ମାଟି ଖୋଳୁ ଖୋଳୁ…

ନୀଳଗିରି(ଓଡ଼ିଶା ରିପୋର୍ଟର): ଗାଁ ଲୋକେ ମାଟି ଖୋଳୁଥିଲେ। ମାଟି ଖୋଳୁ ଖୋଳୁ ସେମାନେ ଏମିତି ଏକ ଜିନିଷ  ଦେଖିଲେ ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେଥିରୁ କ’ଣ ବାହାରିଥିଲା ଜାଣନ୍ତି? ଏକ ମଣିଷ କଙ୍କାଳ।  କଙ୍କାଳଟିକୁ ଦେଖିବା ପରେ ଲୋକେ ଡରି ଯାଇଥିଲେ। ସେମାନେ ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସିବା ପରେ ଘଟଣାଟି ଉପରୁ ରହସ୍ୟ ଉଠିଥିଲା। ପୋଲିସ୍‌ କହିବା ଅନୁଯାୟୀ ବହୁ ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର କୁଷ୍ଠ ରୋଗରେ ମୃତ୍ୟୁ ହୋଇଥିଲା।

ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅଧୀନ ହୁଡିସାହି ଗାଁରେ। ଲୋକେ ଗତକାଲି ଘର ଲିପା ପୋଛା ପାଇଁ ମାଟି ଖୋଳିବାକୁ ଯାଇଥିବା ବେଳେ କଙ୍କାଳଟିକୁ ଦେଖିଥିଲେ। ଆଜି ପୋଲିସ୍‌ ଆସି ବାସ୍ତବ ଘଟଣା କହିଥିଲା।