ପୁରୀ: ରଥଯାତ୍ରା ସମନ୍ୱୟ କମିଟିର ତୃତୀୟ ବୈଠକ ଆରମ୍ଭ

ପୁରୀ: ଶ୍ରୀଜିଉଙ୍କ ନବକଳେବର ପରେ ପ୍ରଥମ ଘୋଷଯାତ୍ରାରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରାର ସୁପରିଳାଚନା ନେଇ ଆଜି ହୋଇଛି ତୃତୀୟ ସମନ୍ୱୟ କମିଟି ବୈଠକ। ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧକ୍ଷତାରେ ଏହି ବୈଠକ ୧୦ଟା ୩୦ ମିନିଟରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ […]

samanwayabaithaka

Rakesh Mallick
  • Published: Thursday, 02 July 2015
  • , Updated: 02 July 2015, 09:14 AM IST

ପୁରୀ: ଶ୍ରୀଜିଉଙ୍କ ନବକଳେବର ପରେ ପ୍ରଥମ ଘୋଷଯାତ୍ରାରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରାର ସୁପରିଳାଚନା ନେଇ ଆଜି ହୋଇଛି ତୃତୀୟ ସମନ୍ୱୟ କମିଟି ବୈଠକ। ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧକ୍ଷତାରେ ଏହି ବୈଠକ ୧୦ଟା ୩୦ ମିନିଟରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ନବକଳେବର ଭିତ୍ତିଭୂମି ବିକାଶ ତଦାରଖ କମିଟି ଅଧକ୍ଷ ମହେଶ୍ୱର ମହାନ୍ତିଙ୍କ ସମତେ ବିଭିନ୍ନ ବିଭାଗର ସଚିବମାନେ ମଧ୍ୟ ଯୋଗ ଦେଇଛନ୍ତି। ବୈଠକରେ ରଥକାଠ ଯୋଗାଣ, ରଥନିର୍ମାଣ, ରଥଦଉଡ଼ି ଯୋଗାଣ, ରାସ୍ତାଘାଟ, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା, ରାସ୍ତାଘାଟର ସୁବିଧା, ଡ୍ରେନେଜ, ସ୍ୱେରେଜ ଓ ବିଦ୍ୟୁତ ବ୍ୟବସ୍ଥାର ସୁବନ୍ଦୋବସ୍ତ ସହ ରେଳ ଚଳାଚଳ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ବିଷଦ ଭାବେ ଆଲୋଚନା କରାଯିବା କାର୍ଯ୍ୟକ୍ରମ ରହିଛି। କିଭଳି ଏହିସବୁ ବ୍ୟବସ୍ଥାକୁ ରଥଯାତ୍ରା ପୂର୍ବରୁ ସୁସଂଗଠିତ ଭାବେ କରାଯିବ ତାହା ଉପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ।

Related story