ସମ୍ୱଲପୁର: ବଡ଼ରମା ଜଙ୍ଗଲରେ ମାଈ ହାତୀର ମୃତ ଦେହ ଠାବ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ବାମରା ବନଖଣ୍ଡ ଉଡସୁଙ୍ଗ ଅଞ୍ଚଳରେ ଏକ ହାତୀର ମୃତଦେହ ଠାବ କରାଯାଇଛି। ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ବୟସାଧିକ୍ୟ କାରଣରୁ ମାଈ ହାତୀଟିର ମୃତ୍ୟୁ ହୋଇଥିବା ବାମରା ବନଖଣ୍ଡ ଡିଏଫ୍ଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ହାତୀକୁ ଗୁଳି କରାଯାଇଥିବା ସ୍ଥାନୀୟ ଗାଁ ଲୋକେ ସୂଚନା ଦେଇଛନ୍ତି।