ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ସ୍ଥିତ ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟର କଞ୍ଚାମାଲ ଗୋଦାମରେ ନିଆଁ ଲାଗି, କୋଟି କୋଟି ଟଙ୍କାର କାଗଜ ମଣ୍ଡି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଦିନ ପ୍ରାୟ ୧୧ଟା ୪୦ରେ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଥମେ କଂପାନୀର ନିଜସ୍ୱ ଅଗ୍ନିଶମ ବିଭାଗ ସହିତ ରେମୁଣା, ବାଲେଶ୍ୱର ଓ ବିର୍ଲା ଟାୟାର୍ସର ମୋଟ ୭ଟି ଦମକଳ ନିୟୋଜିତ ହୋଇଥିଲା ।
ତଥାପି ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ୨୮ ଜଣିଆ ଏନଡିଆରଏଫ୍ ଟିମ୍କୁ ଜିଲ୍ଲା ପ୍ରଶାସନ ନିଆଁ ଆୟତ୍ତ କରିବାରେ ଲଗାଇଥିଲେ। ପ୍ରାୟ ସାଢ଼େ ୪ଘଣ୍ଟାର ଅପରେସନ୍ ପରେ ନିଆଁ ଲିଭିଥିଲା।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ପରେ କଂପାନୀର ମେଟେରିଆଲ ରୁମ୍କୁ ଖାଲି କରାଯିବା ସହ ଏହାର ଆଖପାଖ ଗୋଦାମକୁ ବି ଖାଲି କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।