ବ୍ରାଭୋ ବାପଝିଅ: ଜୀବନକୁ ବାଜି ଲଗାଇ ବଞ୍ଚାଇଦେଲେ ହଜାରେ ରେଳ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ବାପଝିଅ ସାଜିଲେ ଦେବଦୂତ। ଦୁହିଙ୍କ ସାହସ ନୁହଁ ବରଂ ଦୁଃସାହସ ପାଇଁ ବଞ୍ଚିଗଲା ହଜାର ରେଳଯାତ୍ରୀଙ୍କ ଜୀବନ। ଆମେ କହୁଛୁ ତ୍ରିପୁରାର ଆଦିବାସୀ ସ୍ୱପନ ଦେବବର୍ମା  ଓ ତାଙ୍କ ଝିଅ ସୋମତିଙ୍କ ବିଷୟରେ।  ଗତ ଜୁନ ୧୫ ତେରିଖରେ ଟ୍ରେନ୍‌ରେ ଫାଟ ଥିବା ଦେଖି ସେମାନେ ନିଜ ଜୀବନକୁ ପାଣି ଛଡେଇ ଯାତ୍ରୀମାନଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ସାହସିକତା ପାଇଁ ବାପଝିଅ ଏବେ ଚର୍ଚ୍ଚାରେ। ବିଭନ୍ନ ମହଲରୁ ତାଙ୍କ ପ୍ରତି ଛୁଟୁଛି ପ୍ରଶଂସାର ସୁଅ। […]

vy

vy

Rakesh Mallick
  • Published: Monday, 02 July 2018
  • Updated: 02 July 2018, 05:54 PM IST

Sports

Latest News

ନୂଆଦିଲ୍ଲୀ: ବାପଝିଅ ସାଜିଲେ ଦେବଦୂତ। ଦୁହିଙ୍କ ସାହସ ନୁହଁ ବରଂ ଦୁଃସାହସ ପାଇଁ ବଞ୍ଚିଗଲା ହଜାର ରେଳଯାତ୍ରୀଙ୍କ ଜୀବନ। ଆମେ କହୁଛୁ ତ୍ରିପୁରାର ଆଦିବାସୀ ସ୍ୱପନ ଦେବବର୍ମା  ଓ ତାଙ୍କ ଝିଅ ସୋମତିଙ୍କ ବିଷୟରେ।  ଗତ ଜୁନ ୧୫ ତେରିଖରେ ଟ୍ରେନ୍‌ରେ ଫାଟ ଥିବା ଦେଖି ସେମାନେ ନିଜ ଜୀବନକୁ ପାଣି ଛଡେଇ ଯାତ୍ରୀମାନଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ସାହସିକତା ପାଇଁ ବାପଝିଅ ଏବେ ଚର୍ଚ୍ଚାରେ। ବିଭନ୍ନ ମହଲରୁ ତାଙ୍କ ପ୍ରତି ଛୁଟୁଛି ପ୍ରଶଂସାର ସୁଅ।

ତ୍ରିପୁରାର ଧଲାଇରେ ରହୁଥିବା ସ୍ୱପନ ଦେବବର୍ମା ଏହି ବିଷୟରେ ପଚାରା ଯିବାରୁ ସେ କହିଥିଲେ, ‘‘ସେଦିନ ଆମ ଘରେ ଚାଉଳ ନ ଥିଲା।  ବର୍ଷା ହେଉଥିଲା।  ଆମେ ପଣସ ଖାଇଲୁ। ତା’ପରେ ମୁଁ  ଆଉ ମୋ ଝିଅ ସୋମତିଙ୍କ ସହ ମାଛ ଖୋଜିବାରେ ବାହାରି ପଡ଼ିଲୁ।

ଆମେ ଯେତେବେଳେ ରେଳ ଧାରଣା ପାଖରେ ପହଞ୍ଚିଲୁ, ଦେଖିଲୁ ଯେ, ଭୂସ୍ଖଳନ ହେବା ଯୋଗୁ ରେଳଧାରଣାରେ ଫାଟ ସୃଷ୍ଟି ହୋଇଛି। ଆମେ ଭାବିଲୁ ଯଦି ଟ୍ରେନ୍‌କୁ କେହି ନ ରୋକିବେ ତେବେ ଦୁର୍ଘଟଣା ହୋଇପାରେ। ସେଥିପାଇଁ ଆମେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ବସି ରହିଲୁ। ଯେମିତି ଟ୍ରେନ୍‌ ଆସିଲା ମୁଁ ସାର୍ଟ ଖୋଲି ଉଡ଼ାଇବାକୁ ଲାଗିଲି। ଟ୍ରେନ୍‌ ନ ରହିବାରୁ ମୁଁ ଧାରଣା ଭିତରେ ଛିଡ଼ା ହୋଇଗଲି। ଆଉ ଝିଅକୁ ବି ଟାଣି ଆଣିଲି। ମୁଁ ଭାବିଲି ଦୁଇ ଲୋକଙ୍କ ଜୀବନ ଗଲେ ଯିବ କିନ୍ତୁ ହଜାର ଲୋକଙ୍କରତ ଜୀବନ ବଞ୍ଚିଯିବ। ’’

ବାପା ଝିଅଙ୍କୁ ରେଳ ଧାରଣା ଭିତରେ ଥିବାର ଦେଖି କିଛି ମିଟର ପୂର୍ବରୁ ଡ୍ରାଇଭର ଗାଡ଼ି ରଖି ଦେଇଥିଲେ।
ଏହି ଘଟଣାକୁ ନେଆଇ ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି।

୩୯ ବର୍ଷର ସ୍ୱପନ ଦେବବର୍ମାଙ୍କ  ଆର୍ଥିକ ପରିସ୍ଥିତି ବହୁତ ଖରାପ। ଚତୁର୍ଥ ଶ୍ରେଣୀରୁ ପାଠ ପଢ଼ା ଶେଷ କରୁଥିବା ଜରାଜ୍‌ ଧଲାଇ ଜିଲ୍ଲାର ଧାନ୍‌ଚାରା ଜଣେ ଆଦିବାସୀ। ତାଙ୍କ ପାଇଁ ଦୁଇ ଓଳି ଖାଇବା ଜୁଟାଇବା ବଡ଼ କଷ୍ଟକର ହୋଇପଡ଼େ। କିନ୍ତୁ ଏବେ ତାଙ୍କୁ ଅନେକ ପୁରସ୍କାର ଦେବାପାଇଁ ଘୋଷଣା କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସ୍ୱପନ ହିରୋ ପାଲଟିଯାଇଛନ୍ତି।

ଏହି କଥା ଜାଣିବା ପରେ ସବୁମହଲରୁ ତାଙ୍କୁ  ପ୍ରଶଂସା କରାଯାଇଛି ।  ବିରେନ୍ଦ୍ର ସେୱାଗ୍‌ ବି ତାଙ୍କ ପ୍ରଶଂସା କରି ଟ୍ୱିଟ୍‌ କରିଥିଲେ ଯେ , ତ୍ରିପୁରାରେ ଲୋକେ ତାଙ୍କୁ ସୁପରମ୍ୟାନ୍‌ଠୁ ନେଇ ଭଗବାନ୍‌ଙ୍କ ଅବତାର ପର୍ଯ୍ୟନ୍ତ କହୁଛନ୍ତି’।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos