ପାରାଦୀପରେ ତୈଳ ବିଶୋଧନାଗାର କଂଗ୍ରେସ ଆରମ୍ଭ କରିଥିଲା, ଶେଷ ବି କରିଥିଲା: ପ୍ରସାଦ

ଭୁବନେଶ୍ୱର:‘ପାରାଦୀପରେ ତୈଳ ବିଶୋଧନାଗାର ଆରମ୍ଭ କରିଥିଲା କଂଗ୍ରେସ। ଏହାକୁ ଶେଷ ବି କରିଥିଲା କଂଗ୍ରେସ। କିନ୍ତୁ ବାଟ ଓଗାଳି ଥିଲା ବିଜେଡି। ବିଜେପି ତ ଏହାକୁ ଏକ ସମୟରେ ଲାଭଜନକ ନୁହେଁ କହି ବନ୍ଦ କରି ଦେଇଥିଲା। କିନ୍ତୁ ଆଜିର ପରିସ୍ଥିତି ହେଉଛି ରାନ୍ଧିବାଢ଼ି କିଏ ଥୋଇଲା ଆଉ ପତ୍ର ପକାଇ କିଏ ଖାଇଲା ଭଳି।’ ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠାର ଶ୍ରେୟ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଶନିବାର ଏ […]

pcc-prasad-harichandan

pcc-prasad-harichandan

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 03:21 PM IST

Sports

Latest News

[caption id="attachment_67266" align="alignleft" width="300"]pcc-prasad-harichandan ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ[/caption]

ଭୁବନେଶ୍ୱର:‘ପାରାଦୀପରେ ତୈଳ ବିଶୋଧନାଗାର ଆରମ୍ଭ କରିଥିଲା କଂଗ୍ରେସ। ଏହାକୁ ଶେଷ ବି କରିଥିଲା କଂଗ୍ରେସ। କିନ୍ତୁ ବାଟ ଓଗାଳି ଥିଲା ବିଜେଡି। ବିଜେପି ତ ଏହାକୁ ଏକ ସମୟରେ ଲାଭଜନକ ନୁହେଁ କହି ବନ୍ଦ କରି ଦେଇଥିଲା। କିନ୍ତୁ ଆଜିର ପରିସ୍ଥିତି ହେଉଛି ରାନ୍ଧିବାଢ଼ି କିଏ ଥୋଇଲା ଆଉ ପତ୍ର ପକାଇ କିଏ ଖାଇଲା ଭଳି।’ ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠାର ଶ୍ରେୟ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଶନିବାର ଏ କଥା କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

ସେ କହିଛନ୍ତି, ପାରାଦୀପରେ ତୈଳ ବିଶୋଧନାଗାର ପ୍ରତିଷ୍ଠା ନିଷ୍ପତ୍ତି ନେଇଥିଲା କଂଗ୍ରେସ। କେନ୍ଦ୍ରରେ ପି.ଭି ନରସିଂହରାଓଙ୍କ ସରକାର ଥିବା ବେଳେ ଏହି ନିଷ୍ପତ୍ତି ହୋଇଥିଲା। ଷ୍ଟେଜ୍-୨ ଅନୁମତି ଦେଇଥିଲେ। ଯୋଜନା କମିଶନ ଅର୍ଥ ବ୍ୟୟ ବରାଦ କରିଥିଲେ। ସେତେବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀବଲ୍ଲଭ ପଟ୍ଟନାୟକ। ତୈଳ ବିଶୋଧନାଗାର କ୍ଷମତା ୩ ମିଲିୟନଟନ୍‌ରୁ ୬ମିଲିୟନଟନ୍‌କୁ ବୃଦ୍ଧି କରାଗଲା ପି.ଭି ନରସିଂହରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ। ପରେ ଏହି କ୍ଷମତାକୁ ଯଥାକ୍ରମେ ୯ ମିଲିୟନଟନ୍ ଓ ୧୫ ମିଲିୟନ୍‌ଟନ୍‌କୁ ବୃଦ୍ଧି କରାଗଲା। ଏ ସମୟରେ ବି କେନ୍ଦ୍ରରେ କଂଗ୍ରେସ ସରକାର ଥିଲା। ଡ. ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀ କାଳରେ ଏ ନିଷ୍ପତ୍ତି ହୋଇଥିଲା। ପାରାଦୀପରେ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୨୦୦୬ ମାର୍ଚ୍ଚରେ ନିଷ୍ପତ୍ତି ହେଲା। ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ। ସେ ଭୁବନେଶ୍ୱର ଆସିଥିବା ଅବସରରେ ରାଜଭବନରୁ ୨୯୦୦୦ କୋଟି ବ୍ୟୟ ଅଟକଳରେ ଏହି କଂପ୍ଲେକ୍ସ ନିର୍ମାଣ ପାଇଁ ଘୋଷଣା କରିଥିଲେ।

