ନେତା କହିଲେ ହାତୀ ଦେବୁ, ଘୋଡ଼ା ଦେବୁ… ଝିଅ କହିଲେ-ଭରସା ପାଉନି
ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା କଳାପାଣି ଗାଁରେ ଲାଗିଛି ନେତାଙ୍କ ଭିଡ଼। ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରକୁ ମିଳୁଛି ପ୍ରତିଶ୍ରୁତିର ସୁଅ। ବୃନ୍ଦାଙ୍କ ଅନାଥ ପୁଅ, ଝିଅଙ୍କ ପଢା ଖର୍ଚ୍ଚ ସହ ଚାକିରି କଥା ବୁଝିବ କହିଛି ବିଜେପି। ଅନ୍ୟପକ୍ଷରେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଅଡି ବସିଛି କଂଗ୍ରେସ। ବିଜେଡି କହିଛି ଉଚିତ୍ ଥଇଥାନ କରାଯିବ। ତେବେ ନେତାଙ୍କ ପ୍ରତିଶ୍ରୁତିକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୃନ୍ଦାଙ୍କ ପରିବାର ଲୋକେ।
ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି-“ନର୍ସିଂ ପାଠ ପଢ଼ାଇବା ପାଇଁ ବୃନ୍ଦାଙ୍କ ଝିଅକୁ ପ୍ରତିଶ୍ରୁତି ଦିଆଯାଇଛି। ପାଠ ପଢ଼ା ପରେ ଚାକିରି ମଧ୍ୟ ଯୋଗାଇ ଦିଆଯିବ।”
ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ କହିଛନ୍ତି-“ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟା ହେଉଛି ବୋଲି ପ୍ରଥମେ ସ୍ୱୀକାର କରୁ। ଚାଷୀ ନେଇଥିବା ଋଣ ଛାଡ଼ କରନ୍ତୁ। ଏହାଛଡ଼ା ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦିଆଯାଉ।”
ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି-“ରାଜ୍ୟ ସରକାର ମୃତ ଚାଷୀଙ୍କ ପରିବାର ସହ ଅଛନ୍ତି। ସେମାନଙ୍କ ପାଇଁ ନିଶ୍ଚିତ କିଛି ବ୍ୟବସ୍ଥା କରାଯିବ।”
ବୃନ୍ଦାଙ୍କ ପରିବାରକୁ ସମବେଦନା ଜଣାଇବାକୁ ଆଜି ତାଙ୍କ ଘରେ ପହଞ୍ଚିଥିଲା ନବ ନିର୍ମାଣ କୃଷକ ସଂଗଠନ। ଲୁହ ନୁହେଁ ଧୈର୍ଯ୍ୟର ସହ ସ୍ଥିତିର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲା ସଙ୍ଗଠନ।
ନବନିର୍ମାଣ କୃଷକ ସଂଗଠନ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି-“ଆତ୍ମହତ୍ୟା ଏକ ଘଟଣା। ଯାହା ଘଟିଛି, ତାହା ସତ୍ୟ। କିନ୍ତୁ କେଉଁ ପରିସ୍ଥିତିରେ ଜଣେ ଆତ୍ମହତ୍ୟା କରୁଛି, ତାହା ଯେ କୌଣସି ସରକାର ଜାଣିବା ଦରକାର।”
ଚାଷୀ ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ପରେ ସତେ ଯେମିତି ବରଗଡ଼ କଳାପାଣି ଗାଁରେ ଛାଇ ଯାଇଛି ବିସର୍ଣ୍ଣର କଳା ବଦଲ। ଫସଲ ଉଜୁଡିବା କାରଣ ହେଉ ବା ବୃନ୍ଦାଙ୍କ ଚରମ ନିଷ୍ପତ୍ତିରେ ପୂରା ଗାଁ ଏବେ ସ୍ତବ୍ଧ ହୋଇଯାଇଛି। ସେପଟେ ବୃନ୍ଦାଙ୍କ ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଦେବା ପାଇଁ ସକାଳୁ ସଞ୍ଜ ଯାଏଁ ତାଙ୍କ ଘରେ ଲାଗିଛି ରାଜନେତାଙ୍କ ଭିଡ଼। ଅନାଥ ପରିବାର ପାଇଁ କାହାର କେତେ ଯୋଜନା, କେତେ ସପନ, ତାକୁ ନେଇ ସତେ ଯେମିତି ଲାଗିଛି ପ୍ରତିଦ୍ୱନ୍ଦ୍ୱିତା। ନେତାଙ୍କଠାରୁ ପ୍ରତିଶ୍ରୁତି ଶୁଣିଲେ ମୃତ ବୃନ୍ଦାଙ୍କ ପରିବାର ଲୋକେ। କିନ୍ତୁ ଏସବୁ ପ୍ରତିଶ୍ରୁତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ ୭ ବର୍ଷ ତଳେ ତାଙ୍କ ପୈତୃକ ଘର ଭାଙ୍ଗାଯିବା ବେଳେ ନେତା ଓ ପ୍ରଶାସନିକ ଅଧିକାରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ମଧ୍ୟ ପୂରଣ ହୋଇପାରିନି।
ବୃନ୍ଦାଙ୍କ ସାନ ଝିଅ ପ୍ରୀତି ସାହୁ କହିଛନ୍ତି-“ବହୁ ପରିଶ୍ରମ କରି ମୋ’ ବାପା ଘର ତିଆରି କରିଥିଲେ। ମାତ୍ର ତାହା ଭାଙ୍ଗି ଦିଆଗଲା। ସେତେବେଳେ ବହୁ ନେତା ଓ ମନ୍ତ୍ରୀ ଆସି ପ୍ରତିଶ୍ରୁତି ଦେଇ ଯାଇଥିଲେ। ଇତି ମଧ୍ୟରେ ୫ରୁ ୭ ବର୍ଷ ବିତିଲାଣି। ହେଲେ ଆଜିପର୍ଯ୍ୟନ୍ତ ଗୋଟିଏ ହେଲେ ମଧ୍ୟ ପ୍ରତିଶ୍ରୁତି ପାଳନ କରାଯାଇନାହିଁ।”
https://youtu.be/gbFGkOL42K0
Ordigital Desk
• Published: Friday, 03 November 2017
• Updated: 03 November 2017, 08:03 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos