ଐଶ୍ୱର୍ଯ୍ୟାଙ୍କ ପାଇଁ କାହାକୁ ଧୋକା ଦେଇଥିଲେ ଅଭିଷେକ?

ଅଭିଷେକ ବଚ୍ଚନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇ ଖୁସିରେ ଅଛନ୍ତି। ସେମାନଙ୍କର ଝିଅଟିଏ ମଧ୍ୟ ହୋଇଛି। ତେବେ ଅନ୍ୟ ବଲିଉଡ୍ କଳାକାରଙ୍କ ପରି ଅଭିଷେକଙ୍କର ମଧ୍ୟ ଏକ ଅତୀତ ଥିଲା। ତାଙ୍କର ପ୍ରେମିକା ମାନଙ୍କ କଥା ଆଲୋଚନା ପରିସରକୁ ଆସିଲେ କରିସ୍ମା କପୁର ଓ ରାଣୀ ମୁଖାର୍ଜୀଙ୍କ ନାଁ ଉଠେ। ଏମାନଙ୍କ ବ୍ୟତୀତ ଆଉ ଜଣଙ୍କ ସହ ବି ରିଲେସନ୍‌ସିପ୍‌ରେ ଥିଲେ ଅଭିଷେକ। ହେଲେ ତାଙ୍କ ବିଷୟରେ ଏତେ କେହି ଜାଣି ନାହାନ୍ତି। ସେ […]

abhisek

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 12:59 PM IST

ଅଭିଷେକ ବଚ୍ଚନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇ ଖୁସିରେ ଅଛନ୍ତି। ସେମାନଙ୍କର ଝିଅଟିଏ ମଧ୍ୟ ହୋଇଛି। ତେବେ ଅନ୍ୟ ବଲିଉଡ୍ କଳାକାରଙ୍କ ପରି ଅଭିଷେକଙ୍କର ମଧ୍ୟ ଏକ ଅତୀତ ଥିଲା। ତାଙ୍କର ପ୍ରେମିକା ମାନଙ୍କ କଥା ଆଲୋଚନା ପରିସରକୁ ଆସିଲେ କରିସ୍ମା କପୁର ଓ ରାଣୀ ମୁଖାର୍ଜୀଙ୍କ ନାଁ ଉଠେ। ଏମାନଙ୍କ ବ୍ୟତୀତ ଆଉ ଜଣଙ୍କ ସହ ବି ରିଲେସନ୍‌ସିପ୍‌ରେ ଥିଲେ ଅଭିଷେକ। ହେଲେ ତାଙ୍କ ବିଷୟରେ ଏତେ କେହି ଜାଣି ନାହାନ୍ତି। ସେ ହେଉଛନ୍ତି ଦିପନ୍ନିତା ଶର୍ମା। ସେ ବି ଅଭିନେତ୍ରୀ। ‘ଲେଡିଜ୍ ଭର୍ସେସ୍ ରକି ବହଲ’, ‘ଯୋଡ଼ି ବ୍ରେକରର୍ସ’,‘ପିଜା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ସୋନାଲି ବେନ୍ଦ୍ରେଙ୍କ ମାଧ୍ୟମରେ ଦିପନ୍ନିତାଙ୍କ ସହ ଅଭିଷେକ ପରିଚୟ ହୋଇଥିଲା। ଉଭୟ ୧୦ ମାସ ରିଲେସନ୍‌ସିପ୍‌ରେ ଥିଲେ। ତେବେ ତା’ଭିତରେ ଅଭିଷେକ ପଡ଼ିଯାଇଥିଲେ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ। ଏକଥା ଦିପନ୍ନିତାଙ୍କୁ ଜଣା ନ ଥିଲା।

ରିଲେସନ୍‌ସିପ୍‌ରେ ଥିବା ବେଳେ ଦିପନ୍ନିତା ଅଭିଷେକ ଜନ୍ମଦିନ ପାଳନ କରିବାକୁ ଯୋଜନା କରିଥିଲେ। ତେବେ ବାପା ଅମିତାଭଙ୍କ ଦେହ ଖରାପ କହି ଅଭିଷେକ ଜନ୍ମଦିନ ପାର୍ଟି ଆୟୋଜନ ନ କରିବାକୁ ତାଙ୍କୁ କହିଥିଲେ। ଦିପନ୍ନିତା ବି ଏଥିରେ ରାଜି ହୋଇଗଲେ। କିନ୍ତୁ ଏହା ପଛରେ ଅଭିଷେକଙ୍କ ଉଦ୍ଦେଶ୍ୟ ଥିଲା ଅଲଗା। ସେ ନିଜେ ତାଙ୍କ ଜନ୍ମଦିନ ପାର୍ଟି ଆୟୋଜନ କରିଥିଲେ। ଅନ୍ୟ ଅତିଥିମାନଙ୍କ ସହ ଐଶ୍ୱର୍ଯ୍ୟା ବି ଆସିଥିଲେ। କିନ୍ତୁ ଦିପନ୍ନିତାଙ୍କୁ ପାର୍ଟିକୁ ଡାକି ନ ଥିଲେ। ଶୁଣିବାକୁ ମିଳେ ଖାସ୍ ଐଶ୍ୱର୍ଯ୍ୟାଙ୍କୁ ଇମ୍ପ୍ରେସ କରିବା ପାଇଁ ଅଭିଷେକ ଏହି ପାର୍ଟି ଆୟୋଜନ କରିଥିଲେ।  ଅତଏବ ଅଭିଷେକ ହିଁ ଦିପନ୍ନିତାଙ୍କୁ ନିଜ ଜୀବନରୁ ଏଭଳି ଭାବେ ଦୂରେଇ ଦେଇଥିଲେ।

Related story