ଷ୍ଟିଙ୍ଗ ଅପରେସନରେ ୪ ବିଧାୟକ ଧରାପଡିବା ଘଟଣାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ଜଣେ ଛଦ୍ମବେଶୀ ଶିଳ୍ପପତିଙ୍କ ସହ ୪ ଜଣ ବିଜେଡି ବିଧାୟକ ଡିଲ୍‌ କରିଥିବା ଅଭିଯୋଗ ଆସିଛି। ଏହି ବିଧାୟକମାନେ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାୟକ ସୀମାରଣୀ ନାୟକ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ବିଧାୟକ ସୁଶାନ୍ତ ବେହେରା, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାୟକ ବିଜୟ ନାୟକ ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଧାୟକ ଅନାମ ନାୟକ। ଏପରି ଅଭିଯୋଗ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ […]

4 mla

4 mla

Rakesh Mallick
  • Published: Tuesday, 30 August 2016
  • Updated: 31 August 2016, 08:25 AM IST

4 mlaଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ଜଣେ ଛଦ୍ମବେଶୀ ଶିଳ୍ପପତିଙ୍କ ସହ ୪ ଜଣ ବିଜେଡି ବିଧାୟକ ଡିଲ୍‌ କରିଥିବା ଅଭିଯୋଗ ଆସିଛି। ଏହି ବିଧାୟକମାନେ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାୟକ ସୀମାରଣୀ ନାୟକ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ବିଧାୟକ ସୁଶାନ୍ତ ବେହେରା, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାୟକ ବିଜୟ ନାୟକ ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଧାୟକ ଅନାମ ନାୟକ। ଏପରି ଅଭିଯୋଗ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଭିଜିଲାନ୍ସ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ନିର୍ଦ୍ଦେଶକ ଆର.ପି ଶାର୍ମା। ଆସନ୍ତାକାଲି ତଦନ୍ତର ରୂପରେଖ ଚୂଡାନ୍ତ ହେବ ବୋଲି ସେ କହିଛନ୍ତି। ଷ୍ଟିଙ୍ଗ ଅପରେସନରେ ଧରା ପଡିଥିବା ୪ ଜଣ ବିଧାୟକ ଭିଜିଲାନ୍ସ ତଦନ୍ତକୁ ସ୍ୱାଗତ କରିଛନ୍ତି।

ସରକାର ଗତ ଫେବୃଆରୀରେ ମୁମ୍ବାଇରେ ‘ମେକ୍‌ ଇନ୍‌ ଇଣ୍ଡିଆ ୱିକ୍‌’ ଓ ଚଳିତମାସ ବେଙ୍ଗାଲୁରୁରେ ‘ଇନ୍‌ଭେଷ୍ଟର୍ସ ମିଟ୍‌’ କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଥିଲେ। କିଛି ମାତ୍ରାରେ ରାଜ୍ୟ ସରକାର ଏଥିରେ ସଫଳ ହୋଇଛନ୍ତି। ତେବେ ଶିଳ୍ପ ସ୍ଥାପନ ପାଇଁ ଶାସକ ଦଳର ୪ ବିଧାୟକ ଶିଳ୍ପପତିଙ୍କଠାରୁ କୋଟି କୋଟି ଟଙ୍କା ଲାଞ୍ଚ ଦାବି କରୁଥିବା ଷ୍ଟିଙ୍ଗ ଅପରେସନରେ ଜଣାପଡିବା ପରେ ରାଜ୍ୟ ସରକାର ଚିନ୍ତିତ ହୋଇପଡିଛନ୍ତି।

ଅନ୍ୟପକ୍ଷରେ ଅଭିଯୋଗ ଆସିବା ପରେ ବିରୋଧୀ ବିଜେଡିକୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇ ୪ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ଏହି ୪ ବିଧାୟକଙ୍କ ଗିରଫ ଦାବି କରିଛି।

ବିଜେପି ବିଧାୟକ ରାଧାରାଣୀ ପଣ୍ଡା କହିଛନ୍ତି,“କିଏ ୪୦ କୋଟି ତ କିଏ ୮ କିଏ ୫ କୋଟି ଟଙ୍କା ଲାଞ୍ଚ ମାଗିଲାଣି। ଏଥିରୁ ଜଣାପଡୁଛି ଏ ସରକାର ସ୍ୱଚ୍ଛ ନୁହେଁ କି ଦୁର୍ନୀତିମୁକ୍ତ ନୁହେଁ। ନିଜର ସ୍ୱାର୍ଥ ପାଇଁ ଟଙ୍କା ନେଇ ଏମାନେ ଶିଳ୍ପ କ୍ଷେତ୍ରରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛନ୍ତି। ଏପରି କରୁଥିବା ଲୋକ ସେ ନିଜ ଦଳର ବିଧାୟକ ହେଲେ ବି ନବୀନ ପଟ୍ଟନାୟକ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ନିଅନ୍ତୁ।”

କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି,“ଓଡ଼ିଶାରେ ଯେତେ ଘୋଟାଲା ହେଉଛି ସବୁଥିରେ ମୁଖ୍ୟମନ୍ତ୍ରୀଙ୍କର ପରୋକ୍ଷ ଓ ପ୍ରତ୍ୟକ୍ଷରେ ସମ୍ପୃକ୍ତି ରହିଛି। ଦଳୀୟ ବିଧାୟକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ୪ ବିଧାୟକଙ୍କୁ ଘଣ୍ଟ ଘୋଡାଇବେ। ଏହାର ସିବିଆଇ ତଦନ୍ତ ହେଉ।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,“ଏହାର ପ୍ରଭାବ ଦଳ ଉପରେ ପଡିବ ନାହିଁ। ଏହିପରି ବହୁ ତଥ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି ଓ ପରେ ଭୁଲ ପ୍ରମାଣିତ ହୋଇଛି। ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ ଅଛନ୍ତି। ଠିକ୍‌ ସମୟରେ ସେ ଠିକ୍‌ ପଦକ୍ଷେପ ଗ୍ରହଣ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story