ରାଧାରାଣୀଙ୍କୁ ଗୃହରେ କହିବାକୁ ସୁଯୋଗ ନ ମିଳିବାରୁ ହୋହାଲ୍ଲା

ଭୁବନେଶ୍ୱର: ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଓଢ଼ଣି କଢ଼ାଯିବା ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ଗୃହରେ ହଙ୍ଗାମା ହୋଇଥିଲା। ଏହି ପ୍ରସଙ୍ଗରେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାକୁ କହିବାକୁ ଦିଆ ନ ଯିବାରୁ ଦଳୀୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ରାଧାରାଣୀ ବାଚସ୍ପତିଙ୍କ ପୋଡିୟମ ପାଖକୁ ବସି ରହିବା ସହ ତାଙ୍କୁ କହିବାକୁ ସୁଯୋଗ ଦିଆଯିବାକୁ ଦାବି କରିଥିଲେ। ଏହାକୁ ନେଇ ଗୃହ ୨ ଥର ମୁଲତବି ହୋଇଥିଲା। ଶେଷରେ ବାଚସ୍ପତି ରାଧାରାଣୀଙ୍କୁ କହିବାକୁ […]

assembly

assembly

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 04:09 PM IST

assemblyଭୁବନେଶ୍ୱର: ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଓଢ଼ଣି କଢ଼ାଯିବା ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ଗୃହରେ ହଙ୍ଗାମା ହୋଇଥିଲା। ଏହି ପ୍ରସଙ୍ଗରେ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାକୁ କହିବାକୁ ଦିଆ ନ ଯିବାରୁ ଦଳୀୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ରାଧାରାଣୀ ବାଚସ୍ପତିଙ୍କ ପୋଡିୟମ ପାଖକୁ ବସି ରହିବା ସହ ତାଙ୍କୁ କହିବାକୁ ସୁଯୋଗ ଦିଆଯିବାକୁ ଦାବି କରିଥିଲେ। ଏହାକୁ ନେଇ ଗୃହ ୨ ଥର ମୁଲତବି ହୋଇଥିଲା। ଶେଷରେ ବାଚସ୍ପତି ରାଧାରାଣୀଙ୍କୁ କହିବାକୁ ଅନୁମତି ଦେବା ପରେ ସ୍ଥିତି ସୁଧୁରି ଥିଲା।

ରାଧାରାଣୀ ବରଗଡ଼ରେ ତାଙ୍କ ପ୍ରତି ହୋଇଥିବା ଅପମାନ ଘଟଣାରୁ ତାଙ୍କ ବକ୍ତବ୍ୟ ଆରମ୍ଭ କରିବାରୁ ବିଜେଡି ବିଧାୟକମାନେ ଏହାର ପ୍ରତିବାଦ କରିଥିଲେ। ଫଳରେ ପୁଣି ଗୃହରେ ହୋହାଲ୍ଲା ହୋଇଥିଲା।

ରାଧାରାଣୀ କହିଛନ୍ତି,“ଗୃହରେ କହିବାକୁ ସୁଯୋଗ ନ ମିଳିବାରୁ ମୁଁ ଧାରଣା ଦେଇଥିଲି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହସ୍ତକ୍ଷେପ ପରେ ମୋତେ କହିବାକୁ ସୁଯୋଗ ମିଳିଥିଲା। ତେବେ ମାତ୍ର ଗୋଟିଏ ମିନିଟ୍‌ ସମୟ ଦିଆଗଲା। ଯେଉଁଥି ପାଇଁ ମୁଁ ଯାହା କହିବାକୁ ଚାହୁଁଥିଲି ସମ୍ପୂର୍ଣ୍ଣ କରିପାରି ନ ଥିଲି। ୧୭ ବର୍ଷର ବିଜେଡି ସରକାର ଓଡ଼ିଶାର ମାଆ ଓ ଭଉଣୀଙ୍କ ସମ୍ମାନ ମାଟିରେ ମିଶାଇ ଦେଇଛି।””

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ବିରୋଧୀ ଦଳ ସହ ଆଲୋଚନା ନ କରି ବାଚସ୍ପତି ଶୂନ୍ୟକାଳ ବାତିଲି କରିଦେଲେ। ଏହା ଠିକ୍‌ ନୁହେଁ, ଆମେ ଏହାର ବିରୋଧ କରିଥିଲୁ। ସବୁଠାରୁ ଦୁଃଖଦ ଘଟଣା ହେଲା ଜଣେ ମହିଳା ବିଧାୟକଙ୍କୁ ଅସମ୍ମାନ କରାଯିବା। ମୁଖ୍ୟମନ୍ତ୍ରୀ ନିଜ ସଭାକୁ ମହିଳା ବିଧାୟକଙ୍କୁ ଆମନ୍ତ୍ରଣ କରିଥିଲେ। ମାତ୍ର ସେଠାରେ ତାଙ୍କୁ ଅପମାନିତ କରାଗଲା। ଏହି ପ୍ରସଙ୍ଗକୁ ସେ ଗୃହରେ ଉପସ୍ଥାପନ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ଅନୁମତି ଦିଆଯାଇ ନ ଥିଲା। ଆମେ ସମସ୍ତେ ଏହାର ପ୍ରତିବାଦ କରିଥିଲୁ।”

ସରକାରୀ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି,“ମୁଖ୍ୟମନ୍ତ୍ରୀ କୌଣସି ପ୍ରସଙ୍ଗରେ ଉତ୍ତର ରଖିବା ପରେ ସେ ପ୍ରସଙ୍ଗରେ ଗୃହରେ ଆଉ ଆଲୋଚନା ହୋଇ ନ ଥାଏ। ମହିଳା ବିଧାୟକ କହିବାକୁ ଚାହୁଁଥିଲେ। ନଭେମ୍ବର ୨୩ ବରଗଡ଼ ଘଟଣା ବିଧାନସଭା ଆରମ୍ଭ ହେବା ପରେ ୧ ତାରିଖ କିମ୍ବା ୨ ତାରିଖରେ ଉଠାଇ ପରିଥାନ୍ତେ। ମାତ୍ର ୫ ତାରିଖ ସୁନ୍ଦରଗଡ଼ ଘଟଣା ପରେ ଏହାକୁ ଉଠାଇଛନ୍ତି। ଏହା ଠିକ୍‌ ନୁହେଁ ବୋଲି ଆମେ କହିଥିଲୁ। ସେ ଯାହା ହେଉ ତାଙ୍କୁ (ମହିଳା ବିଧାୟକ) କହିବାକୁ ସୁଯୋଗ ଦିଆଗଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story