ପୁରୀ: ଆଜି ନୀଳାଦ୍ରି ବିଜେ

ପୁରୀ: ଆଜି ରତ୍ନ ସିଂହାସନକୁ ଫେରିବେ ତିନି ଠାକୁର। ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ନୀତି ଶେଷ ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବେ। ପ୍ରଥମେ ରାମକୃଷ୍ଣ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ ପରେ ଶ୍ରୀସୁଦର୍ଶନଙ୍କୁ ପହଣ୍ଡି କରି ଶ୍ରୀମନ୍ଦିରରେ ବିଜେ କରାଯିବ। ଏହା ପରେ ବଡଭାଇ ବଳଭ୍ରଦ, ତା’ପରେ ଦେବୀ ସୁଭଦ୍ରା ଓ ଶେଷରେ ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ହେବ। ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ […]

rath

rath

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 05:01 AM IST

ପୁରୀ: ଆଜି ରତ୍ନ ସିଂହାସନକୁ ଫେରିବେ ତିନି ଠାକୁର। ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ନୀତି ଶେଷ ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବେ। ପ୍ରଥମେ ରାମକୃଷ୍ଣ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ ପରେ ଶ୍ରୀସୁଦର୍ଶନଙ୍କୁ ପହଣ୍ଡି କରି ଶ୍ରୀମନ୍ଦିରରେ ବିଜେ କରାଯିବ। ଏହା ପରେ ବଡଭାଇ ବଳଭ୍ରଦ, ତା’ପରେ ଦେବୀ ସୁଭଦ୍ରା ଓ ଶେଷରେ ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ହେବ। ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ଭେଟନୀତି କରାଯାଇଥାଏ। ଭିତରଚ୍ଛ ଓ ପତିମହାପାତ୍ର ବନ୍ଦପନା ନୀତି କରିଥାନ୍ତି। ପରେ ସିଂହଦ୍ବାରକୁ ଯିବାପରେ ସିଂହଦ୍ୱାର ବନ୍ଦ କରାଯାଇଥାଏ। ତାପରେ ମହାପ୍ରଭୁ ଜୟବିଜୟ ଦ୍ୱାରକୁ ଯିବା ପରେ ସେଠାରେ ମହାଲକ୍ଷ୍ମୀ ଦ୍ୱାରବନ୍ଦ କରିଦେଇଥାନ୍ତି। ପରମ୍ପରାନୁସାରେ ସେଠାରେ ବଚନିକା ନୀତି କରାଯାଇଥାଏ। ତାପରେ ବିବାହ ଗଇଁଠାଳ ନୀତି ଓ ରସଗୋଲା ଭୋଗ ପରେ ରନସିଂହାସନକୁ ବିଜେ କରାଯାଇଥାଏ। ପରମ୍ପରା କ୍ରମେ, ଜୟବିଜୟ ଦ୍ୱାର ନିକଟରେ ବଚନିକା ପରେ  ଭିତରଚ୍ଚ ମହାପାତ୍ର ବନ୍ଦାପନା ନୀତି କରିବା ସହ ନିଜେ ଶୁଦ୍ଧ ଘିଅ ଓ ଚେନା ଦ୍ୱାର ପ୍ରସ୍ତୃତ ରସଗୋଲାକୁ ଭୋଗ କରିଥାନ୍ତି। ପରମ୍ପରା ରହିଛି ମହାପ୍ରଭୁ ମହଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ଦିଅନ୍ତି। ଚଳିତ ନବକଳେବର ବିଶେଷତ୍ତ୍ୱ ହେଉଛି ନୂତନ ଚତୁର୍ଦ୍ଧାବିଗ୍ରହ ପ୍ରଥମ କରି ରନସିଂହାସନ ଉପରେ ବିରାଜମାନ କରିବେ। ନୀଳାଦ୍ରୀ ବିଜେକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ସମନ୍ୱୟ ରଖାଯାଇଛି। ଏହି ସମୟରେ ଆତସବାଜି (ବାଣ) ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story