ପଞ୍ଚାୟତ ନିର୍ବାଚନ: ୪୦ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରୁ ଦୂରେଇ ରହିବାକୁ ଓ ଆଚରଣ ବିଧି ଉଲ୍ଲଂଘନ ନ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ କେତେକ ସରକାରୀ କର୍ମଚାରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଯେଉଁଥି ପାଇଁ ୪୦ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ସମିତି ସଭ୍ୟ ପ୍ରାର୍ଥୀ ଅନିୟମିତତା ଅଭିଯୋଗରେ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ବଦଳି କରାଯାଇଛି। ନିରପେକ୍ଷତା ଅବଲମ୍ୱନ କରି […]

state election

state election

Rakesh Mallick
  • Published: Thursday, 09 February 2017
  • Updated: 09 February 2017, 08:36 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରୁ ଦୂରେଇ ରହିବାକୁ ଓ ଆଚରଣ ବିଧି ଉଲ୍ଲଂଘନ ନ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ କେତେକ ସରକାରୀ କର୍ମଚାରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଯେଉଁଥି ପାଇଁ ୪୦ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ସମିତି ସଭ୍ୟ ପ୍ରାର୍ଥୀ ଅନିୟମିତତା ଅଭିଯୋଗରେ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ବଦଳି କରାଯାଇଛି। ନିରପେକ୍ଷତା ଅବଲମ୍ୱନ କରି ନ ଥିବା ଅଭିଯୋଗରେ ତାଙ୍କୁ ବଦଳି କରାଯାଇଛି।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବିଡିଓଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଥିଲା। ସେଥିପାଇଁ ତାଙ୍କୁ ମଧ୍ୟ ବଦଳି କରାଯାଇଛି।

ସେହିପରି ଅସ୍ତରଙ୍ଗ ବିଡିଓ ସରପଞ୍ଚ ପ୍ରାର୍ଥୀଙ୍କ ସହିତ ବୁଲୁଥିବା ବେଳେ ଲୋକଙ୍କ ରୋଷର ଶିକାର ହୋଇଥିଲେ। ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଅଭିଯୋଗରେ ବହୁ ଶିକ୍ଷକ ଓ ଅଧିକାରୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ କହିଛନ୍ତି,“ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ ନ କରିବା ପାଇଁ ପ୍ରତି ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ମଧ୍ୟ କେତେକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।”

ପଞ୍ଚାୟତ ନିର୍ବାଚନରେ ସରକାରୀ ବାବୁମାନେ ଆଚରଣ ବିଧି ଉଲ୍ଲଂଘନକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଶାସକ ବିଜେଡି ଉପରେ ବର୍ଷିଛନ୍ତି। ବିଜେଡି ନିଜ ଇଚ୍ଛାରେ ପ୍ରଶାସନିକ କଳକୁ ବ୍ୟବହାର କରୁଛି ବୋଲି ଉଭୟ ଦଳ ଅଭିଯୋଗ କରିଛନ୍ତି।

ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ପଞ୍ଚାୟନ ନିର୍ବାଚରେ ସରକାରୀ କଳର ନଗ୍ନ ବ୍ୟବହାର ଓଡ଼ିଶା ବାସୀ ଦେଖୁଛନ୍ତି। ବିଜେଡିକୁ ଭୋଟ ନଦେଲେ ତାଲିକାରୁ ନାଁ କାଟିଦିଆଯିବ ବୋଲି ସରକାରୀ କର୍ମଚାରୀମାନେ ଧମକ ଦେଉଛନ୍ତି। ସରକାରୀ କର୍ମଚାରୀମାନେ ସରକାରୀ ଦଳକୁ ଖୁସି କରିବା ପାଇଁ ଯେକୌଣସି ପ୍ରକାର ଆଇନ୍‌ ଭଙ୍ଗ କରିବା କାମରେ ଲାଗି ପଡ଼ିଛନ୍ତି।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ବିଜ୍ଞପ୍ତି ପ୍ରକାଶ ପରେ ନିର୍ବାଚନ ପରିଚାଳନା ପ୍ରକ୍ରିୟା ପାଇଁ ଯେଉଁ ସରକାରୀ କର୍ମଚାରୀଙ୍କୁ ସାମିଲ କରାଗଲା ସେମାନେ ଏବେ ସରକାରୀ ଦଳର ହାତ ବାରିସି ସାଜି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି।”

ବିଜେପି ଓ କଂଗ୍ରେସର ଆରୋପକକୁ ପ୍ରତ୍ୟାଖ୍ୟାନ କରିଛି ବିଜେଡି। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି,“ସରକାର ସହିତ ବିଜେଡିକୁ ଯୋଡ଼ିବାର କିଛି ମାନେ ନାହିଁ। ବିଜେଡି ପାଖରେ ପ୍ରଶାସନିକ ଅଧିକାରୀ ନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story