ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦିଆନଗଲେ ୧ରୁ ସମୂହ ଇସ୍ତଫା: ଓମ୍‌ସା

ଭୁବନେଶ୍ୱର: ଓଡ଼ିଶାରେ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆନଗଲେ ସେପ୍ଟେମ୍ୱର ୧ ତାରିଖରୁ ୧୫୦୦ ଡାକ୍ତର ସମୂହ ଇସ୍ତଫା ଦେବେ ବୋଲି ଓଡିଶା ମେଡ଼ିକାଲ ଆସୋସିଏସନ୍‌(ଓମ୍‌ସା) ଚେତାବନୀ ଦେଇଛି। ଏହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ଓମସା ସଭାପତି ନିରାକାର ଭଟ୍ଟ କହିଛନ୍ତି, “ସୁରକ୍ଷା ସଂକ୍ରାନ୍ତ ବିଲ୍‌ କାର୍ଯ୍ୟକାରୀ ନହେଲେ ସେପ୍ଟେମ୍ୱର ୧ ତାରିଖରୁ ଡାକ୍ତରମାନେ ସମୂହ ଇସ୍ତଫା ଦେବେ।” ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଗତକାଲି ବାଲେଶ୍ୱର […]

OR photo

OR photo

Rakesh Mallick
  • Published: Saturday, 20 August 2016
  • Updated: 21 August 2016, 07:52 AM IST

OR photoଭୁବନେଶ୍ୱର: ଓଡ଼ିଶାରେ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆନଗଲେ ସେପ୍ଟେମ୍ୱର ୧ ତାରିଖରୁ ୧୫୦୦ ଡାକ୍ତର ସମୂହ ଇସ୍ତଫା ଦେବେ ବୋଲି ଓଡିଶା ମେଡ଼ିକାଲ ଆସୋସିଏସନ୍‌(ଓମ୍‌ସା) ଚେତାବନୀ ଦେଇଛି। ଏହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି।

ଓମସା ସଭାପତି ନିରାକାର ଭଟ୍ଟ କହିଛନ୍ତି, “ସୁରକ୍ଷା ସଂକ୍ରାନ୍ତ ବିଲ୍‌ କାର୍ଯ୍ୟକାରୀ ନହେଲେ ସେପ୍ଟେମ୍ୱର ୧ ତାରିଖରୁ ଡାକ୍ତରମାନେ ସମୂହ ଇସ୍ତଫା ଦେବେ।”

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଗତକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୋର ଗୋଷ୍ଠୀ ଚିକିତ୍ସାଳୟରେ ଡାକ୍ତରଙ୍କୁ ମାଡ଼ ହୋଇଛି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ଓମ୍‌ସା। ଡାକ୍ତର ଓ କର୍ମଚାରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇଦେବା ସହିତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓମ୍‌ସା ଦାବି କରିଛି।

ଗୃହ ବିଭାଗର ୨୦୦୯ ଗେଜେଟ୍‌ ନୋଟିଫିକେସନ୍‌ ଅନୁଯାୟୀ ଚିକିତ୍ସା ସେବାରେ ନିୟୋଜିତ କର୍ମଚାରୀଙ୍କୁ ଆକ୍ରମଣ ଓ ମେଡିକାଲରେ ଭଙ୍ଗାରୁଜା କରୁଥିବା ଅଭିଯୁକ୍ତଙ୍କୁ ବର୍ଷେରୁ ୩ ବର୍ଷ ଜେଲ୍‌, ନଚେତ ୫୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି। ହେଲେ ରାଜ୍ୟ ସରକାର ଏହି ନିୟମକୁ ଠିକ୍‌ଭାବେ ପାଳନ କରୁନାହାନ୍ତି, ଯାହାଫଳରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ ଦିନକୁ ଦିନ ବଢ଼ୁଛି ବୋଲି ଓମ୍‌ସା ଅଭିଯୋଗ କରିଛି।

ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ସୁଦ୍ଧା ନିଷ୍ପତ୍ତି ନିଅନ୍ତୁ ନହେଲେ ସେପ୍ଟେମ୍ୱର ୧ ତାରିଖଠାରୁ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ସମୂହ ଇସ୍ତଫା ଦେବେ ବୋଲି ଓମ୍‌ସା ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ବାଲେଶ୍ୱର ଘଟଣାରେ ପ୍ରଶାସନିକସ୍ତରରେ ତଦନ୍ତ ଆରମ୍ଭ ହେବା ପରେ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି।

ଜିଲ୍ଲାପାଳ ପ୍ରମୋଦ କୁମାର ଦାସ କହିଛନ୍ତି, “ସମ୍ୱେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବ। ମୁଁ ଆଶା କରୁଛି ଖୁବ୍‌ଶୀଘ୍ର ପରିସ୍ଥିତିରେ ସୁଧାର ଆସିବ।”

ପୋଲିସ୍ ଡିଜି କେ.ବି. ସିଂହ କହିଛନ୍ତି, “ଯେଉଁ ସ୍ଥାନରେ ଡାକ୍ତରମାନେ ବସୁଛନ୍ତି ଓ ଅନ୍ୟ ସମ୍ୱେଦନଶୀଳ ସ୍ଥାନରେ ସିସିଟିଭି ଲଗାଯିବ। ନିକଟସ୍ଥ ଥାନା ଗୁଡ଼ିକୁ ସଜାଗ ରହିବାକୁ କୁହାଯାଇଛି। ପ୍ରତି ଦିନ ୨ରୁ ୪ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ବେଳେ ପାଟ୍ରୋଲିଂ କରିବାକୁ ଥାନା ଗୁଡ଼ିକୁ କୁହାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story