ରାଜ୍ୟରେ ତଳମୁହାଁ ସଂକ୍ରମଣ, ଚିହ୍ନଟ ହେଲେ ୮, ୮୪୫ ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତଳମୁହାଁ ହେଉଛି ସଂକ୍ରମଣ। କିଛି ଦିନ ଧରି ୧୦ ହଜାର ଟ୍ରେଣ୍ଡ ରହିବା ପରେ ଏବେ ଏହା ୮ ହଜାରକୁ ଖସି ଆସିଛି।  ଗତ ୨୪ ଘଣ୍ଟାରେ  ରାଜ୍ୟରେ  ୮, ୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨୮ ଓ ଲୋକାଲ୍ କେସ୍ ୩୭୧୭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୨୭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨,୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]

corona

corona

Niharika Rout
  • Published: Saturday, 22 January 2022
  • Updated: 22 January 2022, 09:32 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତଳମୁହାଁ ହେଉଛି ସଂକ୍ରମଣ। କିଛି ଦିନ ଧରି ୧୦ ହଜାର ଟ୍ରେଣ୍ଡ ରହିବା ପରେ ଏବେ ଏହା ୮ ହଜାରକୁ ଖସି ଆସିଛି।  ଗତ ୨୪ ଘଣ୍ଟାରେ  ରାଜ୍ୟରେ  ୮, ୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨୮ ଓ ଲୋକାଲ୍ କେସ୍ ୩୭୧୭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୨୭ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨,୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୦୧, କଟକରୁ ୬୨୮ ଚିହ୍ନଟ ହୋଇଛନ୍ତି। ଏହାବାଦ ଅନୁଗୋଳରୁ ୧୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୦, ବରଗଡ଼ରୁ ୧୪୧, ଭଦ୍ରକରୁ ୧୧୭, ବଲାଙ୍ଗିରରୁ ୨୩୨, ବୌଦ୍ଧରୁ ୯୩, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୮୭, ନୟାଗଡ଼ରୁ ୧୯୪, , ନୂଆପଡ଼ାରୁ ୨୦୫, ପୁରୀରୁ ୧୬୫, ରାୟଗଡ଼ାରୁ ୨୨୧, ସମ୍ବଲପୁରରୁ ୧୮୧, ସୋନପୁରରୁ ୨୦୭,   ଷ୍ଟେଟପୁଲରୁ ୫୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୬ ହଜାର ୧୪୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦, ୯୯, ୪୨୩ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍‌ ହେଉଛି ୮୮, ୧୫୦ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos