ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ପୁରୀ: ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୋରା ମଲ୍ଲିକ ଆହତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଗୋରା ହେଉଛନ୍ତି ପୁରୀ ଥାନାରେ କାର୍ଯ୍ୟରତ ଜଣେ କନ୍‌ଷ୍ଟେବଳଙ୍କ ପୁଅ। ଗୋରା ନାଁରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏହାଛଡ଼ା ସେ ଅଠରନଳା ବୋମା ମାଡ଼ ଘଟଣାରେ ସମ୍ପୃକ୍ତ ବୋଲି ପୋଲିସ୍‌ କହିଛି। ଗତକାଲି ଗୋରା ଡେଲାଙ୍ଗ ଆଖୁଆପଦାରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ ସଦଳବଳେ ସେହି […]

puri incounter

Rakesh Mallick
  • Published: Saturday, 15 April 2017
  • , Updated: 15 April 2017, 09:27 AM IST

ପୁରୀ: ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୋରା ମଲ୍ଲିକ ଆହତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଗୋରା ହେଉଛନ୍ତି ପୁରୀ ଥାନାରେ କାର୍ଯ୍ୟରତ ଜଣେ କନ୍‌ଷ୍ଟେବଳଙ୍କ ପୁଅ। ଗୋରା ନାଁରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏହାଛଡ଼ା ସେ ଅଠରନଳା ବୋମା ମାଡ଼ ଘଟଣାରେ ସମ୍ପୃକ୍ତ ବୋଲି ପୋଲିସ୍‌ କହିଛି।

ଗତକାଲି ଗୋରା ଡେଲାଙ୍ଗ ଆଖୁଆପଦାରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ ସଦଳବଳେ ସେହି ଅଞ୍ଚଳରେ ଚଢ଼ାଉ କରିଥିଲା। ପୁଲିସ୍‌କୁ ଗୋରା ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଏହା ଜବାବରେ ପୋଲିସ ପାଲଟା ଗୁଳି ଚଳାଇବାରୁ ଗୋରା ଡାହାଣ ଗୋଡ଼ରେ ଗୁଳି ବାଜିଥିଲା।

Related story