ଏସ୍‌ସି/ଏସ୍‌ଟି ପିଲାଙ୍କୁ ଟ୍ରେନିଂରେ ଠକେଇ: ଅତିରିକ୍ତ ଏସ୍‌ପିଙ୍କ ସମେତ ୫ ଗିରଫ

ଭୁବନେଶ୍ୱର: ଲୋକଙ୍କୁ ସୁରକ୍ଷା ଦେବା ସହ ସମାଜରେ ବଢି ଚାଲିଥିବା ଅପରାଧିକ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ ପୋଲିସ ବିଭାଗ ଅଛି। ହେଲେ ପୋଲିସ ବିଭାଗର ଏକ ନଗ୍ନ ରୂପ ଆଜି ଦେଖିବାକୁ ମିଳିଛି ଓଡ଼ିଶାରେ। ଏସ୍‌ସି ଏସ୍‌ଟି ପିଲାଙ୍କୁ ପ୍ରଶିକ୍ଷଣ ଦେବା ଆଳରେ ପୋଲିସ ମୁଖ୍ୟାଳୟରେ ୮୮ ଲକ୍ଷ ଟଙ୍କାର ଠକେଇ ହୋଇଛି। ଭିଜିଲାନ୍ସ ବିଭାଗ ଏହାର ପର୍ଦ୍ଦାଫାସ କରିବା ସହ ଜଣେ ଅତିରିକ୍ତ ଏସ୍‌ପିଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଓଡ଼ିଆ […]

police

police

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 10:21 PM IST

policeଭୁବନେଶ୍ୱର: ଲୋକଙ୍କୁ ସୁରକ୍ଷା ଦେବା ସହ ସମାଜରେ ବଢି ଚାଲିଥିବା ଅପରାଧିକ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ ପୋଲିସ ବିଭାଗ ଅଛି। ହେଲେ ପୋଲିସ ବିଭାଗର ଏକ ନଗ୍ନ ରୂପ ଆଜି ଦେଖିବାକୁ ମିଳିଛି ଓଡ଼ିଶାରେ। ଏସ୍‌ସି ଏସ୍‌ଟି ପିଲାଙ୍କୁ ପ୍ରଶିକ୍ଷଣ ଦେବା ଆଳରେ ପୋଲିସ ମୁଖ୍ୟାଳୟରେ ୮୮ ଲକ୍ଷ ଟଙ୍କାର ଠକେଇ ହୋଇଛି। ଭିଜିଲାନ୍ସ ବିଭାଗ ଏହାର ପର୍ଦ୍ଦାଫାସ କରିବା ସହ ଜଣେ ଅତିରିକ୍ତ ଏସ୍‌ପିଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଓଡ଼ିଆ ଆଇପିଏସ୍‌ ଅଧିକାରୀ ଜୟଦୀପ ନାୟକ ଓ ଗିରଫ ୫ ଅଭିଯୁକ୍ତଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ଅତିରିକ୍ତ ଏସ୍‌ପି ବସନ୍ତ କୁମାର ପ୍ରଧାନ, ସିଗନାଲ ଅଫିସର ପ୍ରଚେତ କୁମାର ମିଶ୍ର, ଆକ୍ସେସ କମ୍ପ୍ୟୁଟର ସଂସ୍ଥାର ମାଲିକ ଓ ଦୁଇ କର୍ମଚାରୀ ଏବଂ ପ୍ରିଣ୍ଟର ମମତା ରାଉତ। ବସନ୍ତଙ୍କୁ କୋରାପୁଟରୁ ଗିରଫ କରି ଅଣାଯାଉଥିବା ବେଳେ ଅନ୍ୟ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଭିଜିଲାନ୍ସ ବିଭାଗ ଠକେଇ ମାମଲା ରୁଜୁ କରିଛି। ଏତଲାରେ ଆଇପିଏସ୍‌ ଅଫିସର ଜୟଦୀପଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଭିଜିଲାନ୍ସ ଦର୍ଶାଇଛି।

ଜୟଦୀପଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଭିଜିଲାନ୍ସ ପକ୍ଷରୁ ତ୍ରିପୁରା ପୋଲିସ ଡିଜି ଓ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରାଯାଇଛି। ଜୟଦୀପ ଏବେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

୨୦୧୫ ମସିହାରେ ଏସ୍‌ସି ଏସ୍‌ଟି ପିଲା ଓ ସେଲ୍ଫ ହେଲଫ୍‌ ଗ୍ରୁପକୁ କମ୍ପ୍ୟୁଟର ଟ୍ରେନିଂ ଦିଆଯିବା ବେଳେ ଏହି ଠକେଇ ହୋଇଥିଲା। ଏହାସହ ଉପକୂଳ ଓଡ଼ିଶାରେ ଏହି ଅର୍ଥ ବିନିଯୋଗ କରିବାକୁ ଉଲ୍ଲେଖ ଥିଲା। ସେତେବେଳେ ଜୟଦୀପ ଏସ୍‌ସି ଏସ୍‌ଟି ପ୍ରୋଟେକସନ ସେଲ୍‌ରେ ଆଇଜି ଥିଲେ। କିଛି କର୍ମଚାରୀଙ୍କୁ ହାତ କରି ଏହି ଅର୍ଥକୁ ସେ ବାଟମାରଣା କରିଥିଲେ। ସେ ତ୍ରିପୁରା କ୍ୟାଡର ଅଫିସର ଭାବେ ଡେପୁଟେସନରେ ଆସିଥିଲେ। ତେଣୁ ପରବର୍ତ୍ତୀ ସମୟରେ ସେ ପୁଣି ତ୍ରିପୁରା ଫେରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story