ଆଇନ ଶୃଙ୍ଖଳା ରକ୍ଷା, ନକ୍ସଲ ବିରୋଧୀ ଅଭିଯାନରେ ପୋଲିସର କାର୍ଯ୍ୟ ପ୍ରଶଂସନୀୟ: ମୁଖ୍ୟମନ୍ତ୍ରୀ

କଟକ: ବକ୍ସିବଜାର ସ୍ଥିତ ପୋଲିସ ମୁଖ୍ୟାଳୟରେ ଆଜି ୮୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଉତ୍କଳ ଦିବସ ଉପଲକ୍ଷେ ନବ ଓଡ଼ିଶାର ନିର୍ମାତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ନକ୍ସଲ ବିରୋଧୀ ଅଭିଯାନରେ ପୋଲିସର କାର୍ଯ୍ୟ ପ୍ରଂଶସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭିତ୍ତିଭୂମି ବିକାଶ, ନୂଆ ୟୁନିଟ୍‌ ପ୍ରତିଷ୍ଠା, […]

police

police

Rakesh Mallick
  • Published: Friday, 01 April 2016
  • Updated: 01 April 2016, 10:50 AM IST

Sports

Latest News

କଟକ: ବକ୍ସିବଜାର ସ୍ଥିତ ପୋଲିସ ମୁଖ୍ୟାଳୟରେ ଆଜି ୮୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଉତ୍କଳ ଦିବସ ଉପଲକ୍ଷେ ନବ ଓଡ଼ିଶାର ନିର୍ମାତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ନକ୍ସଲ ବିରୋଧୀ ଅଭିଯାନରେ ପୋଲିସର କାର୍ଯ୍ୟ ପ୍ରଂଶସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭିତ୍ତିଭୂମି ବିକାଶ, ନୂଆ ୟୁନିଟ୍‌ ପ୍ରତିଷ୍ଠା, ନିଯୁକ୍ତି ଓ ତାଲିମ୍ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, “ଆର୍ଥିକ ଉନ୍ନତି, ବୈଷୟିକ ପ୍ରଗତି ଓ ସାମାଜିକ ପରିବର୍ତ୍ତନ ପୋଲିସ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି। ଗରିବ, ଆଦିବାସୀ, ଦଳିତ, ମହିଳା, ଶିଶୁ ଓ ସଂଖ୍ୟାଲଘୁ ଲୋକଙ୍କ ଅଭିଯୋଗ ଉପରେ ପୋଲିସ ଅଧିକ ଦାୟିତ୍ୱ ଓ ସମ୍ବେଦନଶୀଳ ମନୋଭାବ ନେଇ କାମ କରିବା ଦରକାର। ନବକଳେବର ସମୟରେ ରାଜ୍ୟ ପୋଲିସ ଦକ୍ଷତାର ସହ କାମ କରିଛି। ଟେଣ୍ଡର ମାଫିଆ, ଟ୍ରାନ୍ସପୋର୍ଟ ମାଫିଆ, ଅପରାଧୀଙ୍କ ବିରୋଧରେ ପୋଲିସର ଅଭିଯାନ ପ୍ରଶଂସନୀୟ। ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବା ଦରକାର।”

ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କିଛି ପୋଲିସ୍ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଇନିସ୍‌ପେକ୍ଟର ସଞ୍ଜୀବ କୁମାର ଶତପଥୀ, ଇନିସ୍‌ପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ଇନିସ୍‌ପେକ୍ଟର ସୁରେଶ କୁମାର ବଳ, ସବ୍-ଇନିସ୍‌ପେକ୍ଟର କାହ୍ନୁ ଚରଣ ରାଉଳ, ଡେପୁଟି ସୁବେଦାର କିରଣ କୁମାର, ଏ.ଏସ୍‌.ଆଇ ଶିଶିର କୁମାର ବିଶ୍ୱାଳ, ଡ୍ରାଇଭର ହାବିଲଦାର ଫୁଲ କୁମାର କିରୋ, କନଷ୍ଟେପଳ ପ୍ରଭାକର ଲାକ୍ରା, ସୁବେଦାର ବାଙ୍କନିଧି ନାୟକ, ଡେପୁଟି ସୁବେଦାର ସ୍ୱପ୍ନ କୁମାର ସରକାର, ହାବିଲଦାର ମେଜର ଦିଲ୍ଲୀ କୁମାର ନାୟକ, ହାବିଲଦାର ଓମ୍ ବାହାଦୂର ଓ ସିପାହୀ ଜୟଚନ୍ଦ୍ର ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଷଷ୍ଠ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, କଟକ ଷଷ୍ଠ ବାଟାଲିୟନର ପରିବାର କଲ୍ୟାଣ କେନ୍ଦ୍ର, ଦ୍ୱିତୀୟ ବାଟାଲିୟନ, ଝାରସୁଗୁଡ଼ାର ପରିବାର କଲ୍ୟାଣ କେନ୍ଦ୍ର ଓ ସୁନ୍ଦରଗଡ଼ ଜିଲ୍ଲା ପରିବାର କଲ୍ୟାଣ କେନ୍ଦ୍ରକୁ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, କର୍ମଚାରୀ ଓ ବୁଦ୍ଧିଜୀବି ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story