ଫୋନି କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଦେବାରେ ବଡ଼ ଧରଣର ଘୋଟାଲା

ପୁରୀ(ଓଡ଼ିଶା ରିପୋର୍ଟର): ଫୋନି କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଦେବାରେ ବଡ଼ ଧରଣର ଘୋଟାଲାର ଗନ୍ଧ। ପ୍ରକୃତ କ୍ଷତିଗ୍ରସ୍ତ ଘର ପାଉ ନଥିବା ବେଳେ ତାଲିକାରେ ସ୍ଥାନ ପାଇଛି ଥିଲାବାଲା ଓ ବଡ଼ବଡ଼ିଆଙ୍କ ନାଁ । ଗୋଟିଏ ଗୋଟିଏ ପରିବାରର ଏକାଧିକ ସଦସ୍ୟ ବି ଜାଲିଆତି କରି ଆବାସ ହାତେଇଥିବା ଅଭିଯୋଗ ଆସିଛି। ଏମିତିକି ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ ନିଜ ନାଁକୁ ଆବାସ ଯୋଜନାର ତାଲିକାରେ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ହିତାଧିକାରୀ ଚୟନରେ ହୋଇଥିବା ଘୋଟାଲାର ମିଳିଛି […]

van-accident-lakshimpur-in-koraput-district

van-accident-lakshimpur-in-koraput-district

Tapas Behera
  • Published: Monday, 21 October 2019
  • Updated: 21 October 2019, 10:09 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଫୋନି କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଦେବାରେ ବଡ଼ ଧରଣର ଘୋଟାଲାର ଗନ୍ଧ। ପ୍ରକୃତ କ୍ଷତିଗ୍ରସ୍ତ ଘର ପାଉ ନଥିବା ବେଳେ ତାଲିକାରେ ସ୍ଥାନ ପାଇଛି ଥିଲାବାଲା ଓ ବଡ଼ବଡ଼ିଆଙ୍କ ନାଁ । ଗୋଟିଏ ଗୋଟିଏ ପରିବାରର ଏକାଧିକ ସଦସ୍ୟ ବି ଜାଲିଆତି କରି ଆବାସ ହାତେଇଥିବା ଅଭିଯୋଗ ଆସିଛି।

ଏମିତିକି ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ ନିଜ ନାଁକୁ ଆବାସ ଯୋଜନାର ତାଲିକାରେ ସାମିଲ କରିବାରେ ସକ୍ଷମ ହୋଇଛନ୍ତି। ହିତାଧିକାରୀ ଚୟନରେ ହୋଇଥିବା ଘୋଟାଲାର ମିଳିଛି ବଡ଼ ପ୍ରମାଣ।

କାକଟପୁର ବ୍ଲକର ଲତାହରଣ ପଞ୍ଚାୟତ ପଞ୍ଚାୟତର ସରପଞ୍ଚ ମମତା ନାୟକ।  ମମତାଙ୍କ ନାଁ ଅଛି ଆବାସ ଯୋଜନାର ହିତାଧିକାରୀ ତାଲିକାରେ। ମମତାଙ୍କ ଶାଶୂ କେଶ ଲତା ନାୟକ ବି ପାଇବେ ଆବାସ ଯୋଜନାରେ ଆଉ ଏକ ଘର।  ୩୧୫ ନମ୍ବର ତାଲିକାରେ ଥିବା ଯୋଗେଶ୍ୱର ତ୍ରିପାଠୀ ଜଣେ ଶିକ୍ଷକ। ତାଙ୍କ ନାଁ ବି ଅଛି ତାଲିକାରେ। ଏଇ ପଞ୍ଚାୟତର ଅନେକ ବଡବଡିଆ ସ୍ଥାନ ପାଇଛନ୍ତି ସରକାର ପ୍ରସ୍ତୁତ କରିଥିବା ଏ ଆବାସ ଯୋଜନାର ହିତାଧିକାରୀ ତାଲିକାରେ। ପଞ୍ଚାୟତରେ ଏ ତାଲିକା ଲଗାଯିବା ପରେ ପଦାକୁ ଆସିଛି ସତ।

ଆଉ ଏପଟେ ହିତାଧିକାରୀ ତାଲିକାରୁ ବାଦ ପଡିଛନ୍ତି ଗାଁର ଉଲ୍ଲାସ ଚନ୍ଦ୍ର ସାହୁ। ଠେଲାଗାଡିରେ ବ୍ୟବସାୟ କରୁଥିବା ଉଲ୍ଲାସଙ୍କ ଘର ଫନିରେ ସଂପୂର୍ଣ ଭାଙ୍ଗିଯାଇଥିବା ବେଳେ ତାଙ୍କୁ କିନ୍ତୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଉଲ୍ଲାସଙ୍କ ପରି ଗାଁର ବ୍ରହ୍ମାନନ୍ଦ ଦାସ, ବାସନ୍ତୀ ପଲେଇଙ୍କ ପରି ଅନେକ ଯୋଗ୍ୟ  ହିତାଧିକାରୀ ଏମିତି ତାଲିକାରୁ ବାଦ୍ ପଡିଛନ୍ତି। ସେପଟେ ବଡ଼ବଡ଼ିଆଙ୍କ ନାଁ ତାଲିକାରୁ କାଟିବାକୁ ବିଡିଓଙ୍କ ପାଖରେ ଫେରାଦ ହେଉଛନ୍ତି ଗାଁ ଲୋକେ।

ଫୋନି କ୍ଷତିଗ୍ରସ୍ତ ପୁରୀ ସମେତ ୧୪ଟି ଜିଲ୍ଲାର କ୍ଷତିଗ୍ରସ୍ତଙ୍କୁ ପକ୍କା ଘର ଦେବାକୁ ସରକାର କରିଥିବା ଚିହ୍ନଟ ପ୍ରକିୟାରେ ୧୨ ଲକ୍ଷ ୭୫ ହଜାର ପରିବାରକୁ ସାମିଲ କରାଯାଇଛି। ତେବେ ହିତାଧିକାରୀ ଚୟନରେ ବ୍ୟାପକ ହେରଫେର ହୋଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ପୂର୍ବରୁ ହିତାଧିକାରୀ ଚୟନରେ ପୁରୀରେ ଅନିୟମିତତା ନେଇ ପିପିଲି ବିଧାୟକ ପ୍ରଦୀପ ମହାରଥୀ ବିଧାନସଭାରେ ସରକାରଙ୍କୁ କଟାକ୍ଷ କରିଥିଲେ। ଏବେ କାକଟପୁରରେ ଏ ଅନିୟମିତତା ପଦାକୁ ଆସିବା ପରେ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିରୋଧୀ।

ଫୋନି ପ୍ରଭାବିତ ୧୪ଟି ଜିଲ୍ଲା ବାଦ୍ ଅନ୍ୟ ୧୬ ଜିଲ୍ଲାରେ ୧୦ ଲକ୍ଷ ଲୋକଙ୍କୁ ପକ୍କାଘର ଦେବାକୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର  ବିଜେପି- ବିଜେଡି କଳି ଭିତରେ ହିତାଧିକାରୀ ଚୟନରେ ସ୍ୱଚ୍ଛତାକୁ ନେଇ ଏବେ ନୂଆ ବିବାଦ ଠିଆ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos