ତାତିରୁ ମିଳିବ ତ୍ରାହି, ବର୍ଷା ହେବ

ନୂଆଦିଲ୍ଲୀ: ଅସହ୍ୟ ତାତିରୁ ତ୍ରାହି ମିଳିବ। ପ୍ରବଳ ଗରମରୁ ମିଳିବ ଆଶ୍ୱସ୍ତି। ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରି ପାଣିପାଗ ବିଭାଗ।  ମିଳିଥିବା ରିପୋର୍ଟ ଅନୁଯାୟୀ, ଏକ ତାଜା ପଶ୍ଚିମା ଝଡ଼ ଉତ୍ପନ୍ନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ପଶ୍ଚିମ ହିମାୟଳୟ ଅଞ୍ଚଳରେ ପଡ଼ିପାରେ। ଏପ୍ରିଲ ୧୨ରୁ ଏହାର ପ୍ରଭାବ ଆରମ୍ଭ ହୋଇଯିବ । ଫଳରେ ଉତ୍ତର-ପଶ୍ଚିମା ଅଞ୍ଚଳର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ  ହ୍ରାସ ପାଇବାର ସମ୍ଭାବନା […]

rain

rain

Tapas Behera
  • Published: Sunday, 10 April 2022
  • Updated: 10 April 2022, 06:52 PM IST

Sports

Latest News

ନୂଆଦିଲ୍ଲୀ: ଅସହ୍ୟ ତାତିରୁ ତ୍ରାହି ମିଳିବ। ପ୍ରବଳ ଗରମରୁ ମିଳିବ ଆଶ୍ୱସ୍ତି। ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରି ପାଣିପାଗ ବିଭାଗ।  ମିଳିଥିବା ରିପୋର୍ଟ ଅନୁଯାୟୀ, ଏକ ତାଜା ପଶ୍ଚିମା ଝଡ଼ ଉତ୍ପନ୍ନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ପଶ୍ଚିମ ହିମାୟଳୟ ଅଞ୍ଚଳରେ ପଡ଼ିପାରେ। ଏପ୍ରିଲ ୧୨ରୁ ଏହାର ପ୍ରଭାବ ଆରମ୍ଭ ହୋଇଯିବ ।

ଫଳରେ ଉତ୍ତର-ପଶ୍ଚିମା ଅଞ୍ଚଳର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ  ହ୍ରାସ ପାଇବାର ସମ୍ଭାବନା ରହିଛି।  ତେଣୁ ଭାରତରେ ଏପ୍ରିଲ ୧୨ରେ ତାପମାତ୍ରା କମିଯିବ ବୋଲି ଆଇଏମଡି ଆକଳନ କରିଛି । ପଶ୍ଚିମା ଝଡ଼ର ପ୍ରଭାବରେ ଆସାମ ମେଘାଳୟ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ଆଗାମି ୫ ଦିନ ଧରି ବର୍ଷା ହେବା ସମ୍ଭାବନା ରହିଛି।

ଏପ୍ରିଲ ୧୦ ଓ ୧୩ ଓ ୧୪ରେ  ଅସାମ ଓ  ମେଘାଳୟରେ ପ୍ରବଳ ବର୍ଷିବ। ଏପ୍ରିଲ ୧୩ ଏବଂ ୧୪ରେ ଅରୁଣାଚଳ ପ୍ରଦେଶରେ ବର୍ଷା ହେବ।  ସେହିପରି ୧୦, ୧୩ ଏବଂ ୧୪ରେ  ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ପ୍ରବଳ ବର୍ଷା ହେବ। ସେହିପରି ଉପ ହିମାଳୟ ଅଞ୍ଚଳ ପଶ୍ଚିମବଙ୍ଗ ‌ଏବଂ ସିକ୍କିମରେ ଏପ୍ରିଲ ୧୦ରେ ବର୍ଷା ହେବ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା  ହେବାର ସମ୍ଭବାନା ରହିଛି।  କେରଳ , ତାମିଲନାଡ଼ୁ, ଲାକ୍ଷାଦୀପ, ଆନ୍ଧପ୍ରଦେଶର ଉପକୂଳରେ ମଧ୍ୟ ବଜ୍ରପ୍ରାତ ସହ ବର୍ଷା ହେବା ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos