ବିଧାନସଭା ଅଚଳାବସ୍ଥା ଦୂର ଲାଗି ଆଜି ପୁଣି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଶନିବାର ହଟ୍ଟଗୋଳ ମଧ୍ୟରେ ବିଧାନସଭା ବନ୍ଦ ହେବା ଓ ଅଚଳାବସ୍ଥା ଦୂର ଲାଗି ବସିଥିବା ସର୍ବଦଳୀୟ ବୈଠକ ଅସମାପ୍ତ ରହିବା ପରେ ମଙ୍ଗଳବାର ପୁଣି ଏ ନେଇ ବୈଠକ ହେବ। ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରସଙ୍ଗ, ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସଙ୍କ ବିବାଦୀୟ ମନ୍ତବ୍ୟ ଓ ବିଜେଡି ବ୍ୟାଙ୍କ ଆକାଉଣ୍ଟ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିବା ବେଳେ ଆଜି  ଗୃହ ଚାଲିବା ସମ୍ଭାବନା କମ୍। ବାଚସ୍ପତି […]

CiD0EApUUAE2IPl

CiD0EApUUAE2IPl

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 07:22 AM IST

Sports

Latest News

ଭୁବନେଶ୍ୱର: ଶନିବାର ହଟ୍ଟଗୋଳ ମଧ୍ୟରେ ବିଧାନସଭା ବନ୍ଦ ହେବା ଓ ଅଚଳାବସ୍ଥା ଦୂର ଲାଗି ବସିଥିବା ସର୍ବଦଳୀୟ ବୈଠକ ଅସମାପ୍ତ ରହିବା ପରେ ମଙ୍ଗଳବାର ପୁଣି ଏ ନେଇ ବୈଠକ ହେବ। ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରସଙ୍ଗ, ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସଙ୍କ ବିବାଦୀୟ ମନ୍ତବ୍ୟ ଓ ବିଜେଡି ବ୍ୟାଙ୍କ ଆକାଉଣ୍ଟ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିବା ବେଳେ ଆଜି  ଗୃହ ଚାଲିବା ସମ୍ଭାବନା କମ୍।

ବାଚସ୍ପତି ଆଜି ପୁଣି ସର୍ବଦଳୀୟ ବୈଠକ ଡାକିଛନ୍ତି। ପୂର୍ବରୁ ବସିଥିବା ବୈଠକରେ କିଛି ସମାଧାନର ବାଟ ବାହାରି ନ ଥିବାରୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀ ବୈଠକକୁ ଆସୁ ନ ଥିବାରୁ କୌଣସି ନିର୍ଯ୍ୟାସ ବାହାରି ପାରୁନାହିଁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ବୈଠକକୁ ଆସିଲେ ହିଁ ସର୍ବଦଳୀୟ ବୈଠକ ସଫଳ ହେବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ।

ଉଠିଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦେବା ପରେ ଗୃହ କାର୍ଯ୍ୟରେ ସହଯୋଗ କରାଯିବ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ।

ଚିଟ୍‌ଫଣ୍ଡ ଓ ବିଜେଡି ବ୍ୟାଙ୍କ ଆକାଉଣ୍ଟ ପ୍ରସଙ୍ଗକୁ ନେଇ ଗତ ୭ ଦିନ ହେଲା ଗୃହ ଚାଲିପାରିନାହିଁ। ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos