ଆଇ.ଆଇ.ଏଫ୍‌.ଏ ଆୱାର୍ଡ: ‘ନିରଜା’ ଶ୍ରେଷ୍ଠ ଫିଲ୍ମ, ସାହିଦ ଶ୍ରେଷ୍ଠ ଅଭିନେତା

୧୮ତମ ଆଇ.ଆଇ.ଏଫ୍‌.ଏ ଆୱାର୍ଡ କାର୍ଯ୍ୟକ୍ରମ ନ୍ୟୁୟର୍କରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ସୋନମ କପୁର ଅଭିନୀତ ‘ନିରଜା’କୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି। ଉଡ୍‌ତା ପଞ୍ଜାବ ପାଇଁ ସାହିଦ କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଆଲିଆ ଭଟ୍ଟ। ‘ପିଙ୍କ୍‌’ ପାଇଁ ଅନିରୁଦ୍ଧ ଚୌଧରୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି।  ‘ଏମ୍ ଏସ୍ ଧୋନୀ- ଦ ଅନଟୋଲ୍ଡ୍ ଷ୍ଟୋରୀ’ ପାଇଁ ଅନୁପମ ଖେରଙ୍କୁ […]

patani

patani

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 03:10 PM IST

Sports

Latest News

୧୮ତମ ଆଇ.ଆଇ.ଏଫ୍‌.ଏ ଆୱାର୍ଡ କାର୍ଯ୍ୟକ୍ରମ ନ୍ୟୁୟର୍କରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ସୋନମ କପୁର ଅଭିନୀତ ‘ନିରଜା’କୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି। ଉଡ୍‌ତା ପଞ୍ଜାବ ପାଇଁ ସାହିଦ କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଆଲିଆ ଭଟ୍ଟ। ‘ପିଙ୍କ୍‌’ ପାଇଁ ଅନିରୁଦ୍ଧ ଚୌଧରୀଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି।  ‘ଏମ୍ ଏସ୍ ଧୋନୀ- ଦ ଅନଟୋଲ୍ଡ୍ ଷ୍ଟୋରୀ’ ପାଇଁ ଅନୁପମ ଖେରଙ୍କୁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। ‘ନିରଜା’ ପାଇଁ ଶବାନା ଆଜ୍‌ମୀଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍ୟ ବର୍ଗର ପୁରସ୍କାର ଓ ଏହାର ବିଜେତାଙ୍କ ନାମ:

ବେଷ୍ଟ୍ ଡେବ୍ୟୁ (ମେଲ୍)- ଦଲଜୀତ (ଉଡତା ପଞ୍ଜାବ)

ବେଷ୍ଟ୍ ଡେବ୍ୟୁ (ଫିମେଲ୍): ଦିଶା ପଟାନୀ (ଏମ୍ ଏସ୍ ଧୋନୀ, ଦ ଅନ୍ଟୋଲ୍ଡ୍ ଷ୍ଟୋରୀ)

ବେଷ୍ଟ୍ ପ୍ଲେବ୍ୟାକ ସିଙ୍ଗର (ମେଲ୍‌): ଅମିତ ମିଶ୍ରା (ଏ ଦିଲ୍‌ ହେ ମୁସ୍‌କିଲ୍)

ବେଷ୍ଟ୍ ପ୍ଲେବ୍ୟାକ୍‌ ସିଙ୍ଗର (ଫିମେଲ): କନିକା କପୁର୍ (ଉଡତା ପଞ୍ଜାବ), ତୁଲସୀ କୁମାର(ଏୟାରଲିଫ୍ଟ୍)

ବେଷ୍ଟ୍ କମିକ୍ ଆକ୍ଟର୍: ବରୁନ୍ ଧୱନ୍(ଢିସୁମ୍)

ବେଷ୍ଟ୍ ନେଗେଟିଭ୍ ରୋଲ୍: ଜିମ୍ ସରବ (ନିରଜା)

ଷ୍ଟାଇଲ୍ ଆଇକନ୍: ଆଲିଆ ଭଟ୍ଟ

ଆଇଫା ଓମେନ୍ ଅଫ ଦ ଇୟର୍: ତାପସୀ ପନ୍ନୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos