ରାଜ୍ୟ ପ୍ରଭାରୀ ଭାବେ ହରିପ୍ରସାଦ ତାଙ୍କ ଦାୟିତ୍ୱ ତୁଲାଉ ନାହାନ୍ତି: ତାରା ବାହିନୀପତି

ଭୁବନେଶ୍ୱର: ଲୁଲୁ ମହାପାତ୍ରଙ୍କ ଅନ୍ତ୍ୟେଷ୍ଟିରେ ଏଆଇସିସିର କୌଣସି ପ୍ରତିନିଧି ଯୋଗ ନ ଦେବା ଘଟଣାକୁ ନେଇ ଗତକାଲି ଛାତ୍ର କଂଗ୍ରେସର କିଛି ନେତା ଦଳୀୟ ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କ ବୈଠକକୁ ଧଶେଇ ପଶିବା ସହିତ ଦିଲ୍ଲୀ ଫେରିଯାଅ ବୋଲି କହିଥିବା ବେଳେ ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ତାଙ୍କ ଉପରେ ବର୍ଷିଛନ୍ତି। ତାରା କହିଛନ୍ତି,“ରାଜ୍ୟ ପ୍ରଭାରୀ ଭାବେ ବି.କେ ହରିପ୍ରସାଦ ଠିକ୍ ଭାବେ ତାଙ୍କ ଦାୟିତ୍ୱ ତୁଲାଉ ନ ଥିବା […]

tara

tara

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 03:49 PM IST

Sports

Latest News

taraଭୁବନେଶ୍ୱର: ଲୁଲୁ ମହାପାତ୍ରଙ୍କ ଅନ୍ତ୍ୟେଷ୍ଟିରେ ଏଆଇସିସିର କୌଣସି ପ୍ରତିନିଧି ଯୋଗ ନ ଦେବା ଘଟଣାକୁ ନେଇ ଗତକାଲି ଛାତ୍ର କଂଗ୍ରେସର କିଛି ନେତା ଦଳୀୟ ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କ ବୈଠକକୁ ଧଶେଇ ପଶିବା ସହିତ ଦିଲ୍ଲୀ ଫେରିଯାଅ ବୋଲି କହିଥିବା ବେଳେ ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ତାଙ୍କ ଉପରେ ବର୍ଷିଛନ୍ତି।

ତାରା କହିଛନ୍ତି,“ରାଜ୍ୟ ପ୍ରଭାରୀ ଭାବେ ବି.କେ ହରିପ୍ରସାଦ ଠିକ୍ ଭାବେ ତାଙ୍କ ଦାୟିତ୍ୱ ତୁଲାଉ ନ ଥିବା ମୁଁ ଅନୁଭବ କରୁଛି। ଯଦି ସେ ଠିକ୍ ଭାବେ ତାଙ୍କ ଦାୟିତ୍ୱ ତୁଲାଉ ଥାଆନ୍ତେ, ତା’ହେଲେ ବିଧାୟକ ଓ ପିସିସି ସଭ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ନ ଥାଆନ୍ତା। ସେ ରାହୁଲ ଗାନ୍ଧୀ ନିକଟରେ ଘଟଣାଗୁଡ଼ିକୁ ଠିକ୍‌ ଭାବେ ଉପସ୍ଥାପନ କରିପାରୁ ନ ଥିବା ମୁଁ ଅନୁଭବ କରୁଛି।”

ସେ ଆହୁରି କହିଛନ୍ତି,“୧୬ ଜଣ ବିଧାୟକଙ୍କ ପାଇଁ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ମୁରବୀ ହିସାବରେ ହରିପ୍ରସାଦଙ୍କର କ’ଣ ଦାୟିତ୍ୱ ନାହିଁ ବିଧାୟକ, ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଏକାଠି ବସାଇ ସମସ୍ୟାର ସମାଧାନ କରିବା?”

ଲୁଲୁ ମହାପାତ୍ରଙ୍କ ପରିବାର ଲୋକଙ୍କୁ ହରିପ୍ରସାଦ ନ ଭେଟିବା କଥାକୁ ବି ନାପସନ୍ଦ କରିଛନ୍ତି ତାରା। ସେ କହିଛନ୍ତି,“ହରିପ୍ରସାଦ ଲୁଲୁ ମହାପାତ୍ରଙ୍କ ପରିବାର ଲୋକଙ୍କୁ ଭେଟିବା ଉଚିତ୍ ଥିଲା।”

ଗତକାଲି କିଛି ଛାତ୍ର କଂଗ୍ରେସ ନେତା ହରିପ୍ରସାଦଙ୍କ ବୈଠକକୁ ଧସେଇ ପଶିବା ଓ ତାଙ୍କୁ ଆଉ ଓଡ଼ିଶାରେ ପୂରେଇ ଦେବେନି ବୋଲି ଧମକ ଦେବା ଘଟଣାକୁ ହାଲ୍‌କା ଭାବେ ନେଇଛନ୍ତି ତାରା। ସେ କହିଛନ୍ତି,“ଛାତ୍ର କଂଗ୍ରେସ ନେତାମାନେ କିଛି ଭୁଲ୍ କରି ନାହାନ୍ତି। ସେମାନେ କେବଳ ସେମାନଙ୍କ ଅନ୍ତରର ଦୁଃଖକୁ ପ୍ରକାଶ କରିଥିଲେ। ସେମାନେ କାହାକୁ ଗାଳିଗୁଲଜ କରି ନଥିଲେ କି ମାରପିଟ୍ କରି ନ ଥିଲେ।”

ଛାତ୍ର କଂଗ୍ରେସ ନେତାକୁ କାରଣ ଦର୍ଶାଅ ନୋଟିସ୍

ଅନ୍ୟପକ୍ଷରେ ହରିପ୍ରସାଦଙ୍କ ବୈଠକକୁ ଧସେଇ ପଶିବା ଘଟଣାରେ କିଛି ଛାତ୍ର କଂଗ୍ରେସ ନେତା ଓ ଜଣେ ପିସିସି ସମ୍ପାଦକଙ୍କୁ ଆଜି ପିସିସି ଶୃଙ୍ଖଳା କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୩ ଦିନ ମଧ୍ୟରେ ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story