ତାରା ବାହିନୀପତି ପ୍ରସଙ୍ଗ: ବିଧାୟକ ଯାହା ଚାହୁଁଛନ୍ତି ତାହା ହେଉ- ଲୁଲୁ ମହାପାତ୍ର

ଭୁବନେଶ୍ୱର: କଂଗ୍ରେସ ବିଧାୟକମାନେ ଯାହା ଚାହୁଁଛନ୍ତି, ତାହା ହେବା ଦରକାର। ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଆଜି ଏକଥା କହିଛନ୍ତି। ୧୨ ବିଧାୟକ ଦିଲ୍ଲୀ ଯିବା ପ୍ରସଙ୍ଗରେ ଗୁରୁବାର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ହୋଇଥିବା ବୈଠକ ସଂପର୍କରେ ପ୍ରତିକ୍ରିୟା ରଖି ସେ ଏ କଥା କହିଛନ୍ତି। ସେ କହିଛନ୍ତି, ଦଳର ଅଧିକାଂଶ ବିଧାୟକ ଯାହା ଚାହିଁବେ ତାହା ହେବା ଦରକାର। ସେମାନଙ୍କ ମାମଲାରେ ଆମେ […]

lulumohaptra

lulumohaptra

Rakesh Mallick
  • Published: Friday, 31 July 2015
  • Updated: 31 July 2015, 12:46 PM IST

ଭୁବନେଶ୍ୱର: କଂଗ୍ରେସ ବିଧାୟକମାନେ ଯାହା ଚାହୁଁଛନ୍ତି, ତାହା ହେବା ଦରକାର। ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ଆଜି ଏକଥା କହିଛନ୍ତି। ୧୨ ବିଧାୟକ ଦିଲ୍ଲୀ ଯିବା ପ୍ରସଙ୍ଗରେ ଗୁରୁବାର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ହୋଇଥିବା ବୈଠକ ସଂପର୍କରେ ପ୍ରତିକ୍ରିୟା ରଖି ସେ ଏ କଥା କହିଛନ୍ତି।

ସେ କହିଛନ୍ତି, ଦଳର ଅଧିକାଂଶ ବିଧାୟକ ଯାହା ଚାହିଁବେ ତାହା ହେବା ଦରକାର। ସେମାନଙ୍କ ମାମଲାରେ ଆମେ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ। ବିଧାୟକ ଦଳ ଓ ସଂଗଠନ ଭିନ୍ନ ଭିନ୍ନ କଥା। ବିଧାୟକମାନେ ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରିପାରିବେ।

ଯଦି ବିଧାୟକମାନଙ୍କ କଥା ରହୁ ତା’ହେଲେ ତାରାଙ୍କୁ ନେଇ ସେ ପୂର୍ବରୁ ଦେଇଥିବା ମନ୍ତବ୍ୟ ମିଛ କି ବୋଲି ପଚରା ଯିବାରେ ଲୁଲୁ କହିଥିଲେ ଯେ ଆଦୌ ନୁହେଁ। ସେ ତାରାଙ୍କ ସଂପର୍କରେ ପୂର୍ବରୁ ଯାହା କହିଥିଲେ ସେଥିରେ ଅଟଳ ଅଛନ୍ତି। ତାହା ପୂରା ସତ ଥିଲା।  ସୂଚନାଯୋଗ୍ୟ, ଲୁଲୁ କହିଥିଲେ ଯେ ୧୨ ଜଣ ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ସାକ୍ଷାତ କରି ତାରା ପ୍ରସାଦ ବାହିନୀପତିଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ପଦବୀରୁ ହଟାଇବାକୁ ଦାବି କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ପ୍ରସଙ୍ଗକୁ ନେଇ ପ୍ରସାଦ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି କି ବୋଲି ପଚରା ଯିବାରେ ସେ କହିଛନ୍ତି ଯେ ପିସିସି ସଭାପତିଙ୍କ କାମ ହେଉଛି ସମସ୍ୟାର ସମାଧାନ କରିବା। ସେ ସେୟା କରୁଛନ୍ତି। ସେ ଘଟଣାରେ ତାଳି ପକାଉ ନାହାନ୍ତି। ସେହିପରି ଏ ପ୍ରସଙ୍ଗରେ ପିସିସି ସଭାପତି ତାଙ୍କ ସହିତ କୌଣସି ବିଚାର ବିମର୍ଶ କରି ନାହାନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଲୁଲୁ ମହାପାତ୍ର ଯାହା କହିଥିଲେ ତାହା ସତ ଥିଲା। ୧୨ ଜଣ ବିଧାୟକ ଦିଲ୍ଲୀ ଯିବା ପ୍ରସଙ୍ଗ କଂଗ୍ରେସ ପାଇଁ ‘ବ୍ୟାଡ୍’ ନ୍ୟୁଜ୍ ଥିଲା। ତେବେ ଏହାର ସମାଧାନ ହୋଇ ଯାଇଛି। ଗତକାଲି ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ସହିତ ବସିଥିବା ବୈଠକରେ ସମସ୍ୟାର ସମାଧାନ ହୋଇଛି। ଏ ଘଟଣାକୁ ଏଇଠି ଶେଷ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ତାରା ବାହିନୀପତି ଆହୁରି ମଧ୍ୟ କହିଛନ୍ତି ଯେ ହାଇକମାଣ୍ଡ୍ ତାଙ୍କୁ ମୁଖ୍ୟ ସଚେତକ ପଦବୀରେ ବସାଇଥିଲେ। ହାଇକମାଣ୍ଡ କହିଲେ ସେ ପଦ ଛାଡ଼ି ଦେବ। ତାଙ୍କ ଯୋଘୁ କଂଗ୍ରେସର କିଛି କ୍ଷତି ହେଉ ବୋଲି ସେ କେବେ ବି ଚାହିଁବେନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story