ମହଙ୍ଗା ପଡ଼ିଲା ଲଫଙ୍ଗାଗିରୀ: ଷ୍ଟ୍ରିଟ୍‌ ରୋମିଓଙ୍କୁ ଛେଚିଲେ ଛାତ୍ରୀ, ଦେଖନ୍ତୁ ଭିଡିଓ

ବାଲେଶ୍ୱର: ମହଙ୍ଗା ପଡ଼ିଲା ଲଫଙ୍ଗାଗିରୀ। ଷ୍ଟ୍ରିଟ୍‌ ରୋମିଓଙ୍କୁ ପାନେ ଦେଲେ ଦୁଇ କଲେଜ ଛାତ୍ରୀ। ବିଚ୍ ରାସ୍ତାରେ ହାତରେ ଓ ଜୋତାରେ ନିସ୍ତୁକ ଛେଚା ଖାଇଲେ ଯୁବକ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ବୋଇତା ଛକରେ। କଲେଜ ଛାତ୍ରୀଙ୍କୁ ଛକରେ ହଇରାଣ କରିବା ଓ ଫୋନ୍‌ରେ ଅଶ୍ଲୀଳ କଥାବାର୍ତ୍ତା କରିବାରୁ ଯୁବକଙ୍କୁ ଦୁଇ ଜଣ ଛାତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଦୁଇ ଜଣ ଛାତ୍ରୀ କଲେଜକୁ ଯିବା ସମୟରେ ବୋଇତା ଛକରେ ରାମପୁର ଗାଁର ଜଣେ ଯୁବକ ସେମାନଙ୍କୁ ହଇରାଣ କରୁଥିଲେ ଓ ଜଣେ ଛାତ୍ରୀଙ୍କୁ ଫୋନ୍‌ କରି ଅଶ୍ଳୀଳ କଥାବାର୍ତ୍ତା କରୁଥିଲେ। ଫଳରେ ଦୁଇ ଛାତ୍ରୀ ଯୁବକଙ୍କୁ ବୋଇତା ଛକ ନିକଟରେ ଧରି ଚାପୁଡ଼ା ମାରିବା ସହ ଜୋତାରେ ବାଡ଼େଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିଲେ।