ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

murderଭବାନୀପାଟଣା: ଯୌତୁକ ପାଇଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଶକ୍ତିନଗର ପଡ଼ାରେ ଜଣେ ବିବାହିତା ମହିଳାଙ୍କୁ କିରାସିନିରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରିୟଦର୍ଶିନୀ ମହାପାତ୍ର। ପୋଲିସ୍ ତାଙ୍କ ସ୍ୱାମୀ ଅଜୟ ମହାପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ ଜଣେ ଏପିଆର୍ କନଷ୍ଟେବଳ।

ଶନିବାର ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଶ୍ୱଶୁର ଘର ଲୋକେ ପ୍ରିୟଦର୍ଶିନୀ ଦେହରେ କିରାସିନି ଢାଳି ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି।

ପ୍ରିୟଦର୍ଶିନୀଙ୍କ ମା’ ବିପ୍ରଭାସିନୀ ମହାପାତ୍ର କହିଛନ୍ତି,“ମୋ ଝିଅକୁ ତା’ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ଶନିବାର ସେମାନେ ତାଙ୍କୁ ତଣ୍ଟି ଚିପି ମାରିବା ପରେ କିରାସିନି ଢାଳି ପୋଡ଼ି ମାରି ଦେଇଛନ୍ତି।”

ଭବାନୀପାଟଣା ଟାଉନ୍‌ଥାନା ଅଧିକାରୀ ସୁରେନ୍ଦ୍ରନାଇ ଶତପଥୀ କହିଛନ୍ତି,“ଦୁଇ ବର୍ଷ ପୂର୍ବେ ପ୍ରିୟଦର୍ଶିନୀଙ୍କ ବିବାହ ହୋଇଥିଲା। ବିବାହ ପରଠାରୁ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ଶ୍ୱଶୁର ଘର ଲୋକେ ଏକ ବାଇକ୍ ଓ କିଛି ଟଙ୍କା ଦାବି କରୁଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ କଥାକୁ ନେଇ ଶନିବାର ବି ତାଙ୍କ ଘରେ ପାଟିତୁଣ୍ଡ ହୋଇଥିଲା।”

ଅଜୟଙ୍କ ଭାଉଜ ଚିନ୍ମୟୀ ମହାପାତ୍ର ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରିୟଦର୍ଶିନୀ ଆତ୍ମହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟେଷ୍ଟ ଫି’ ୨୨୦୦

କଟକ ସହରରୁ ୫୯ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌   

ରାଜଧାନୀରୁ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ

କପି ଧରିଥିଲେ ବୋଲି ପ୍ରିନ୍ସପାଲଙ୍କ ମୁଣ୍ଡ ଫଟାଇ ଦେଲେ

ଗୋଟିଏ ଗାଁରୁ ୯୦ କରୋନା ଆକ୍ରାନ୍ତ ଚିହ୍ନଟ

କିନ୍ନରଙ୍କୁ ମିଳିବ ଭତ୍ତା

୪ ଦିନିଆ ରିମାଣ୍ଡରେ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି

ରାଜ୍ୟରେ କରୋନା ନେଲା ଆଉ ୨ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ରାଜ୍ୟରେ ଗୋଟିଏ ଦିନରେ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୮ ହଜାର ଟପିଲା ସଂଖ୍ୟା

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲର ଆଉଟ୍‌ଡୋର୍‌ ଆଜି ବନ୍ଦ

ବ୍ରହ୍ମପୁରର ୫ ପୁଲିସ୍ କର୍ମଚାରୀଙ୍କୁ କରୋନା

ରାଉରକେଲା ଆଇଜିଏଚ୍‌‌ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