ପ୍ରୀତିଙ୍କ ପ୍ରଶ୍ନ: ଚାଷୀଙ୍କ ଭାବନା ଯିଏ ବୁଝି ପାରୁନି, ସେ କି କୃଷିମନ୍ତ୍ରୀ?

ବରଗଡ଼(ଓଡ଼ିଶା ରିପୋର୍ଟର): କ୍ଷେତ ପୋଡ଼ିଥିଲେ ମିଳିବନାହିଁ କ୍ଷତିପୂରଣ। କୃଷିମନ୍ତ୍ରୀଙ୍କ ଏପରି ବୟାନ ପରେ ନିଜ କ୍ଷେତରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ବରଗଡ଼ ଜିଲ୍ଲା କଳାପାଣି ଗାଁର ମୃତ ଚାଷୀ ବୃନ୍ଦା ସାହୁଙ୍କ ଝିଅ ପ୍ରୀତି ଆଜି କୃଷିମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ଉପରେ ଆମର ୧ ପ୍ରତିଶତ ଭରସା ନାହିଁ।

ପ୍ରୀତି ଆହୁରି ମଧ୍ୟ କହିଛନ୍ତି-“ଆମେ ଜାଣିଥିଲୁ ସରକାର ଏମିତି କରିବେ। ସେଥିପାଇଁ ପୂର୍ବରୁ ମଧ୍ୟ କହିଥିଲି ସରକାର ସାହାଯ୍ୟ କରିବେ ନାହିଁ। ଯଦି ସହାୟତା ମିଳୁଥାନ୍ତା, ତାହାହେଲେ ଚାଷୀ କଣ ପାଇଁ ଆତ୍ମହତ୍ୟା କରୁଛନ୍ତି? କୃଷିମନ୍ତ୍ରୀ ହୋଇ ଯଦି ଚାଷୀଙ୍କ ଭାବନା ବୁଝି ପାରୁ ନାହାନ୍ତି, ତାହାହେଲେ ସେ କି ମନ୍ତ୍ରୀ? ତେଣୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ସରକାରଙ୍କ ଉପରେ ବାପାଙ୍କର ବିଶ୍ୱାସ ନଥିଲା, ତେଣୁ ସେ ବିଷ ପିଇଥିଲେ।”

ବୃନ୍ଦାଙ୍କ ଝିଅ ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ସିଧାସଳଖ କୃଷିମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି-“କୃଷିମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ବେଦନହୀନ ଓ ମାନବିକତା ବିହୀନ। ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରନ୍ତୁ। ବୃନ୍ଦାଙ୍କ ଆତ୍ମହତ୍ୟା ପ୍ରକୃତରେ ଶାସକ/ପ୍ରଶାସକଙ୍କ ଦ୍ୱାରା ହତ୍ୟା।”

Ordigital Desk
• Published: Saturday, 04 November 2017
• Updated: 04 November 2017, 04:40 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): କ୍ଷେତ ପୋଡ଼ିଥିଲେ ମିଳିବନାହିଁ କ୍ଷତିପୂରଣ। କୃଷିମନ୍ତ୍ରୀଙ୍କ ଏପରି ବୟାନ ପରେ ନିଜ କ୍ଷେତରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ବରଗଡ଼ ଜିଲ୍ଲା କଳାପାଣି ଗାଁର ମୃତ ଚାଷୀ ବୃନ୍ଦା ସାହୁଙ୍କ ଝିଅ ପ୍ରୀତି ଆଜି କୃଷିମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ଉପରେ ଆମର ୧ ପ୍ରତିଶତ ଭରସା ନାହିଁ।

ପ୍ରୀତି ଆହୁରି ମଧ୍ୟ କହିଛନ୍ତି-“ଆମେ ଜାଣିଥିଲୁ ସରକାର ଏମିତି କରିବେ। ସେଥିପାଇଁ ପୂର୍ବରୁ ମଧ୍ୟ କହିଥିଲି ସରକାର ସାହାଯ୍ୟ କରିବେ ନାହିଁ। ଯଦି ସହାୟତା ମିଳୁଥାନ୍ତା, ତାହାହେଲେ ଚାଷୀ କଣ ପାଇଁ ଆତ୍ମହତ୍ୟା କରୁଛନ୍ତି? କୃଷିମନ୍ତ୍ରୀ ହୋଇ ଯଦି ଚାଷୀଙ୍କ ଭାବନା ବୁଝି ପାରୁ ନାହାନ୍ତି, ତାହାହେଲେ ସେ କି ମନ୍ତ୍ରୀ? ତେଣୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ। ସରକାରଙ୍କ ଉପରେ ବାପାଙ୍କର ବିଶ୍ୱାସ ନଥିଲା, ତେଣୁ ସେ ବିଷ ପିଇଥିଲେ।”

ବୃନ୍ଦାଙ୍କ ଝିଅ ପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ସିଧାସଳଖ କୃଷିମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି-“କୃଷିମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ବେଦନହୀନ ଓ ମାନବିକତା ବିହୀନ। ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରନ୍ତୁ। ବୃନ୍ଦାଙ୍କ ଆତ୍ମହତ୍ୟା ପ୍ରକୃତରେ ଶାସକ/ପ୍ରଶାସକଙ୍କ ଦ୍ୱାରା ହତ୍ୟା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos