲେ ଯୋଜନାର ବାସ୍ତବ ରୂପକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ବିଶାଳ ଦେବ କହିଛନ୍ତି,“ନୂଆପଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଅପପୁଷ୍ଟି ସମସ୍ୟା ବେଶି ରହିଛି। ଏହି ଜିଲ୍ଲା ଗୁଡ଼ିକର ଭୌଗୋଳିକ ସ୍ଥିତି ଓ ଛୋଟ ପିଲାଙ୍କ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି।”

ଭାରତରେ ୨୦୧୦-୧୨ ବର୍ଷରେ ୧୮୯.୯ ମିଲିୟନ୍‌ ଲୋକ ଅପପୁଷ୍ଟିରେ ଶିକାର ହୋଇଥିବା ବେଳେ ୨୦୧୪-୧୬ରେ ଏହି ସଂଖ୍ୟା ୧୯୪.୬ ମିଲିୟନ୍‌ରେ ପହଞ୍ଚିଛି।  ବିଶ୍ୱରେ ୪ ଜଣ ଭୋକିଲାଙ୍କ ଭିତରେ ଜଣେ ଭାରତୀୟ ଅଛନ୍ତି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story