ସ୍ନାନମଣ୍ଡପରେ ତିନି ଠାକୁର      

ପୁରୀ: ଆଜି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସକାଳୁ ସକାଳୁ ରୀତିନୀତି ଆରମ୍ଭ ହୋଇଯାଇଛି। ଶ୍ରୀ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର, ମା’ସୁଭଦ୍ରା ଓ ଜଗନ୍ନାଥ ମହାପ୍ରଭୁ ସ୍ନାନମଣ୍ଡପରେ ବିଜେ କରି ସାରିଛନ୍ତି। ପ୍ରଥମେ ସୁଦର୍ଶନ ସ୍ନାନମଣ୍ଡପରେ ବିଜେ ହୋଇଥିଲେ। ତା’ପରେ ଧାଡ଼ିପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଓ ଗଜବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଯାଇଛି। ନବକଳେବର ପରେ ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ସ୍ନାନଯାତ୍ରା ଓ ଗଜ ବେଶ।

ପ୍ରଥମେ ସ୍ନାନ ମଣ୍ଡପ ଉପରେ ମଙ୍ଗଳ ଆଳତୀ, ମଇଲମ, ତଡପ ଲାଗି, ଅବକାଶ,ଅଧରପଣା ନୀତି କରାଯିବ। ଏହାପରେ ଜଳଲାଗି ନୀତି ହେବ। ଜଳଲାଗି ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିବେ। ପରେ ଗଜପତି ମହାରାଜା ଛେରା ପହଁରା କରିବେ।