ପ୍ରସାଦ କହିଛନ୍ତି, ପାରାଦୀପ ତୈଳ ବିଶୋଧନାଗାର ନେଇ ଯାହା ହୋଇଛି ସବୁ କଂଗ୍ରେସ ଅମଳରେ ହିଁ ସମ୍ଭବ ହୋଇଛି। ରାଜ୍ୟର ବିଜେଡି ସରକାର ଏହି ପ୍ରକଳ୍ପ ନିର୍ମାଣରେ ବାଟ ଓଗାଳି ଥିଲେ। ବାଧା ସୃଷ୍ଟି କରିଥିଲେ। ୧୯୯୮ରେ ରାଜ୍ୟର କଂଗ୍ରେସ ସରକାର ଏହି ପ୍ରକଳ୍ପକୁ ଟିକସ ରିହାତି କରିଥିଲେ ଓ ପ୍ରୋତ୍ସାହିନ ଦେଇଥିଲେ। କିନ୍ତୁ ୨୦୦୦ରେ ନବୀନ ବାବୁଙ୍କ ସରକାର ଟିକସ ରିହାତିକୁ ପ୍ରତ୍ୟାହାର କରି ନେଇଥିଲେ। ଆଉ ଏହାକୁ ଆଳ କରି ସେତେବେଳେ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏହି ପ୍ରକଳ୍ପକୁ ବନ୍ଦ କରି ଦେଇଥିଲେ। ସେତେବେଳେ ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ରାମ ନାଏକ କହିଥିଲେ ଯେ ଏହା ଲାଭଜନକ ପ୍ରକଳ୍ପ ନୁହେଁ। ଏନେଇ ସେ ଚିଠି ବି ଲେଖିଥିଲେ। ଏହାକୁ କେବଳ ଏକ ତୈଳ ଭଣ୍ଡାର କରିବା ପାଇଁ ସେ କହିଥିଲେ।

ପିସିସି ସଭାପତି କହିଛନ୍ତି, ପାରାଦୀପ ତୈଳ ବିଶୋଧନାଗାର ନିର୍ମାଣରେ ବିଜେଡି ବାଟ ଓଗାଳି ଥିଲା। ବିଜେପି ବନ୍ଦ କରି ଦେଇଥିଲା। କିନ୍ତୁ କଂଗ୍ରେସ ଏହି ପ୍ରକଳ୍ପକୁ ଆରମ୍ଭ କରିଥିଲା ଓ  ଶେଷ ବି କରିଥିଲା। ୨୦୧୩ ମସିହାରେ ତତ୍‌କାଳୀନ ଉପା ସରକାରର ପେଟ୍ରୋଲିୟମ୍ ମନ୍ତ୍ରୀ ବୀରାପ୍ପା ମୋଇଲି ପାରାଦୀପ ତୈଳ ବିଶୋଧନାଗାରର ମୁଖ୍ୟ କଂଟ୍ରୋଲ୍ ରୁମ୍‌ର ଉଦ୍‌ଘାଟନ କରିଥିଲେ। ତେଣୁ ଏହି ପ୍ରକଳ୍ପର ଲୋକାର୍ପଣ ହୋଇସାରିଛି। ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୁଣି ଥରେ ଲୋକାର୍ପଣ କରିବାକୁ ଯାଉଛନ୍ତି।

