ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କ ଦୁଇ ପୁଅ ଚନ୍ଦନ ଓ ଚର୍ଚ୍ଚିତଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରିଛି ପାରାଦୀପ ପୋଲିସ୍। ଏହା ସହିତ ତାଙ୍କ ଆକାଉଣ୍ଟାଣ୍ଟ୍ ରବୀନ୍ଦ୍ର ଦଳେଇଙ୍କୁ ମଧ୍ୟ ହାଜର ହେବା ପାଇଁ ପୋଲିସ୍ ନୋଟିସ୍ ପଠାଇଛି। ଆସନ୍ତା ୧୧ ତାରିଖ ସୁଦ୍ଧା ହାଜର ହେବା ପାଇଁ ଏହି ତିନି ଜଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍) ମୁଖ୍ୟ ମହିମା ମିଶ୍ରଙ୍କ ଆର୍ଥିକ କାରବାର ସଂପର୍କରେ ପଚରାଉଚରା କରିବାକୁ ପୋଲିସ୍ ସେମାନଙ୍କୁ ନୋଟିସ୍ ଜାରି କରିଛି।
ମହିମା ମିଶ୍ର ଏ ମାମଲାରେ ଗିରଫ ହୋଇ ସମାଗୋଳ ଜେଲରେ ଅଛନ୍ତି। ଏଯାବତ ଏହି ମାମଲାରେ ତାଙ୍କୁ ମିଶାଇ ମୋଟ ୮ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ବାପି ସର୍ଖେଲ ବି ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।