ରାଜ୍ୟର ବିଭିନ୍ନ ଜେଲ୍‌ରେ ରେଡ୍‌; ଆପତ୍ତିଜନକ ସାମଗ୍ରୀ ଜବତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲ୍‌ ଉପରେ ଆଜି ସକାଳୁ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇଛି।  କମିଶନରେଟ୍ ପୋଲିସ୍‌ ପକ୍ଷରୁ ଝାରପଡ଼ା ଓ ଚୌଦ୍ୱାର ଜେଲ୍‌ ଉପରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଓ କଟକ ଡିସିପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି।  ୮ ଜଣ ଆଇଆଇସିଙ୍କ ସହ ବିଭିନ୍ନ ଜୋନର ଏସିପି ମଧ୍ୟ ଏହି ଚଢ଼ାଉରେ ସାମିଲ ଅଛନ୍ତି।

ବିଭିନ୍ନ ଅଭିଯୋଗ ଆଧାରରେ ଚଢ଼ାଉ କରାଯାଉଥିବା ଜଣାପଡ଼ିଛି। ଚଢାଉ ସମୟରେ ଚୌଦ୍ୱାର ଜେଲ୍‌ରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

ସେହିପରି ବାଲେଶ୍ୱର, ବ୍ରହ୍ମପୁର ଓ କେନ୍ଦୁଝର ଜେଲ୍‌ରେ ମଧ୍ୟ ସ୍ଥାନୀୟ ପୋଲିସ୍‌ ପକ୍ଷରୁ ଚଢ଼ାଉ କରାଯାଇଛି।