ଉପର ମୁଣ୍ଡରେ ବର୍ଷା କମିଲା, ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର

ଭଦ୍ରକ: ଉପରମୁଣ୍ଡରେ ବର୍ଷା କମିବା ଯୋଗୁଁ ଉତ୍ତର ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଆଖୁଆପଦା ନିକଟରେ ବୈତରଣୀ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ୧୭.୮୨ ମିଟରରେ ବୈତରଣୀର ପ୍ରବାହିତ ହେଉଛି। ଫଳରେ ଏଠାରେ ବଡ଼ ଧରଣର ବନ୍ୟା ଆଶଙ୍କା ଟଳି ଯାଇଛି। ତେବେ ଏହାର ଶାଖା ନଦୀ ଗେଙ୍ଗୁଟି, କୋଚିଳା, ରେବ ଆଦି ନଦୀରେ ବନ୍ୟା ପାଣି ଆସିବା  ଦ୍ୱାରା ୩ଟି […]

vlcsnap-2015-07-30-12h22m22s957

vlcsnap-2015-07-30-12h22m22s957

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 07:02 AM IST

Sports

Latest News

ଭଦ୍ରକ: ଉପରମୁଣ୍ଡରେ ବର୍ଷା କମିବା ଯୋଗୁଁ ଉତ୍ତର ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଆଖୁଆପଦା ନିକଟରେ ବୈତରଣୀ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବାବେଳେ ୧୭.୮୨ ମିଟରରେ ବୈତରଣୀର ପ୍ରବାହିତ ହେଉଛି। ଫଳରେ ଏଠାରେ ବଡ଼ ଧରଣର ବନ୍ୟା ଆଶଙ୍କା ଟଳି ଯାଇଛି। ତେବେ ଏହାର ଶାଖା ନଦୀ ଗେଙ୍ଗୁଟି, କୋଚିଳା, ରେବ ଆଦି ନଦୀରେ ବନ୍ୟା ପାଣି ଆସିବା  ଦ୍ୱାରା ୩ଟି ବ୍ଲକର ୧୦ ହଜାରରୁ ଅଧିକ ହେକଟର ଚାଷ ଜମିରେ ବନ୍ୟାଜଳ ମାଡ଼ି ଯାଇଛି। ବନ୍ୟାରେ ଭଣ୍ଡାରୀପୋଖରୀ, ଧାମନଗର ଓ ତିହିଡ଼ି ବ୍ଲକର ୩୫ରୁ ଅଧିକ ପଞ୍ଚାୟତର ୧୫୦ରୁ ଅଧିକ ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ଚାନ୍ଦବାଲି ବ୍ଲକ ଓଳଗଠାରେ ବୈତରଣୀ ନଦୀବନ୍ଧରେ ଗତକାଲି ୨୦ଫୁଟର ଘାଇ ସୃଷ୍ଟି ହେବାରୁ ଆରଡି, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ପାଖାପାଖି ୨୦ଟି ଗାଁରେ ପାଣି ପଶିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos