ଭୁବନେଶ୍ୱର: ଆସନ୍ତା କାଲି ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଧାରଣା ରହିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଗହଣା ଦୋକାନୀ ବିଭିନ୍ନ ପ୍ରକାର ଅଫର ଦେଇଛନ୍ତି। ଏହାସହ ନୂଆ ନୂଆ ଡିଜାଇନର ଗହଣା ମଧ୍ୟ ବଜାରକୁ ଆସିଛି।
ତେବେ ଅକ୍ଷୟ ତୃତୀୟା ପୂର୍ବରୁ ରାଜଧାନୀର ଅଧିକାଂଶ ଗହଣା ଦୋକାନରେ ମଧ୍ୟ ଦେଖିବାକୁ ମିଳିଥିଲା। ସୁନା ଦର ଉଚ୍ଚା ଥିଲେ ମଧ୍ୟ ପରମ୍ପରାକୁ ଦୃଷ୍ଟିରେ ରଖି ଲୋକେ ସୁନା କିଣୁଛନ୍ତି। କମ ଓଜନର ଆକର୍ଷଣୀୟ ଗହଣାକୁ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀମାନେ ମଧ୍ୟ ଅଫରର ପେଡି ଖୋଲି ଦେଇଛନ୍ତି। କେଉଁଠି ଗଢା ମଜୁରୀ ଉପରେ ୫୦ ପ୍ରତିଶତ ଛାଡ କରାଯାଇଛି ତ ଆଉ କେଉଁଠି ମୋଟ୍ ବିଲ୍ ଉପରେ ୧୦ ପ୍ରତିଶତ ଡିସ୍କାଉଣ୍ଟ ମିଳୁଛି। ଗ୍ରାହକଙ୍କ ଆଗ୍ରହକୁ ଦେଖିଲେ ଚଳିତବର୍ଷ ଅକ୍ଷୟ ତୃତୀୟାରେ ଭଲ କାରବାର ହେବ ବୋଲି ସୁନା ବ୍ୟବସାୟୀ ଆଶା ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।