ଜୀନତଙ୍କ ଗୋଟିଏ ଆଲିଙ୍ଗନ ଭାଙ୍ଗି ଦେଇଥିଲା ଦେବାନନ୍ଦଙ୍କ ହୃଦୟ 

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତ୍ରୀ ଜୀନତ ଅମାନ ୬୬ ବର୍ଷରେ ପାଦ ଦେଇଛନ୍ତି। ସେ ନିଜର ହଟ୍‌ ଓ ସେକ୍ସି ଅନ୍ଦାଜ ପାଇଁ ବଲିଉଡ୍‌ରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ସମୟରେ ଜୀନତ ଓ ରାଜ କପୁରଙ୍କୁ ନେଇ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ସେତେବେଳେ ରାଜ କପୁର ମଧ୍ୟ ଜୀନତଙ୍କୁ ପସନ୍ଦ କରୁଥିଲେ। ସେଥିପାଇଁ ସେ ତାଙ୍କ ଫିଲ୍ମ ‘ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ। ଅନ୍ୟପଟେ […]

ZeenatAman

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 03:00 PM IST

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତ୍ରୀ ଜୀନତ ଅମାନ ୬୬ ବର୍ଷରେ ପାଦ ଦେଇଛନ୍ତି। ସେ ନିଜର ହଟ୍‌ ଓ ସେକ୍ସି ଅନ୍ଦାଜ ପାଇଁ ବଲିଉଡ୍‌ରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ସମୟରେ ଜୀନତ ଓ ରାଜ କପୁରଙ୍କୁ ନେଇ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ସେତେବେଳେ ରାଜ କପୁର ମଧ୍ୟ ଜୀନତଙ୍କୁ ପସନ୍ଦ କରୁଥିଲେ। ସେଥିପାଇଁ ସେ ତାଙ୍କ ଫିଲ୍ମ ‘ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ।

ଅନ୍ୟପଟେ ଦେବାନନ୍ଦ ମଧ୍ୟ ଜୀନତଙ୍କ ସୌନ୍ଦର୍ଯ୍ୟରେ ଏତେ ମୁଗ୍ଧଥିଲେ ଯେ ସେ ଫିଲ୍ମ ‘ହରେ ରାମା ହରେ କିଷ୍ଣ’ରେ ତାଙ୍କୁ କାଷ୍ଟ କରିଥିଲ। ଫିଲ୍ମ ‘ହରେ ରାମା ହରେ କ୍ରିଷ୍ଣା’ରେ ଜୀନତ ଦେବାନନ୍ଦଙ୍କ ଭଉଣୀ ଭୂମିକାରେ  ନଜର ଆସିଥିଲେ। ସୁଟିଂ ସମୟରେ ଦେବାନନ୍ଦଙ୍କୁ ଅନୁଭବ ହୋଇଥିଲା ସେ  ଜୀନତଙ୍କୁ ଭଲ ପାଉଛନ୍ତି। ତେଣୁ ସେ ଜୀନତ୍‌ଙ୍କୁ ପ୍ରପୋଜ କରିବାକୁ ନିଷ୍ପତ୍ତି ନେଇଥିଲେ। ଜୀନତଙ୍କୁ ପ୍ରପୋଜ୍‌ କରିବା ପୂର୍ବରୁ ଦେବାନନ୍ଦ ଏକ ପାର୍ଟିର ଆୟୋଜନ କରିଥିଲେ।

ସେହି ପାର୍ଟିରେ ଜୀନତଙ୍କ ସହ କିଛି ବନ୍ଧୁଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ସେହି ପାର୍ଟିରେ ସେ ଏମିତି କିଛି ଦେଖିଥିଲେ ଯାହା ତାଙ୍କୁ ଖୁବ୍‌ ଆଶ୍ଟର୍ଯ୍ୟ କରିଥିଲା। ରାଜ କପୁର ନିଶାସକ୍ତ ଅବସ୍ତାରେ ଜୀନତକୁ ଆଲିଙ୍ଗନ କରିଥିଲେ। ଜୀନତ ମଧ୍ୟ ଖୁସିରେ ଖୁସିରେ ରାଜ କପୁରଙ୍କୁ ଆଲିଙ୍ଗନ କରିଥିଲେ।  ଏହା ଦେଖିବା ପରେ ଦେବାନନ୍ଦ ବହୁତ ଭାଙ୍ଗି ପଡ଼ିଥିଲେ। ତା ପରଠୁ ସେ ଆଉ କେବେ ଜୀନତଙ୍କ ବିଷୟରେ ଭାବି ନାହାନ୍ତି। ଏହି କଥା ଦେବାନନ୍ଦ ନିଜ ଅଟୋ ବାୟୋଗ୍ରାଫି ‘ରୋମାନ୍‌ସିଙ୍ଗ୍ ଉଇଥ୍‌ ଲାଇଫ୍‌’ରେ ଉଲ୍ଲେଖ କରିଛନ୍ତି।

 

Related story