କଟକ: କଥାରେ ଅଛି ରଖେ ହରି ତ ମାରେ କିଏ ? ଏହା ଅକ୍ଷରେ ଅକ୍ଷରେ ସତ୍ୟରେ ପରିଣତ ହୋଇଛି ଭୁବନେଶ୍ୱର ଗ୍ୟାରେଜ ଛକ ଅଞ୍ଚଳର ୧୨ ବର୍ଷର ବାଳକ କ୍ଷେତ୍ରରେ। ଆଜି କଟକ ଚୌଦ୍ୱାର ଅଞ୍ଚଳରେ ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ମାଆବାପାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ହେଲେ ସାହାଯ୍ୟ ପାଇଁ ଏହି କୁନି ପିଲାର ଚିତ୍କାର ଦେଖଣାହାରୀଙ୍କ ଦେହ ଥରାଇ ଦେଇଥିଲା।
ଭୁବନେଶ୍ୱରର ଶିବଶଙ୍କର ଦାସ ପତ୍ନୀ ଏବଂ ପୁଅ ସହ କୌଣସି ସ୍ଥାନକୁ ଯାଉଥିବା ବେଳେ ଚୌଦ୍ୱାର କଜଳକଣା ଛକ ଭଗବତୀ ମନ୍ଦିର ନିକଟରେ ଏକ କାର ତାଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା। ଶିବଶଙ୍କର ଭାରସାମ୍ୟ ହରାଇ ରାସ୍ତା କଡର ଏକ ଗଛରେ ଗାଡି ପିଟି ଦେଇଥିଲେ। ଘଟଣା ସ୍ଥଳରେ ଶିବଶଙ୍କର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ଆଗ ସିଟ୍ରେ ବସିଥିବା ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରି ସାହାଯ୍ୟ ମାଗୁଥିଲା। ଭଙ୍ଗା କଚ ଭିତରୁ ପିଲାଟି ଆକୁଳ ଡାକ ଶୁଣି ଲୋକେ ଗଦା ହୋଇଯିବା ସହ ପିଲାଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ପରେ ଚୌଦ୍ୱାର ପୋଲିସ ଓ ଦମକଳ ବିଭାଗ ପହଞ୍ଚି ଆହତ ବାଳକକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।