ସରିଲା ମହାସ୍ନାନ ଯାତ୍ରା, ଅଣସରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ହାତୀ ବା ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଏହି ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କୁ ଏହି ରୂପରେ ଦେଖି ଭକ୍ତଗଣ ବିମୋହିତ ହୋଇଯାଇଥିଲେ। ଆଜି ସକାଳେ ଘଣ୍ଟାଘଣ୍ଟାର ତଳେତାଳେ ଟାହିଆର ଅପୂର୍ବ ଦୋଳନରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ବିଭିନ୍ନ ନୀତି ପରେ ୧୦୮ କୁମ୍ଭ ସୁବାସିତ ଜଳରେ ସମ୍ପନ୍ନ ହୋଇଥିଲା ଚାରି ଠାକୁରଙ୍କ ମହାସ୍ନାନ। […]

srijaganath-nka-gajanana-besha

srijaganath-nka-gajanana-besha

Rakesh Mallick
  • Published: Monday, 20 June 2016
  • Updated: 21 June 2016, 07:05 AM IST

Sports

Latest News

srijaganath-nka-gajanana-beshaପୁରୀ: ହାତୀ ବା ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଏହି ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କୁ ଏହି ରୂପରେ ଦେଖି ଭକ୍ତଗଣ ବିମୋହିତ ହୋଇଯାଇଥିଲେ।

ଆଜି ସକାଳେ ଘଣ୍ଟାଘଣ୍ଟାର ତଳେତାଳେ ଟାହିଆର ଅପୂର୍ବ ଦୋଳନରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ବିଭିନ୍ନ ନୀତି ପରେ ୧୦୮ କୁମ୍ଭ ସୁବାସିତ ଜଳରେ ସମ୍ପନ୍ନ ହୋଇଥିଲା ଚାରି ଠାକୁରଙ୍କ ମହାସ୍ନାନ। ପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଛେରା ପହଁରା କରିଥିଲେ। ଏହାପରେ ମହାପ୍ରଭୁଙ୍କୁ ସଜାଇ ଦିଆଯାଇଥିଲା ହାତୀ ବେଶରେ।

ପହଣ୍ଡି ନୀତି ଭୋର ୪ଟାରୁ ୬ଟା ମଧ୍ୟରେ ସାରିବାକୁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଫଳରେ ଅନ୍ୟାନ୍ୟ ନୀତି ବିଳମ୍ବ ଘଟିଥିଲ।

ଏନେଇ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି,“ଜଣେ ଦୁଇ ଜଣ ସେବାୟତଙ୍କ ଆସିବାରେ ବିଳମ୍ବ ହେବାରୁ ଶ୍ରୀଜୀଉଙ୍କ ନୀତିନିର୍ଘଣ୍ଟରେ ବିଳମ୍ବ ହୋଇଥିଲା ସେଥିପାଇଁ ଅନ୍ୟ ନୀତିଗୁଡିକ ମଧ୍ୟ ବିଳମ୍ବ ହୋଇଥିଲା।”

ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଜୀଉଙ୍କ ଗଜାନନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା। କିଏ ଅତି ନିକଟରୁ ଶ୍ରୀଜୀଉଙ୍କ ଦର୍ଶନ କରୁଥିଲା ତ କିଏ ଶ୍ରୀମନ୍ଦିର ଭିତରକୁ ଯାଇ ନ ପାରି ବଡଦାଣ୍ଡରୁ ଜଗନ୍ନାଥଙ୍କୁ ବଢାଉଥିଲା ଭକ୍ତିର ନଡିଆ।

ଜଣେ ଭକ୍ତ କହିଛନ୍ତି,“ଆମେ ଭାବି ନ ଥିଲୁ ଯେ ଏତେ ଶୀଘ୍ର ପୁରୀରେ ପହଞ୍ଚିପାରିବୁ ବୋଲି। କଳାଠାକୁରଙ୍କୁ ଦେଖି ଏଜୀବନ ଧନ୍ୟ ହେଲା।”

ୟୁରୋପରୁ ଆସିଥିବା ଜଣେ ଭକ୍ତ ଲିଲାବତୀ ଭକ୍ତ କହିଛନ୍ତି,“ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଦେଖିବାକୁ ୟୁରୋପରୁ ପୁରୀକୁ ଆସିଛି। ମୁଁ ଜଣେ ବିଦେଶିନୀ ହୋଇଥିବାରୁ ଭିତରକୁ ଯାଇପାରିବି ନାହିଁ। ଶ୍ରୀଜୀଉଙ୍କ ପାଇଁ ଗୋଟିଏ ବଡ ନଢିଆ ଆଣିଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦିବ୍ୟ ଗଜାନାନ ବେଶ ଅତି ମନୋରମ ଅତିସୁନ୍ଦର।”

ଅଧିକ ସ୍ନାନ କରିବା ଯୋଗୁଁ ଶ୍ରୀଜୀଉଙ୍କୁ ଜ୍ୱର ଆସିଥାଏ। ତେଣୁ ମହାସ୍ନାନ ପରେ ଶ୍ରୀଜୀଉ ଅନବସର ଘରେ ବିଜେ କରିବେ। ଫଳରେ ଆଜି ମଧ୍ୟରାତ୍ରୀରୁ ଅମାବାସ୍ୟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

ଅନ୍ୟପକ୍ଷରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ସକାଳୁ ସକାଳୁ ଘଣ୍ଟଘଣ୍ଟା ନାମ ସଂକୀର୍ତ୍ତନ କରଯାଇ ତିନିଠାକୁରଙ୍କ ସ୍ନାନ କରାଯାଇଥିଲା।

ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇରେ ରୀତିନୀତି ଅନୁସାରେ ମହାପ୍ରଭୁଙ୍କର ସ୍ନାନ ରୀତି ସମ୍ପର୍ଣ୍ଣ ହୋଇଛି। ଶଙ୍ଖ, ଘଣ୍ଟ, ହୁଳହୁଳି ମଧ୍ୟରେ ମହାନଦୀର ଜାମ୍ବବାନ ଧାରରୁ ଅଣାଯାଇଥିବା ୧୦୮ ଗରା ଜଳରେ ଦାରୁ ଦିଅଁଙ୍କ ସ୍ନାନ ମାର୍ଜନା ହୋଇଥିଲା। ସେହିପରି ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉ, କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ, ନୀଳଗିରିର ରାଜାବାଟୀରେ ଥିବା ଜଗନ୍ନାଥ ମନ୍ଦିର ଓ ବେଙ୍ଗାଲୁରୁର ସାହାକାରଠାରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତିରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story