ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓ ଘଟଣା: ମାନହାନୀ ମାମଲାର ଶୁଣାଣି ଆରମ୍ଭ

ଭୁବନେଶ୍ୱର: ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓରେ ବିଏମ୍‌ସି ମେୟରଙ୍କୁ ଅଭିଯୁକ୍ତ କରାଯିବା ପ୍ରସଙ୍ଗରେ ହୋଇଥିବା ମାନହାନୀ ମକଦ୍ଦମାର ଆଜିଠାରୁ ଶୁଣାଣି ଆରମ୍ଭ ହୋଇଛି। ସିଭିଲ ଜଜ ସିନିୟର ଡିଭିଜନଙ୍କ କୋର୍ଟରେ ଆଜି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ, ନିଆଁଖୁଣ୍ଟା ଡଟକମ୍‌ ପ୍ରୋପାଇଟର ପ୍ରଦୀପ ପାଣ୍ଡେ ଏବଂ ଏକ ଟିଭି ଚ୍ୟାନେଲ୍‌ ହାଜିର ହୋଇଥିଲେ। ଏମାନେ ନୋଟିସ୍‌ର ଉତ୍ତର ରଖି ସାରିଥିବାରୁ ଶୀଘ୍ର ଶୁଣାଣି ସାରିବାକୁ ଆବେଦନ କରିଛନ୍ତି। ତେବେ ଏହି ମାମଲାରେ ଅନ୍ୟ ୪ […]

risi

risi

Rakesh Mallick
  • Published: Tuesday, 03 January 2017
  • Updated: 03 January 2017, 09:32 PM IST

Sports

Latest News

ଭୁବନେଶ୍ୱର: ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓରେ ବିଏମ୍‌ସି ମେୟରଙ୍କୁ ଅଭିଯୁକ୍ତ କରାଯିବା ପ୍ରସଙ୍ଗରେ ହୋଇଥିବା ମାନହାନୀ ମକଦ୍ଦମାର ଆଜିଠାରୁ ଶୁଣାଣି ଆରମ୍ଭ ହୋଇଛି। ସିଭିଲ ଜଜ ସିନିୟର ଡିଭିଜନଙ୍କ କୋର୍ଟରେ ଆଜି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ, ନିଆଁଖୁଣ୍ଟା ଡଟକମ୍‌ ପ୍ରୋପାଇଟର ପ୍ରଦୀପ ପାଣ୍ଡେ ଏବଂ ଏକ ଟିଭି ଚ୍ୟାନେଲ୍‌ ହାଜିର ହୋଇଥିଲେ। ଏମାନେ ନୋଟିସ୍‌ର ଉତ୍ତର ରଖି ସାରିଥିବାରୁ ଶୀଘ୍ର ଶୁଣାଣି ସାରିବାକୁ ଆବେଦନ କରିଛନ୍ତି।

ତେବେ ଏହି ମାମଲାରେ ଅନ୍ୟ ୪ ପକ୍ଷ ଏପର୍ଯ୍ୟନ୍ତ ନୋଟିସ୍‌ର ଉତ୍ତର ଦେଇନାହାନ୍ତି। ନୋଟିସ୍‌ର ଉତ୍ତର ରଖିବାକୁ ଏହି ପକ୍ଷମାନେ କୋର୍ଟଙ୍କୁ ଅଧିକ ସମୟ ମାଗିଛନ୍ତି।

ଇତିଶ କହିଛନ୍ତି,“ଘଟଣାର ନିରପେକ୍ଷ ତଦନ୍ତ କରାଯାଉ। ମୋ ପାଖରେ ଯାହା ପ୍ରମାଣ ଅଛି ୧୬୪ ବୟାନ ରେକର୍ଡ କରାଗଲେ ମୁଁ କହିବି। ରିଷି ମୃତ୍ୟୁ ଘଟଣାରେ ମେୟର ଅଛନ୍ତି କି ନାହିଁ ସମୟ କହିବ। ଘଟଣାର ତଦନ୍ତ ହେବା ଦରକାର। ସେଣ୍ଟ୍ରାଲ ଫୋରେନସିକ୍‌ ଲ୍ୟାବରେ ଭିଡିଓର ଯାଞ୍ଚ କରାଗଲେ ପ୍ରକୃତ ସତ୍ୟ ନିଶ୍ଚିତ ପଦାକୁ ଆସିବ।”

ପ୍ରଦୀପ କହିଛନ୍ତି,“ଭିଡିଓର ଯାଞ୍ଚ ଆଗ କରିଦେଲେ ଏତେ ସବୁ ଘଟଣାର ଯାହା ଚାଲିଛି ତାହାର ଅନ୍ତ ହୋଇଯିବ। ଯଦି କୋର୍ଟ ଚାହିଁବେ ନିଶ୍ଚିତ ଭିଡିଓ ଯାଞ୍ଚ କଥା ଉଠାଇବୁ।”

ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ଦାବିରେ ବିଜେପି ତା’ର ଜନତା ଦରବାର ଜାରି ରଖିଛି।

ଅନ୍ୟପକ୍ଷରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ଯୁବତୀ ଓ ମହିଳାଙ୍କ ସହ ଯାଇଥିବା ସ୍ନିଗ୍ଧା ସାହୁଙ୍କ ବିରୋଧରେ ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସ୍ନଗ୍ଧା ସାହୁ ନିଜକୁ କଂଗ୍ରେସ କର୍ମୀ ବୋଲି ପରିଚୟ ଦେଇ ଇତିଶଙ୍କ ବିରୁଦ୍ଧରେ ଏତଲା କରିଥିଲେ। ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।

ସେହିପରି ରିଷି ମୃତ୍ୟୁ ମାମଲାରେ ତଦନ୍ତକାରୀ ଅଫିସର ରିଷିଙ୍କ ଆଉ ଜଣେ ସାଙ୍ଗକୁ ପଚରାଉଚରା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story