ଆପଣାନ୍ତୁ ଏହି ଉପାୟ, ବଦଳି ଯାଇପାରେ ଆପଣଙ୍କ ଆର୍ଥିକ ସ୍ଥିତି

ସମସ୍ତେ ଚାହାଁନ୍ତି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟୁ। ହେଲେ ବେଳେ ବେଳେ ଏମିତି ହୁଏ ଯେତେ ରୋଜଗାର କଲେ ମଧ୍ୟ ଅଭାବ ଅନଟନ ଲାଗି ରହିଥାଏ। ଅର୍ଥ କେମିତି ଆସେ ଓ କେମିତି ଖର୍ଚ୍ଚ ହୋଇଯାଏ ତାହାର କିଛି ହିସାବ ରଖି ହୁଏ ନାହିଁ। ଆପଣ  ଏପରି ସ୍ଥିତିରେ ସମ୍ମୁଖୀନ ହେଉଛନ୍ତି କି ? ଯଦି ହେଉଛନ୍ତି, ତେବେ ବ୍ୟସ୍ତ ହେବାର ନାହିଁ। ବାସ୍ତୁଶାସ୍ତ୍ରରେ ଏପରି ୬ଟି ଉପାୟ କୁହାଯାଇଛି ଯାହାକୁ ଆପଣାଲେ ଆପଣଙ୍କ ଏହି […]

money

money

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 08:37 AM IST

ସମସ୍ତେ ଚାହାଁନ୍ତି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟୁ। ହେଲେ ବେଳେ ବେଳେ ଏମିତି ହୁଏ ଯେତେ ରୋଜଗାର କଲେ ମଧ୍ୟ ଅଭାବ ଅନଟନ ଲାଗି ରହିଥାଏ। ଅର୍ଥ କେମିତି ଆସେ ଓ କେମିତି ଖର୍ଚ୍ଚ ହୋଇଯାଏ ତାହାର କିଛି ହିସାବ ରଖି ହୁଏ ନାହିଁ। ଆପଣ  ଏପରି ସ୍ଥିତିରେ ସମ୍ମୁଖୀନ ହେଉଛନ୍ତି କି ? ଯଦି ହେଉଛନ୍ତି, ତେବେ ବ୍ୟସ୍ତ ହେବାର ନାହିଁ। ବାସ୍ତୁଶାସ୍ତ୍ରରେ ଏପରି ୬ଟି ଉପାୟ କୁହାଯାଇଛି ଯାହାକୁ ଆପଣାଲେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା କ’ଣ ଏହି ୬ଟି ଉପାୟ।

ପାଣି ଭରା ସୁରେଇ: ଯଦି ଆର୍ଥିକ ସ୍ଥିତି ଭଲ ରହୁନାହିଁ ଘରର ଉତ୍ତର ଦିଗରେ ପାଣି ଭରା ସୁରେ ରଖନ୍ତୁ। ଏହାଦ୍ୱାରା ଘରେ ଅର୍ଥାଭାବ ଦେଖାଦେବ ନାହିଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଯଦି ସୁରେଇ ନାହିଁ, ତା’ହେଲେ ଛୋଟ ମାଟି କଳସ ମଧ୍ୟ ରଖି ପାରିବେ। ଧ୍ୟାନ ରଖିବେ ଏହି ସୁରେଇ ହେଉ କି କଳସ କେବେ ବି ଯେମିତି ଖାଲି ନରହେ। ପାଣି ଶୁଖିଗଲେ ଏହାକୁ ପୁଣି ଭର୍ତ୍ତି କରି ଦିଅନ୍ତୁ।

ହନୁମାନଙ୍କ ମୂର୍ତ୍ତି: ଘରର ଦକ୍ଷିଣ ଓ ପଶ୍ଚିମ ଦିଗରେ ଭଗବାନ ହନୁମାନଙ୍କ ପଞ୍ଚସ୍ୱରୂପ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ। ନିୟମିତ ଏହାକୁ ପୂଜା କରନ୍ତୁ।

ଲକ୍ଷ୍ମୀ ଓ କୁବେରଙ୍କ ଫଟୋ: ଘରର ମୁଖ୍ୟ ଫାଟକରେ ଦେବୀ ଲକ୍ଷ୍ମୀ, ଭଗବାନ କୁବେର କିମ୍ବା ସ୍ୱସ୍ତିକ ଚିହ୍ନ ଥିବା ଫଟୋ ଲଗାଇଲେ ଘରେ କେବେ ଅର୍ଥାଭାବ ଦେଖାଦେଇ ନଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

ବାସ୍ତୁ ଦେବତାଙ୍କ ମୂର୍ତ୍ତି: ଘରେ ବାସ୍ତୁ ଦେବତାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ ସବୁ ବାସ୍ତୁଦୋଷ ଦୂର ହୋଇଯାଇଥାଏ। ଏହାଦ୍ୱାରା ଘରେ କେବେ ଆର୍ଥିକ ଅନଟନ ଦେଖାଦେଇ ନଥାଏ।

ପିରାମିଡ୍: ଘରେ ଯେଉଁଠି ପରିବାର ଲୋକେ ଅଧିକ ସମୟ ବିତାଉଛନ୍ତି ସେଠାରେ ଚାନ୍ଦି, ପିତଳ କିମ୍ବା ତମ୍ଭାର ପିରାମିଡ୍‌ ରଖି ଦିଅନ୍ତୁ। ଏହାଦ୍ୱାରା ଆୟ ବୃଦ୍ଧି ପାଇବ।

ଧାତୁରେ ତିଆରି ମାଛ କିମ୍ବା କଇଁଛ: ଧାତୁରେ ତିଆରି କଇଁଛ କିମ୍ବା ମାଛ ଘରେ ରଖିବା ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହାଦ୍ୱାରା ସବୁ ପ୍ରକାର ସମସ୍ୟାର ସମାଧାନ ହୋଇଯାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos