ପୁରୀ: ସିଂହଦ୍ୱାରରେ ତିନି ରଥ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆଜି ସୁରୁଖୁରୁରେ ଆଜି ସଂପନ୍ନ ହୋଇଛି ବାହୁଡ଼ା ଯାତ୍ରା। ସିଂହଦ୍ୱାର ଲାଗିଛି ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ପ୍ରଥମେ ସିଂହଦ୍ୱାରରେ ଲାଗିଥିଲା ବଳଭଦ୍ରଙ୍କ ତାଳଧ୍ୱଜ, ତା’ପରେ ଲାଗିଥିଲା ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ସବା ଶେଷ ରାତି ପ୍ରାୟ ୯ଟା ବେଳେ ଧୀରେ ଧୀରେ ସଂହଦ୍ୱାର ସମ୍ମୁଖରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। କେବଳ ଜଣେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା […]

rath

rath

Rakesh Mallick
  • Published: Sunday, 26 July 2015
  • Updated: 26 July 2015, 04:34 PM IST

Sports

Latest News

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆଜି ସୁରୁଖୁରୁରେ ଆଜି ସଂପନ୍ନ ହୋଇଛି ବାହୁଡ଼ା ଯାତ୍ରା। ସିଂହଦ୍ୱାର ଲାଗିଛି ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ପ୍ରଥମେ ସିଂହଦ୍ୱାରରେ ଲାଗିଥିଲା ବଳଭଦ୍ରଙ୍କ ତାଳଧ୍ୱଜ, ତା’ପରେ ଲାଗିଥିଲା ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ସବା ଶେଷ ରାତି ପ୍ରାୟ ୯ଟା ବେଳେ ଧୀରେ ଧୀରେ ସଂହଦ୍ୱାର ସମ୍ମୁଖରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। କେବଳ ଜଣେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ବେଳେ ଆଉ କୌଣସି ଅଘଟଣ ବା ବିଶୃଙ୍ଖଳା ସୃଷ୍ଟି ହୋଇନଥିଲା। ଅଳ୍ପ ବର୍ଷା ହୋଇଥିଲେ ବି ସେଥିଯୋଗୁ କୌଣସି ସମସ୍ୟା ହୋଇ ନ ଥିଲେ।

ଛେରାପହଁରା ପରେ ଅପରାହ୍ନ ୪ଟା ୫ ମିନିଟରୁ ଆରମ୍ଭ ହୋଇଥିଲା ରଥ ଟଣା। ପରମ୍ପରା ଅନୁଯାୟୀ ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜକୁ ଟଣା ଯାଇଥିଲା। ଏହାର ୪୦ ମିନିଟ୍ ପରେ ପ୍ରାୟ ୪ଟା ୪୫ ମିନିଟରେ ଟଣା ଯାଇଥିଲା ଦେବୀ ସୁଭଦ୍ରାଙ୍କ ରଥ। ଆଉ ୫ଟା ୨୦ରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।

ଗତକାଲି ସନ୍ଧ୍ୟା ଦର୍ଶନ ଶେଷ ହେବା ପରେ ବାହୁଡ଼ା ଯାତ୍ରା ପାଇଁ ରୀତିନୀତି ଆରମ୍ଭ ହୋଇଯାଇଥିଲା।  ଆଜି ଭୋର ୪ଟାରୁ ତିନି ଠାକୁରଙ୍କ ମଙ୍ଗଳ ଆରତି ଆରମ୍ଭ ହୋଇ ସାଢେ ୬ଟା ସୁଦ୍ଧା ଗୋପାଳ ବଲ୍ଲଭ ଓ ସକାଳ ଧୂପ କାର୍ଯ୍ୟ ସଂପନ୍ନ ହୋଇଥିଲା। ତା’ପରେ ତିନି ଠାକୁରଙ୍କ ସେନାପାଟ ଲାଗି ହୋଇଥିଲା। ମଙ୍ଗଳାର୍ପଣ ପରେ ପହଣ୍ଡି ବିଜେ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଆଜି  ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ପୂର୍ବରୁ ଶ୍ରୀଜିଉମାନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ୫୭ରେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଶ୍ରୀ ସୁଦର୍ଶନ ପହଣ୍ଡିରେ ଆସି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ବିଜେ ହୋଇଥିଲେ। ତା’ପରେ ୧୧ଟା ୫୫ରେ ଭଡଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସେ ତାଳଧ୍ୱଜ ରଥରେ ବିଜେ ହୋଇ ସାରିବା ପରେ ପ୍ରାୟ ୧୨ଟା ୨୮ ବେଳକୁ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ସେ ଦର୍ପଦଳନରେ ବିଜେ ହେବା ପରେ ପହଣ୍ଡିରେ ଆସିଥିଲେ ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ। ଦିନ ପ୍ରାୟ ୨ଟା ୧୫ ବେଳକୁ ସେ ରଥରେ ବିଜେ ହୋଇଥିଲେ।

ଅପରାହ୍ନ ପ୍ରାୟ ୨ଟା ୧୫ ବେଳକୁ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ବିଜେ ହେବା ପରେ ବାକି ରୀତିକାନ୍ତି ଶେଷ କରାଯାଇଥିଲା। ତା’ପରେ ଛେରା ପହଁରା କରିବା ପାଇଁ ଆସିଥିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ। ଏହା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହଁରା କରିଥିଲେ। ଛେରା ପହଁରା ସଂପନ୍ନ ହେବା ସହିତ ଗୋଟିକ ପରେ ଗୋଟିକ ରଥରେ ଚାରମାଳ ଫିଟା ଯାଇଥିଲା ଓ ଘୋଡ଼ା ଯୋଚା ଯାଇଥିଲା। ଏହା ପରେ ରଥ ଟଣା ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story