କାଷ୍ଟିଂକାଉଚ୍ ଅଭିଯୋଗ ମାମଲା: ପପୁଙ୍କ ନାଁରେ ଚାର୍ଜଫ୍ରେମ୍

ଭୁବନେଶ୍ୱର: ନାବାଳିକା କାଷ୍ଟିଂ କାଉଚ୍ ଅଭିଯୋଗ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ ବିରୋଧରେ ଆଜି ଚାର୍ଜଫ୍ରେମ ହୋଇଛି। ଏଥିପାଇଁ ଆଜି ପୋକ୍ସୋ କୋର୍ଟରେ ହାଜର ହୋଇଥିଲେ ନିଜେ ପପୁ ପମ୍‌ପମ୍ (ତତ୍ତ୍ୱପ୍ରକାଶ ଶତପଥୀ)। ପପୁଙ୍କ ନାଁରେ IPC ଦଫା ୩୪୧, ୩୨୩, ୩୫୪ ଏବଂ ପୋକ୍ସୋ ଆକ୍ଟ-୮ ଏବଂ ୧୨ ଲଗାଯାଇଛି। କାଷ୍ଟିଂକାଉଚ୍‌ ଅଭିଯୋଗ ଆସିବା ପରେ ପପୁ ପମ୍‌ପମ୍‌ ଫେରାର ହୋଇ ଯାଇଥିଲେ। ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ […]

Papu-Pompom-1-750x430

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 06:07 PM IST

ଭୁବନେଶ୍ୱର: ନାବାଳିକା କାଷ୍ଟିଂ କାଉଚ୍ ଅଭିଯୋଗ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ ବିରୋଧରେ ଆଜି ଚାର୍ଜଫ୍ରେମ ହୋଇଛି। ଏଥିପାଇଁ ଆଜି ପୋକ୍ସୋ କୋର୍ଟରେ ହାଜର ହୋଇଥିଲେ ନିଜେ ପପୁ ପମ୍‌ପମ୍ (ତତ୍ତ୍ୱପ୍ରକାଶ ଶତପଥୀ)। ପପୁଙ୍କ ନାଁରେ IPC ଦଫା ୩୪୧, ୩୨୩, ୩୫୪ ଏବଂ ପୋକ୍ସୋ ଆକ୍ଟ-୮ ଏବଂ ୧୨ ଲଗାଯାଇଛି।

କାଷ୍ଟିଂକାଉଚ୍‌ ଅଭିଯୋଗ ଆସିବା ପରେ ପପୁ ପମ୍‌ପମ୍‌ ଫେରାର ହୋଇ ଯାଇଥିଲେ। ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲା। ମାତ୍ର ତାଙ୍କର ପତ୍ତା ମିଳୁନଥିଲା। ୨୦୧୬ ଜୁନ ୩୦ ତାରିଖରେ ପପୁ ପୁରୀ ଜିଲ୍ଲାର ନନ୍ଦିଘୋଷ ଆପାର୍ଟମେଣ୍ଟରେ ଥିବା କମିଶନରେଟ୍‌ର ସ୍ପେଶାଲ ସ୍କ୍ୱାର୍ଡ ଜାଣିପାରି ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ପପୁ ଏବେ ବେଲ୍‌ରେ ଅଛନ୍ତି।

Related story