ଭୁବନେଶ୍ୱର: ବାବା ସାରଥୀ ବିବାଦ ନେଇ କେନ୍ଦ୍ରାପଡ଼ା ଜଳୁଥିବା ବେଳେ ଏସପି ସତୀଶ ଗଜଭିୟେଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୀତିନଜିତ୍ ସିଂହଙ୍କୁ କେନ୍ଦ୍ରାପଡ଼ା ଏସପି ଭାବେ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଗଜଭିୟେଙ୍କୁ ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହା ସହିତ ଦକ୍ଷିଣାଞ୍ଚଳ ଆଇଜି ଆର.ପି କୋଚେଙ୍କୁ ତୁରନ୍ତ କେନ୍ଦ୍ରାପଡ଼ାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାବା ସାରଥୀଙ୍କ ବାରମୂଳସ୍ଥିତ ଆଶ୍ରମ ସମ୍ମୁଖରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିବା ଲୋକଙ୍କ ଉପରେ ପୋଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ଅଭିଯୋଗ ହେବା ପରେ ସରକାର ଏସପି ସତିଶ ଗଜଭିୟେଙ୍କୁ ବଦଳି କରିଛନ୍ତି।
ଅନ୍ୟପକ୍ଷରେ ବାରମୂଳ ସ୍ଥିତ ଆଶ୍ରମ ନିକଟରେ ସାଧାରଣ ଲୋକଙ୍କ ଉପରେ କେନ୍ଦ୍ରାପଡ଼ା ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଓ ଗୃହ ସଚିବଙ୍କୁ କମିଶନ ରିପୋର୍ଟ ତଲବ କରିଛନ୍ତି। ତିନି ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଦିନଟିଏ ବଢ଼ିଲା କଟକ ବାଲିଯାତ୍ରା
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି।
Sports
ବାରବାଟୀ ଦିନିକିଆ ପାଇଁ କମିଲା ଟିକେଟ ଦର
ରାଜ୍ୟବ୍ୟାପୀ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପରେ ହ୍ରାସ ପାଇଲା ବାରବାଟୀ ଟିକେଟ ଦର। ଫେବ୍ରୁଆରୀ ୯ରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍।
Miscellaneous
ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଓ ୪ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞାପନ, କାର୍ଯ୍ୟରତ ୨ସଦସ୍ୟଙ୍କୁ ନେଇ ସସପେନ୍ସ
ରାଜ୍ୟ ସରକାର ଆଜି ମଙ୍ଗଳବାର ‘ରାଜ୍ୟ ସୂଚନା କମିଶନ’ରେ ୪ଟି କମିଶନର(ସଦସ୍ୟ) ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର ୨୪ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Miscellaneous
ବେଦାନ୍ତ ଜମି ଫେରାଇବା ପ୍ରସଙ୍ଗ: ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ କହିଲେ ମନ୍ତ୍ରୀ
ବେଦାନ୍ତ ଜମି ଫେରି ପାଇବା ବଦଳରେ କ୍ଷତିପୂରଣ ରାଶି ଫେରାଇବା ଅଦାଲତଙ୍କ ନିର୍ଦ୍ଦେଶ। ଯଦି ଲୋକେ ନିଜ ଜମି ଫେରିପାଇବା ଲାଗି କ୍ଷତିପୂରଣ ରାଶି ବାଧକ ସାଜେ ତେବେ ସରକାର ଏହା ଉପରେ ବିଚାର କରିବେ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।