କେନ୍ଦ୍ରର ଅବହେଳା ବିରୋଧରେ ଲଢ଼େଇ ଜାରି ରହିବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ‘ପ୍ରାକୃତିକ ବିପର୍ଯ୍ୟୟ କ୍ଷତିପୂରଣ ସହାୟତାଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ କେନ୍ଦ୍ରରେ ଥିବା ସରକାରମାନେ ସବୁବେଳେ ଓଡ଼ିଶା ପ୍ରତି ଅବିଚାର କରି ଆସିଛନ୍ତି। ଏହା ବିରୋଧରେ ଆମ ଲଢ଼େଇ ଜାରି ରହିବ।’ ଶନିବାର ବିଜୁ ଜନତା ଦଳର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର […]

cm-naveen

cm-naveen

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 10:20 AM IST

Sports

Latest News

cm-naveenଭୁବନେଶ୍ୱର: ‘ପ୍ରାକୃତିକ ବିପର୍ଯ୍ୟୟ କ୍ଷତିପୂରଣ ସହାୟତାଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ରରେ କେନ୍ଦ୍ରରେ ଥିବା ସରକାରମାନେ ସବୁବେଳେ ଓଡ଼ିଶା ପ୍ରତି ଅବିଚାର କରି ଆସିଛନ୍ତି। ଏହା ବିରୋଧରେ ଆମ ଲଢ଼େଇ ଜାରି ରହିବ।’ ଶନିବାର ବିଜୁ ଜନତା ଦଳର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଶ୍ୱାସ କରେ। ବିରୋଧୀ ଦଳ ଭଳି କୁମ୍ଭୀରକାନ୍ଦଣାରେ ତାଙ୍କ ସରକାରଙ୍କ କାର୍ଯ୍ୟକ୍ରମ ସୀମିତ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି,  ବିଜୁ ଜନତା ଦଳ ଗତ ୧୮ ବର୍ଷ ଧରି ଓଡ଼ିଶାର ଜନଜୀବନ ସହିତ ନିବିଡ଼ ଭାବେ ଯୋଡ଼ି ହୋଇ ରହିଆସିଛି। ଓଡ଼ିଶାବାସୀଙ୍କ ସୁଖଦୁଃଖ ଓ ସ୍ୱାଭିମାନରେ ସାମିଲ ହୋଇ ସେମାନଙ୍କ ବିଶ୍ୱାସ ଜିତି ପାରିଛି। ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ସେବା କରି ଆସୁଛି। ରାଜ୍ୟବାସୀ ଆର୍ଶୀବାଦ ଯୋଗୁଁ ବିଜୁ ଜନତା ଦଳ ରାଜ୍ୟରେ ଏକ ଦୃଢ଼, ସ୍ଥିର ଓ ପ୍ରଗତିଶୀଳ ସରକାର ଚଳାଇବାରେ ସକ୍ଷମ ହୋଇଥିବା ବେଳେ କେନ୍ଦ୍ରରେ ମଧ୍ୟ ନିଜର ସ୍ଥିତିକୁ ଦୃଢ଼ କରିଛି। ବିଜୁ ବାବୁଙ୍କ ଆଦର୍ଶ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ବଜୁ ଜନତା ଦଳର ସବୁଠୁ ବଡ଼ ପୁଞ୍ଜି।

ସେ କହିଛନ୍ତି, ‘ବିଜୁବାବୁଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆମ ଦଳ ପ୍ରତିଶ୍ରୁତିବଦ୍ଧ ଭାବେ କାର୍ଯ୍ୟ କରୁଛି। ରାଜ୍ୟରେ ଗରିବୀ କମିଛି। ଆଦିବାସୀ ଓ ଦଳିତ ଭାଇଭଉଣୀମାନେ ବିକାଶଧାରାରେ ସାମିଲ ହୋଇଛନ୍ତି। ଗାଁଗୁଡ଼ିକରେ ବିକାଶ ପାଇଁ ପ୍ରତିଯୋଗିତା ଚାଲିଛି। ପଂଚାୟରାଜ ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ହୋଇଛି ଓ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରୁଛି। ରାଜ୍ୟରେ ଶିଳ୍ପର ପ୍ରସାର ହୋଇଛି। ପୁଞ୍ଜି ନିବେଶ ବଢ଼ିଛି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଯୁବସମାଜର ଆତ୍ମବିଶ୍ୱାସ ବଢ଼ିଛି। ଶିକ୍ଷା, ବ୍ୟବସାୟ, ରାଜନୀତି, କ୍ରୀଡ଼ା ଓ ଅନ୍ୟ କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ିଛି।’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରୁଛି। ୨୦୧୯ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ନିଶ୍ଚିତ ଭାବେ ପୂରଣ କରାଯିବ। ବିଜୁ ପକ୍କା ଘର ଯୋଜନା ହେଉ ଅବା ନିଯୁକ୍ତି କ୍ଷେତ୍ରରେ ହେଉ ସବୁ ଯୋଜନାର ନିୟମିତ ସମୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିଜୁ ପକ୍କା ଯୋଜନାରେ ରାଜ୍ୟରେ ୭ ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇ ସରିଛି। ୨୦୧୬ରେ ବିଦ୍ୟୁତ୍ କ୍ଷେତ୍ରରେ ସ୍ଥିରତା ଆଣିବା ପାଇଁ କାର୍ଯ୍ୟ କରୁଛି।

ଏହା ସହିତ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀମାନଙ୍କୁ ସଜାଗ ହୋଇ କାର୍ଯ୍ୟ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏକ ସ୍ୱଚ୍ଛ ସରକାର ଭାବେ ଦେଶରେ ଆମ ସରକାରଙ୍କର ସୁନାମ ରହିଛି। ତେଣୁ ବିଭିନ୍ନ ଯୋଜନାଗୁଡ଼ିକ କିପରି ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପ୍ରତି ଦଳର କର୍ମୀମାନେ ସଜାଗ ହୋଇ କାର୍ଯ୍ୟ କରିବା ଉଚିତ୍।

ଓଡ଼ିଶା ସବୁ ବେଳେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ଆସୁଛି।  ବନ୍ୟା, ବାତ୍ୟା, ମରୁଡ଼ି ଓ ଅଦିନିଆ ବର୍ଷା ରାଜ୍ୟର ଅର୍ଥନୀତିକୁ ଦୁର୍ବଳ କରି ଦେଉଛି। ଚଳିତ ବର୍ଷ ଚାଷୀ ଭାଇମାନେ ମରୁଡ଼ି ଯୋଗୁଁ ବହୁ କ୍ଷତି ସହିଛନ୍ତି। ସେମାନଙ୍କର ଏ ଦୁଃଖ ବେଳେ ବିଜୁ ଜନତା ଦଳ ଓ ସରକାର ସେମାନଙ୍କ ସହିତ ଅଛନ୍ତି। ଚାଷୀଙ୍କ ପାଇଁ ମରୁଡ଼ି ପ୍ୟାକେଜ୍ କାର୍ଯ୍ୟକାରୀ ହେଉଛି। ରବି ଫସଲ ପାଇଁ ୧୦ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି। ସୁଧ ହାରକୁ ୧%କୁ କମାଇ ଦିଆଯାଇଛି। ଏହା କୃଷି ବିକାଶ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ।

ସେହିଭଳି ଆସନ୍ତାବର୍ଷ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀକୁ ଗାଁରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିସ୍ତାର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story