ଆସନ୍ତାକାଲି ସ୍ନାନଯାତ୍ରା, ୧୦୮କୁମ୍ଭ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂରତୀ

ପୁରୀ: ଆଜି ରାତି ପାହିଲେ ଶ୍ରୀମନ୍ଦିରରେ ମହାଆଡମ୍ବରରେ ପାଳିତ ହେବ ଦ୍ୱାଦଶ ଯାତ୍ରାର ସର୍ବପ୍ରଥମ ଯାତ୍ରା ସ୍ନାନଯାତ୍ରା। ନବକଳେବର ପରେ ନୂତନ ଚତୁର୍ଦ୍ଧାମୂରତୀ ସ୍ନାନମଣ୍ଡପ ଉପରେ ୧୦୮କୁମ୍ଭ ଜଳରେ ପ୍ରତ୍ୟକ୍ଷ ସ୍ନାନ କରି ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ଆଧ୍ୟତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଲାଣି। ଆସନ୍ତାକାଲି ସକାଳୁ  ଘଣ୍ଟଘଣ୍ଟା, ବାଦ୍ୟରେ ଦୁଲକି ଉଠିବ ଶ୍ରୀମନ୍ଦିର। ଟାହିଆର ଅପୂର୍ବ ଦୋଳଣରେ ଧାଡି ପହଣ୍ଡିରେ  ଶ୍ରୀସୁଦର୍ଶନ, ବଡଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ସ୍ନାନ […]

Sri-Puri

Sri-Puri

Rakesh Mallick
  • Published: Sunday, 19 June 2016
  • Updated: 20 June 2016, 07:37 AM IST

Sports

Latest News

srimandir1ପୁରୀ: ଆଜି ରାତି ପାହିଲେ ଶ୍ରୀମନ୍ଦିରରେ ମହାଆଡମ୍ବରରେ ପାଳିତ ହେବ ଦ୍ୱାଦଶ ଯାତ୍ରାର ସର୍ବପ୍ରଥମ ଯାତ୍ରା ସ୍ନାନଯାତ୍ରା। ନବକଳେବର ପରେ ନୂତନ ଚତୁର୍ଦ୍ଧାମୂରତୀ ସ୍ନାନମଣ୍ଡପ ଉପରେ ୧୦୮କୁମ୍ଭ ଜଳରେ ପ୍ରତ୍ୟକ୍ଷ ସ୍ନାନ କରି ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ଆଧ୍ୟତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଲାଣି। ଆସନ୍ତାକାଲି ସକାଳୁ  ଘଣ୍ଟଘଣ୍ଟା, ବାଦ୍ୟରେ ଦୁଲକି ଉଠିବ ଶ୍ରୀମନ୍ଦିର। ଟାହିଆର ଅପୂର୍ବ ଦୋଳଣରେ ଧାଡି ପହଣ୍ଡିରେ  ଶ୍ରୀସୁଦର୍ଶନ, ବଡଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ସ୍ନାନ ବେଦୀରେ ଦର୍ଶନ ଦେବେ।

ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ କହିଛନ୍ତି,“ନୀତି ନିର୍ଘଣ୍ଟ ଅନୁସାରେ ଭୋର ୩ଟା ୩୦ରୁ ମଙ୍ଗଳାର୍ପଣ, ୪ଟାରୁ ୬ଟା ପର୍ଯ୍ୟନ୍ତ ଡୋରଲାଗି ଓ ପଷ୍ପାଞ୍ଜଳୀ ଶେଷ ହୋଇ ପହଣ୍ଡି ଆରମ୍ଭ ହେବ, ୬ଟା ୩୦ରେ ମଙ୍ଗଳ ଆଳତୀ, ୬ଟା ୪୦ରେ ମଇଲମ, ୭ଟାରେ ତଡପ ଲାଗି, ୭ଟା ୩୦ରେ ଅଧରପୋଛା, ୮ଟାରେ ଅବକାଶ, ୮ଟା୩୦ରେ ବେଶ ଶେଷ, ୮ଟା ୪୦ରେ ରୋଷ ହୋମ, ୯ଟାରେ ସୂର୍ଯ୍ୟପୂଜା, ୯ଟା୧୦ରେ ଦ୍ୱାରପାଳ ପୂଜା, ୯ଟା୩୦ରୁ ୧୨ ପର୍ଯ୍ୟନ୍ତ ଜଳବିଜେ, ପୂଜା ଓ ସ୍ନାନ କାର୍ଯ୍ୟ ସମ୍ପର୍ଣ୍ଣ ହେବ। ୧୨ଟାରୁ ୧୨ଟା୩୦ ମଧ୍ୟରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗିବେଶ ପରେ ୧୨ଟା୩୦ରୁ ୧ଟା ମଧ୍ୟରେ ଛେରା ଛେରା ପହଁରା,୧ଟାରୁ ୩ଟା ପର୍ଯ୍ୟନ୍ତ ହାତୀ ବେଶ, ୩ଟା୧୫ରେ ମହନ୍ତ ଶାଢୀ ବନ୍ଧା, ୩ଟା୩୦ରୁ ୫ଟା ପର୍ଯ୍ୟନ୍ତ ଘଣ୍ଟଛତା ସକାଳଧୂପ ଓ ସନ୍ଧ୍ୟା ୬ଟାରୁ ସହାଣ ମେଲା ଦର୍ଶନ ହେବ।”

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ନୀତିକାନ୍ତିକୁ ସମୟାନୁଯାୟୀ କରି ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥା କରାଯାଇଛି।

ଚଳିତଥର ପୁରୀରେ ଏକପାଖିଆ ଦର୍ଶନ ସହ ଅତିନିକଟରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି। ନିର୍ଘଣ୍ଟ ସମୟନୁଯାୟୀ ନୀତିକାନ୍ତି କରାଯାଇ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ସେବାୟତ ମାନେ ସମସ୍ତ ପ୍ରକାର ପ୍ରୟାସ କରିବା ଆଶା କରାଯାଉଛି।

ଦଇତାପତି ନିଯୋଗ ସହ ସମ୍ପାଦକ ବିନାୟକ ଦାସମହାପାତ୍ର କହିଛନ୍ତି,“ଚତୁର୍ଦ୍ଧାମୂରତିଙ୍କର ହାତୀବେଶକୁ ଅତି ପାଖରୁ ଶ୍ରର୍ଦ୍ଧାଳୁମାନେ ଦର୍ଶନ କରିବେ। ରାତି ୧୧ଟା ପରେ ସର୍ବସାଧାରଣ ଦର୍ଶନକୁ ବନ୍ଦ କରାଯିବ। ମହାପ୍ରଭୁ ପୁଣି ଥରେ ପହଣ୍ଡି ବିଜେ ହୋଇ ଅଣସରଘରକୁ ଯିବେ।”

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି,“ ରିତିନୀତି ଅନୁସାରେ ଶ୍ରୀଜଗନ୍ନାଥ ୩୫ କୁମ୍ଭ ଜଳ, ଶ୍ରୀବଳଭଦ୍ରଙ୍କ ଉପରେ ୩୩କୁମ୍ଭ ଜଳ, ଦେବୀ ସୁଭଦ୍ରା ୨୨କୁମ୍ଭ ଜଳ, ଶ୍ରୀସୁଦର୍ଶନ ୧୮କୁମ୍ଭ ଜଳସ୍ନାନ କରିବେ।  ତାପରେ  ଅପୂର୍ବ ଗଜାନନ ବା ହାତୀ ବେଶରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂରତୀ ଦର୍ଶନ ଦେବେ।”

ସ୍ନାନମଣ୍ଡପକୁ ନୂତନ ଚତୁର୍ଦ୍ଧାବିଗ୍ରହଙ୍କ ପ୍ରଥମ ପହଣ୍ଡି, ପ୍ରଥମ ସ୍ନାନ ଏବଂ ପ୍ରଥମ  ହାତୀ ବେଶକୁ ଦେଖିବା ପାଇଁ ଭକ୍ତ ମାନଙ୍କ ସମାଗମ ହେବା ଆଶା କରାଯାଉଛି।

ଅନ୍ୟପକ୍ଷରେ ସ୍ନାନଯାତ୍ରାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍‌ ଓ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭକ୍ତଙ୍କ ଶୃଙ୍ଗଳିତ ଦର୍ଶନ ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇ ପୁରୀରେ ୫୩ ପ୍ଲାଟୁନ୍‌ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଛି। ଜିକ୍‌ଜାକ୍‌ ବ୍ୟାରିକେଡ ଦେଇ ମେଟାଲ ଡିଟେକ୍ଟର ଯାଞ୍ଚ ପରେ ଭକ୍ତମାନଙ୍କୁ ସିଂହଦ୍ୱାର ପଟୁ ପ୍ରବେଶ କରାଯାଇ ଅନ୍ୟ ୩ପଟେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି।

ଏହାସହ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ସମଗ୍ର ଟ୍ରାଫିକ୍‌କୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇ ୪ ଥାକିଆ ଓ ୨ ଥାକିଆ ଯାନ ଉପରେ କଟକଣା ଜାରି କରାଯାଇଥିବା ବେଳେ ସମାଯାଜପୁର ଓଭରବ୍ରିଜ୍‌ ଦେଇ ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛଇ। ସବୁ  ଗାଡି ତଳ ରୋଗ ଦେଇ ଯିବାକୁ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ସବୁ କଳ୍ପନା ଜଳ୍ପନା ଅନ୍ତ କରି ବିଶ୍ୱକର୍ମା ମହାରଣା ସେବାୟତ ଓ ଭୋଇ ସେବାୟତ ମାନେ ଆଜି ତିନି ରଥରେ ୪ନାହାକା ଉଠାଇଛନ୍ତି। ତାପରେ ରଥକାର୍ଯ୍ୟକୁ ଆହୁରି ଦ୍ରୁତ ଗତିରେ ନିର୍ମାଣ କରିଚାଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story