ପାପ ଧରାଇଦେଲା ସିସିଟିଭି: ଜେଲ୍‌ ଗଲା ଭକ୍ଷକ

<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଅପକର୍ମ ଧରାଇଦେଲା ସିସିଟିଭି। ଜେଲ୍ ଗଲା ରକ୍ଷକ ହୋଇ ଭକ୍ଷକ ସାଜିଥିବା ସିକ୍ୟୁରିଟି ଗାର୍ଡ ସୁଜିତ ରଣା। ସମ୍ବଲପୁର ସଦର ମେଡ଼ିକାଲରେ ଜଣେ ୩ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମରେ ଗତକାଲି ଗିରଫ ହୋଇଥିଲା ସୁଜିତ।</p> <p>ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଥିଲେ ଜଣେ ମହିଳା ରୋଗୀ। ମାଆ ସହିତ ମେଡ଼ିକାଲ ଯାଇଥିଲା ୩ ବର୍ଷର ଝିଅ। ସୁରକ୍ଷା କର୍ମୀ ଜଣକ ନାବାଳିକାକୁ ଡାକିନେଇ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ହୋହଲ୍ଲା ହେବା ପରେ ଗତକାଲି ଅଭିଯୁକ୍ତ ସୁରକ୍ଷା କର୍ମୀଙ୍କୁ ପୋଲିସ ଗିରଫ କରିଥିଲା। ଆଜି ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ନିଯୁକ୍ତି ଦେଇଥିବା ସଂସ୍ଥା G-5-S ସହିତ ଚୁକ୍ତି ବାତିଲ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଆଗକୁ ଯେଉଁ ସିକ୍ୟୁରିଟି ସଂସ୍ଥାକୁ ସୁରକ୍ଷା ଦାୟିତ୍ୱ ଦିଆଯିବ, ସେଥିରେ ନିୟୋଜିତ ହେବାକୁ ଥିବା ଗାର୍ଡଙ୍କ ଅପରାଧୀକ ରେକର୍ଡ ଯାଞ୍ଚ କରାଯିବ ବୋଲି ସମ୍ୱଲପୁର ସିଡିଏମ୍ଓ କେ.କେ. ଗୁପ୍ତା କହିଛନ୍ତି।</p>

Ordigital Desk
  • Published: Thursday, 28 December 2017
  • Updated: 28 December 2017, 08:32 PM IST

Sports

Latest News

<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଅପକର୍ମ ଧରାଇଦେଲା ସିସିଟିଭି। ଜେଲ୍ ଗଲା ରକ୍ଷକ ହୋଇ ଭକ୍ଷକ ସାଜିଥିବା ସିକ୍ୟୁରିଟି ଗାର୍ଡ ସୁଜିତ ରଣା। ସମ୍ବଲପୁର ସଦର ମେଡ଼ିକାଲରେ ଜଣେ ୩ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମରେ ଗତକାଲି ଗିରଫ ହୋଇଥିଲା ସୁଜିତ।</p><p>ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଥିଲେ ଜଣେ ମହିଳା ରୋଗୀ। ମାଆ ସହିତ ମେଡ଼ିକାଲ ଯାଇଥିଲା ୩ ବର୍ଷର ଝିଅ। ସୁରକ୍ଷା କର୍ମୀ ଜଣକ ନାବାଳିକାକୁ ଡାକିନେଇ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ହୋହଲ୍ଲା ହେବା ପରେ ଗତକାଲି ଅଭିଯୁକ୍ତ ସୁରକ୍ଷା କର୍ମୀଙ୍କୁ ପୋଲିସ ଗିରଫ କରିଥିଲା। ଆଜି ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ନିଯୁକ୍ତି ଦେଇଥିବା ସଂସ୍ଥା G-5-S ସହିତ ଚୁକ୍ତି ବାତିଲ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଆଗକୁ ଯେଉଁ ସିକ୍ୟୁରିଟି ସଂସ୍ଥାକୁ ସୁରକ୍ଷା ଦାୟିତ୍ୱ ଦିଆଯିବ, ସେଥିରେ ନିୟୋଜିତ ହେବାକୁ ଥିବା ଗାର୍ଡଙ୍କ ଅପରାଧୀକ ରେକର୍ଡ ଯାଞ୍ଚ କରାଯିବ ବୋଲି ସମ୍ୱଲପୁର ସିଡିଏମ୍ଓ କେ.କେ. ଗୁପ୍ତା କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos