ଅମୀତଙ୍କ ଓଡ଼ିଶା ଗସ୍ତକୁ ନେଇ କଳ୍ପନାଜଳ୍ପନା

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହା ଓଡ଼ିଶା ଆସୁଛନ୍ତି। ପୁରୀରେ ବିମଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସେ ଯୋଗଦେବେ। ଏହି ଗସ୍ତ ରାଜନୈତିକ ପ୍ରଣୋଦିତ ହୋଇ ନ ଥିଲେ ମଧ୍ୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ପାଇଁ ପୁରୀ ଯିବା ରାସ୍ତାରେ ୬ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦେଢ ମାସ ବ୍ୟବଧାନରେ ଅମୀତଙ୍କ ଏହା ଦ୍ୱିତୀୟ ଗସ୍ତ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ […]

amitsaha

amitsaha

Rakesh Mallick
  • Published: Thursday, 19 January 2017
  • Updated: 19 January 2017, 10:42 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହା ଓଡ଼ିଶା ଆସୁଛନ୍ତି। ପୁରୀରେ ବିମଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସେ ଯୋଗଦେବେ। ଏହି ଗସ୍ତ ରାଜନୈତିକ ପ୍ରଣୋଦିତ ହୋଇ ନ ଥିଲେ ମଧ୍ୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ପାଇଁ ପୁରୀ ଯିବା ରାସ୍ତାରେ ୬ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦେଢ ମାସ ବ୍ୟବଧାନରେ ଅମୀତଙ୍କ ଏହା ଦ୍ୱିତୀୟ ଗସ୍ତ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ଲାଗି ରହିଛି।

ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ରେ ଅମୀତ ଭୁବନେଶ୍ୱରରେ ପହଞ୍ଚିବେ। ସେ ବିମାନ ବନ୍ଦରରୁ ସିଧା ରାଜ୍ୟ କାର୍ଯ୍ୟାଳୟକୁ ଯିବେ। ସେଠାରେ ପଞ୍ଚାୟତ ନିର୍ବାଚନ ନେଇ ସଙ୍ଗଠନର ସମ୍ପାଦକ ସୌଦାନ ସିଂ, ରାଜ୍ୟ ପ୍ରଭାରୀ ଆରୁଣ ସିଂଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହିତ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅମୀତ ନଭେମ୍ୱର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ବେଳେ ଏଥର କର୍ମୀଙ୍କ କାନରେ କ’ଣ ମନ୍ତ୍ର ଫୁଙ୍କିବେ ତାହା ଦେଖିବାକୁ ବାକି ରହିଛି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀତ ଶାହାଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ। ସେ ଆସନ୍ତାକାଲି ବିମଳା ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ।”

ନଭେମ୍ୱର ୨୫ ତାରିଖରେ ଶାହା ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣକୁ ସମର୍ଥନ କରି ନବୀନ ମାଷ୍ଟର ଷ୍ଟ୍ରୋକ୍‌ ମାରିଥିଲେ। ଅନ୍ୟପକ୍ଷରେ ମୋଦିଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂ ଓ ଅରୁଣ ଜେଟ୍‌ଲି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କରିବାରୁ ରାଜ୍ୟ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ନବୀନଙ୍କୁ ପ୍ରତିଆକ୍ରମଣ କରିବା ପାଇଁ ଅମୀତଙ୍କର ଏହା ଦ୍ୱିତୀୟ ଗସ୍ତ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି,“ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସୁଥିବାରୁ ଦଳକୁ ନିଶ୍ଚିତ ଫାଇଦା ମିଳିବ। ଏହାର ସୁଯୋଗ ନେଇ ନେତାମାନେ ପଞ୍ଚାୟତ ନିର୍ବାଚନରେ କାର୍ଯ୍ୟକାରୀ କରିବେ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଅମୀତ ଶାହା କେଉଁ ମନ୍ତ୍ର କାହା କାନରେ ଫୁଙ୍କିବେ ତାହା ତାଙ୍କ ଦଳ ସ୍ଥିର କରିବ। ତେବେ ତାଙ୍କ ଗସ୍ତର ପ୍ରଭାବ ଲୋକଙ୍କ ଉପରେ କ’ଣ ପଡ଼ିବ ଆମେ ତାର ଫରକ ଦେଖିବାକୁ ପାଉନୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story