ପୋଡ଼ା ନ ହୋଇ ପୋଡ଼ ପିଠା: ଜଗାକୁ ପରସିବା ପାଇଁ ମାଉସୀ ଘରେ ପ୍ରସ୍ତୁତି ଜୋରଦାର, କେମିତି ହୁଏ ଜାଣନ୍ତୁ ଏହାର ମହାତ୍ମ୍ୟ

ପୁରୀ:ଜଗା ଆସିବ। ସାଙ୍ଗରେ ଆସିବେ ଭାଇ ଭଉଣୀ। ଆସିବା ବେଳେ ବାଟର ମାଉସୀ ହାତରୁ ଖାଇବେ ପୋଡ଼ ପିଠା । ତେଣୁ ବର୍ଷକରେ ଥରେ କୋଣିଆ ଆସୁଥିବାରୁ ମାଉସୀ ଘରେ ନାହିଁ ନଥିବା ଉତ୍ସାହର ମାହୋଲ। ନିଜର ପ୍ରିୟପୋଡ଼ ପିଠା ଟିକକ ଖାଇବା ପାଇଁ ଏହି ତିନି ଭାଇ ଭଉଣୀ ଅଟକିଯିବେ ମାଉସୀ ମା’ଙ୍କ ଘର ନିକଟରେ । ଏଥିପାଇଁ କେତେ କଣ ପ୍ରସ୍ତୁତି। ପୋଡ଼ ପିଠା ତିଆରିରେ ଯେମିତି କିଛି ଟିକେ ଉଣା ନ ହୋଇଯାଏ ସେଥିପ୍ରତି ସମସ୍ତେ ସତର୍କ। ଇଏ ହେଉଛି  ବିଶ୍ୱପ୍ରସିଦ୍ଧ ପୁରୀ ରଥ ଯାତ୍ରାର ଅନ୍ୟ ଏକ ପରମ୍ପରା। ଆସନ୍ତାକାଲି ବାହୁଡାଯାତ୍ରା ଅବସରରେ ତିନି ଠାକୁର ଗୁଣ୍ଡିଚା ମନ୍ଦିରରୁ ଫେରିବେ। ବାଟରେ ମାଉସୀଙ୍କ ହାତରୁ ପୋଡପିଠା ଖାଇବେ ବଳଗଣ୍ଡିଠାରେ ମାଉସୀ ମାଆଙ୍କ ଘର ନିକଟରେ।

ଅଟକିଯିବ ତିନି ରଥ।  ତେଣୁ ଏନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ପୋଡ଼ ପିଠା କିପରି ପ୍ରସ୍ତୁତ ହୁଏ। ଏଠାରେ ପୋଡ଼ପିଠା ପ୍ରସ୍ତୁତ କରୁଥିବା ଜଣେ ପୂଜକଙ୍କ କହିବା ଅନୁଯାୟୀ। ଏହାର ନାମ ସିନା  ପୋଡ଼ ପିଠା। ପ୍ରକୃତର ଜଗନ୍ନାଥ କୌଣସି ପୋଡ଼ା ଜିନିଷ  ଖାଆନ୍ତି ନାହିଁ। ତେଣୁ ଏହାକୁ ଅନେକ ନୀତି ନିୟମରେ ତିଆରି କରାଯାଇଥାଏ। ପୋଡ଼ ପିଠା ପାଇଁ ଅଟା, ଚିନି, ଛେନା, ଲବଙ୍ଗ, ପିସ୍ତା, ଅଳେଇଚ,ଗୁଜରାତି ଭଳି ସାମଗ୍ରୀକୁ ମିଶ୍ରଣ କରାଯାଇଥାଏ। ଅଗ୍ନି ସଂଯୋଗ ପରେ ଚୂଲିରେ ଏକ ପାତ୍ରରେ ପାଣି ଗରମ ହୋଇଥାଏ।

ଏଥିରୁ ଯେଉଁ ଉତ୍ତାପ ବାହାରେ ସେଥିରେ କୌଶଳକ୍ରମେ ସେହି ମିଶ୍ରଣକୁ ସିଝାଜାଇଥାଏ। ଏଥିପାଇଁ ପ୍ରାୟ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ  ସମୟ ଲାଗିଥାଏ।  ସିଝିଲା ପରେ ଏହାକୁ ଶୀତଳ କରାଯାଇ ଥାଏ।  ପରେ ଏହାକୁ ଖଣ୍ଡ ଖଣ୍ଡ କରି ସୁଦ୍ଧ ଘିଅରେ ଛଣାଯାଏ।  ଏମିତି ନିଆରା ଢଙ୍ଗରେ ପ୍ରସ୍ତୁତି ହୋଇଥାଏ ପୋଡ଼ ପିଠା। ତେବେ ପୂଜକ ଜଣକ କହୁ କହୁ ଅତ୍ୟନ୍ତ ଭାବବିହ୍ୟୁଳ ହୋଇପଡ଼ିଥିଲେ। କହିଥିଲେ ୫୬ ପଉଠିର ମାଲିକ ହେଉଛି ସେଇ କଳାଠାକୁର । ସବୁ ତା’ରି ଲୀଳା। ୫୬ ପଉଠିରୁ ଇଏ ବି ହେଉଛି ଏକ ବ୍ୟଞ୍ଜନ । ଆଉ ଅତି ସମର୍ପଣ ଭାବରରେ ତିଆରି ହୋଇଥାଏ ଏହି ପୋଡ଼ ପିଠା।

Ordigital Desk
• Published: Sunday, 02 July 2017
• Updated: 02 July 2017, 05:36 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos