ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍। ମରାମତି ପାଇଁ ସୁଇମିଂ ପୁଲ୍କୁ ବନ୍ଦ ରଖାଯାଇଥିବା କ୍ରୀଡ଼ା ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୁଇମିଂ ପୁଲ୍ ବ୍ୟବହାର କରୁଥିବା ଖେଳାଳି ଓ ବ୍ୟକ୍ତିବିଶେଷ କଳିଙ୍ଗ ଷ୍ଟାଡିୟମ୍ରେ ଧାରଣାରେ ବସିଛନ୍ତି।
ସୁଇମିଂ ପୁଲ୍ ବନ୍ଦ ନେଇ ସାଂସଦ ତଥାଗତ ସତପଥୀ ଟ୍ୱିଟ୍ କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ସେ ବିରୋଧ କରିଛନ୍ତି। ସେ ଲେଖିଛନ୍ତି,“ ସେଠାରେ ପିଲାମାନେ ପହଁରିବା ଶିଖନ୍ତି। ସୁଇମିଂ ପୁଲ୍ ଭାଙ୍ଗିବା ପରିବର୍ତ୍ତେ ପିପିପି ମୋଡ୍ରେ ଏହାର ରକ୍ଷଣାବେକ୍ଷଣ କରାଯାଉ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।