ପାରାଦୀପ ତୈଳ ବିଶୋଧନାଗାରର ଶ୍ରେୟ ପ୍ରକୃତପକ୍ଷେ ପାରାଦୀପ ଅଞ୍ଚଳବାସୀ, ଓଡ଼ିଶାବାସୀ, ଆଇଓସିଏଲ ଓ ଏହାର କାର୍ଯ୍ୟକର୍ତ୍ତାଙ୍କର ବୋଲି କହିଛନ୍ତି ପ୍ରସାଦ। ସେ କହିଛନ୍ତି, ଏହି ବିଶୋଧନାଗାର ପାଇଁ ପାରାଦୀପ ଅଞ୍ଚଳର ଅନେକ ଲୋକ ଜମି ଓ ବାସହରା ହୋଇଛନ୍ତି। ଏହି ଶ୍ରେୟ ସେମାନଙ୍କର। ସେହିଭଳି ଓଡ଼ିଶାବାସୀଙ୍କ ଟିକସ୍ ଛାଡ଼ ପାଇଛି। ତେଣୁ ଏ ଶ୍ରେୟ ଓଡ଼ିଶାବାସୀଙ୍କର ମଧ୍ୟ।

ପିସିସି ସଭାପତି କହିଛନ୍ତି, ପାରାଦୀପରେ ଯାହା କିଛି ବିକାଶ ହୋଇଛି ତାହା କେବଳ କଂଗ୍ରେସ ଅମଳରେ ହୋଇଛି। ପାରାଦୀପ ବନ୍ଦର ନିର୍ମାଣ ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା। ରାଜ୍ୟରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ଓ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଥିଲେ ଜବାହାରଲାଲ ନେହରୁ। ସେହିପରି ପାରାଦୀପ ଫସପେଟ୍ ଲିମିଟେଡ୍‌ ପ୍ରତିଷ୍ଠା ବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀବଲ୍ଲଭ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରାଗାନ୍ଧୀ। ବିଜୁ ପଟ୍ଟନାୟକ ପାରାଦୀପରେ ତୈଳ ବିଶୋଧନାଗାର ପ୍ରତିଷ୍ଠା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂହ ଓ ଚନ୍ଦ୍ରଶେଖରଙ୍କୁ ଚିଠି ଲେଖିଥିଲେ। କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ଦେଇଥିବା ନେଇ ବିଜୁବାବୁଙ୍କର ଏକ ଚିଠିରୁ ଜଣାପଡ଼ିଛି। ଏହି ଚିଠିକୁ ସେ ପି.ଭି ନରସିଂହ ରାଓଙ୍କ ସରକାରରେ ପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ବି. ଶଙ୍କରାନନ୍ଦଙ୍କ ନିକଟକୁ ପଠାଇଥିଲେ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠାରେ ଯେଉଁମାନଙ୍କର ଭୂମିକା ରହିଛି ସେମାନେ ଧନ୍ୟବାଦର ପାତ୍ର। ମହତାବଙ୍କଠାରୁ ଆରମ୍ଭ କରି ବିଜୁ ବାବୁ, ନବୀନଙ୍କଠାରୁ ଆରମ୍ଭ କରି ଧର୍ମେନ୍ଦ୍ର ପ୍ରଧାନ, ଅଟଳ ବିହାରୀ ବାଜପେୟୀଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମେସ୍ତ ଏଥିପାଇଁ ଧନ୍ୟବାଦର ପାତ୍ର। କଂଗ୍ରେସର ଭୂମିକାକୁ ଦଳ ଭୁଲି ଯାଉଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବରେ ସେ କହିଥିଲେ ଯେ ଗଣତନ୍ତ୍ରରେ କେହି କାହାକୁ ଭୁଲିବାର ନାହିଁ। କେହି କାହାକୁ ଶ୍ରେୟ ଦେବାର ନାହିଁ। ଏହା ଏକ ପ୍ରକ୍ରିୟା ଯାହା ଜାରି ରହେ। ଆଉ ତାହାରି ଫଳ ସ୍ୱରୂପ ଓଡ଼ିଶାର ସ୍ୱପ୍ନ ଆଜି ସତ ହୋଇଛି। ଏହି ତୈଳ ବିଶୋଧନାଗାର ନିର୍ମାଣରେ ଯେଉଁମାନଙ୍କର ଅବଦାନ ରହିଛି ସେମାନଙ୍କୁ ସମସ୍ତଙ୍କୁ ବିଜେପି ଧନ୍ୟବାଦ ଜଣାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story