ଆଳୁ ଦର ବୃଦ୍ଧି ରୋକିବାକୁ ମନ୍ତ୍ରୀମାନେ ଦାୟିତ୍ୱ ନିଅନ୍ତୁ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନେଇ ଅମଲାଙ୍କୁ ଦୋଷ ଦେଇ ମନ୍ତ୍ରୀମାନେ ଖସିଯିବା ଉଚିତ ନୁହେଁ। ଅମଲାଙ୍କ ଉପରେ ଦାୟିତ୍ୱ ନ ଛାଡି ମନ୍ତ୍ରୀମାନେ ନିଜେ ଦାୟିତ୍ୱ ନିଅନ୍ତୁ ବୋଲି ଶନିବାର ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି। ଏହାଛଡା ଆଳୁ ଦର ନିୟମନ୍ତ୍ରଣ ପାଇଁ କୃଷି, ସମବାୟ ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ୱୟ ରହିବା ଦରକାର ବୋଲି ସେ କହିଛନ୍ତି। ଆଳୁ ସଂରକ୍ଷଣ ପାଇଁ ରାଜ୍ୟରେ ଅଚଳ ପଡ଼ିଥିବା ଶୀତଳ ଭଣ୍ଡାରଗୁଡ଼ିକୁ ପୁନଃ […]

pratap jena

pratap jena

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 04:27 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନେଇ ଅମଲାଙ୍କୁ ଦୋଷ ଦେଇ ମନ୍ତ୍ରୀମାନେ ଖସିଯିବା ଉଚିତ ନୁହେଁ। ଅମଲାଙ୍କ ଉପରେ ଦାୟିତ୍ୱ ନ ଛାଡି ମନ୍ତ୍ରୀମାନେ ନିଜେ ଦାୟିତ୍ୱ ନିଅନ୍ତୁ ବୋଲି ଶନିବାର ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି। ଏହାଛଡା ଆଳୁ ଦର ନିୟମନ୍ତ୍ରଣ ପାଇଁ କୃଷି, ସମବାୟ ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ୱୟ ରହିବା ଦରକାର ବୋଲି ସେ କହିଛନ୍ତି।

ଆଳୁ ସଂରକ୍ଷଣ ପାଇଁ ରାଜ୍ୟରେ ଅଚଳ ପଡ଼ିଥିବା ଶୀତଳ ଭଣ୍ଡାରଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ନେଇ ଶୁକ୍ରବାର ସମବାୟ ମନ୍ତ୍ରୀ ଦାମୋଦର ରାଉତ ଅମଲାଙ୍କୁ ଦୋଷ ଦେଇ କହିଥିଲେ ଯେ ଅଚଳ ଶୀତଳ ଭଣ୍ଡାରଗୁଡ଼ିକ ସଚଳ କରିବା ଲାଗି ତାଙ୍କ ନିର୍ଦ୍ଦେଶକକୁ ଅମଲା ଶୁଣୁ ନାହାନ୍ତି।

ରାଜ୍ୟରେ ଆଳୁ ସଙ୍କଟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,‘’ରାଜ୍ୟରେ ଶାସନ ସ୍ଥାଣୁତା ଆଡ଼କୁ ଯାଉଛି। ସବୁ କ୍ଷେତ୍ରରେ ସରକାର କେବଳ ସାଙ୍କେତିକ ପଦକ୍ଷେପ ନେବା ଛଡ଼ା ଆଉ କିଛି କରୁ ନାହାଁନ୍ତି। ୧୭ -୧୮ ବର୍ଷ ହେଲାଣି ଶାସନ କରୁଛନ୍ତି, କିନ୍ତୁ ଆଳୁ ଯୋଗାଇ ପାରୁ ନାହାନ୍ତି। ଆଳୁ କମିଶନ ଗଠନ କରିଛନ୍ତି, କିନ୍ତୁ ହିସାବ ପାଉ ନାହାନ୍ତି।  ଆଳୁକୁ ନେଇ ସରକାରଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ କଥାକଟାକଟି ହେଉଛି। ଏହାଠୁ ବଳି ନିନ୍ଦନୀୟ ଓ ହାସ୍ୟାସ୍ପଦ କଥା କିଛି ନାହିଁ।”

କେନ୍ଦ୍ର ସରକାର ଆଳୁ ସମସ୍ୟା ସମାଧାନ ନେଇ ହସ୍ତକ୍ଷେପ କରିବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ କହିଛନ୍ତି,“ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିପାରିବେ କି? ଯଦି ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ, ତା’ ହେଲେ ରାଜ୍ୟ ସରକାର କ’ଣ କରିବେ? ରାଜ୍ୟ ସରକାରଙ୍କର ବି କିଛି ଦାୟିତ୍ୱ ରହିଛି।”

ବରିଷ୍ଠ କଂଗ୍ରେସ ନେତା ତଥା ବିଧାନସଭାରେ ବିରୋଧୀ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ଆଳୁ ଯୋଜନା ସରକାରଙ୍କ ଅନ୍ୟ ସବୁ ଯୋଜନା ଭଳି ଫେଲ୍ ମାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story